Advertisement
Posted inଖେଳ

ତୀରନ୍ଦାଜୀ: ପଦକ ଆଶା ଉଜ୍ଜୀବିତ ରଖିଲେ ଦୀପିକା

ଟୋକିଓ, ୨୯ା୭ (ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବୁଧବାର ମହିଳା ବ୍ୟକ୍ତିଗତ ବିଭାଗରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଜେନିଫର ମୁସିନୋ ଫର୍ନାଣ୍ଡିଜଙ୍କୁ ୬-୪ରେ ପରାସ୍ତ କରି ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ଟିମ୍‌ମେଟ ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ କିନ୍ତୁ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅନ୍ୟତମ ଭାରତୀୟ ଭାବେ ଦୀପିକାଙ୍କ ସ୍ବାମୀ ଅତନୁ ଦାସ ପଦକ ଦୌଡ଼ରେ ରହିଛନ୍ତି। ଭାରତର ନମ୍ବର ଓ୍ବାନ ତଥା ବିଶ୍ୱର ୩୫ତମ ର଼୍ୟାଙ୍କିଙ୍ଗ୍‌ ଅତନୁ ଗୁରୁବାର ଓପନିଂ ରାଉଣ୍ଡ ଅଫ୍‌ ୬୪ରେ ଚାଇନିଜ ତାଇପେର ଡେଙ୍ଗ୍‌ ୟୁ-ଚେଙ୍ଗ୍‌ଙ୍କ ବିପକ୍ଷରେ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଦୀପିକା ପୂର୍ବରୁ ଓପନିଂ ରାଉଣ୍ଡରେ ଭୁଟାନର କାର୍ମାଙ୍କ ବିପକ୍ଷରେ ବିଜୟ ହାସଲ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ପ୍ରଥମଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଯାଦବ ତାଙ୍କ ଓପନିଂ ରାଉଣ୍ଡରେ ବିଶ୍ୱର ୨ ନମ୍ବର ଗାଲସାନ ବାଜାରଝାପୋଭ୍‌ଙ୍କୁ ପରାସ୍ତ କରିଥିଲେ ହେଁ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱ ଚାମ୍ପିୟନ ବ୍ରାଡି ଏଲିସନଙ୍କ ନିକଟରୁ ହାରିଯାଇଥିଲେ। ଅନ୍ୟପକ୍ଷରେ ତରୁଣଦୀପ ଦ୍ୱିତୀୟ ରାଉଣ୍ଡରେ ଇସ୍ରାଏଲର ଇଟେ ଶାନିଙ୍କଠାରୁ ପରାଜିତ ହୋଇ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରାଙ୍କୁ ବଣ୍ଡ୍‌ଙ୍କ ପ୍ରଶଂସା

ଦୁବାଇ, ୭ା୧୧ (ପି.ଟି.)-ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍‌ ଶେନ ବଣ୍ଡ୍‌ ତାଙ୍କ ଦଳର ମୁଖ୍ୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ବର୍ତ୍ତମାନ...

ଟି୨୦ ବିଶ୍ୱକପ୍‌: ଖେଳାଳିଙ୍କୁ ୨ ସପ୍ତାହ ଆସୋଲେଶନ ପାଇଁ ଡୁପ୍ଲେସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୪।୫ (ପି.ଟି.):ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଅଷ୍ଟ୍ରେଲିଆରେ ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି।...

ଗୋଟିଏ କିଡ୍‌ନୀରେ ସଫଳତା ହାସଲ କରିଥିଲେ ଅଞ୍ଜୁ

କୋଚି, ୭ା୧୨ (ପି.ଟି.)-ଅଲିମ୍ପିଆନ ଅଞ୍ଜୁ ବବି ଜର୍ଜ ଏକ ଟୁଇଟ୍‌ରେ ତାଙ୍କର ଏକ ବ୍ୟକ୍ତିଗତ ଗୋପନ କଥା ସାଧାରଣରେ ପ୍ରକାଶ କରିଛନ୍ତି। ୨୦୦୩ରେ ପ୍ୟାରିସ୍‌ରେ ବିଶ୍ୱ...

ଫାଇନାଲ୍‌ରେ ନୀରଜ: ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଶା ବଢିଲା

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ତାରକା ଆଥଲେଟ ନୀରଜ ଚୋପ୍ରା ଏକ ପଦକ ଆଶା ରଖିଛନ୍ତି। ସେ ବୁଧବାର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ...

ରାଜ୍ୟଗୋଷ୍ଠୀ ଟିଟି:ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ

କଟକ,୧୯ା୭(ପିଟି)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡୟମ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସଫଳତା ଆଣି ଦେଇଛି ମହିଳା ଦଳ। ଶୁକ୍ରବାର...

କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧୫।୯: ଅଷ୍ଟ୍ରେଲିଆ ମହିଳା ଦଳର ଉପ-ଅଧିନାୟକ ରାଚେଲ ହେନ୍ସ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟା ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେନ୍ସ ନିଶ୍ଚିତ...

ବାରବାଟୀ ଦିନିକିଆ: ଅନଲାଇନ୍‌ ଟିକେଟ୍‌ ଶେଷ: କାଉଣ୍ଟରକୁ ଅପେକ୍ଷା

କଟକ ଅଫିସ, ୬ା୧୨- ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ବହୁ ଉପରେ ରହିଛି, ଯାହାର ଜ୍ୱଳନ୍ତ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି।...

‘ଧନ୍ୟବାଦ୍‌ ମୁମ୍ବାଇ ଇଣ୍ଡିଆନ୍ସ, ଆମେ ଏହାକୁ ମନେ ରଖିବୁ’

ମୁମ୍ବାଇ,୨୨।୫: ‘ଧନ୍ୟବାଦ୍‌ ମୁମ୍ବାଇ। ଆମେ ଏହି ସାହାଯ୍ୟକୁ ମନେ ରଖିବୁ’ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ଆଇପିଏଲ୍‌ ପ୍ଲେଅଫ୍‌ରେ ପ୍ରବେଶ କରିବା ପରେ...

Advertisement
Archives

Model This Week