Posted inଖେଳ

ତୀରନ୍ଦାଜୀ: ଅଲିମ୍ପିକ ଚାମ୍ପିୟନଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ଅତନୁ

ଟୋକିଓ,୩୦।୭(ପି.ଟି.): ଭାରତୀୟ ପୁରୁଷ ତୀରନ୍ଦାଜ ଅତନୁ ଦାସ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଦୁଇଥର ଅଲିମ୍ପିକ୍‌ ଚାମ୍ପିୟନ କୋରିଆର ଓହ ଜିନ ହ୍ବେକଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ଦୀପିକା କୁମାରୀ ମଧ୍ୟ ମହିଳା ବିଭାଗ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରଶେ କରିଛନ୍ତି। ଅତନୁ ୬-୫ରେ ୩୯ ବର୍ଷୀୟ ଓହଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ।
ଦୀପିକା ଓ ଅତନୁ ଏଥର ସଫଳ ହେଲେ ଭାରତ ପାଇଁ ତୀରନ୍ଦାଜୀରେ ପ୍ରଥମ ପଦକ ହାସଲ କରିବେ ବୋଲି କୁହାଯାଇପାରେ। ପୂର୍ବରୁ ଅତନୁ ଚାଇନିଜ ତାଇପେର ଡେଙ୍ଗ ୟୁ- ଚେଙ୍ଗଙ୍କୁ ୬-୪ରେ ହରାଇଥିଲେ। ସ୍ବାମୀ- ସ୍ତ୍ରୀ ଯୋଡି ଅତନୁ ଓ ଦୀପିକାଙ୍କୁ ବାଦ୍‌ ଦେଲେ ବାକି ସବୁ ଭାରତୀୟ ତୀରନ୍ଦାଜ ଅଲିମ୍ପିକ୍ସରୁ ବାଦ୍‌ ପଡିଛନ୍ତି। ଶୁକ୍ରବାର ଦୀପିକା ପ୍ରି- କ୍ୱାର୍ଟରରେ ରୁଡିଆର ୮ ନମ୍ବର ତୀରନ୍ଦାଜ ସେନିଆ ପେରେଭାଙ୍କୁ ଭେଟିବେ। ପେରୋଭା ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପଟେ ଅତନୁ ଘରୋଇ ତୀରନ୍ଦାଜ ତଥା ଫେଭରାଇଟ ତାକାହାରୁ ପୁରୁକାଓ୍ବାଙ୍କୁ ଭେଟିବେ।
ପୂର୍ବରୁ ମିକ୍ସଡ ଟିମ୍‌ ଓ ପୁରୁଷ ଟିମ୍‌ ଶନିବାର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସେହିପରି ସେନାବାହିନୀ ଯୋଡି ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ବୁଧବାର ପରାସ୍ତ ହୋଇ ବିଦାୟ ନେଇସାରିଛନ୍ତି। ପୂର୍ବରୁ ଅତନୁ ଓହଙ୍କୁ ୨୦୧୯ ବ୍ୟାଙ୍କକ ଏସିଆନ ଚାମ୍ପିୟନଶିପ୍‌ରେ ପରାସ୍ତ କରିଥିଲେ। ଓହ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ଚଳିତ ୨୦୨୦ ଅଲିମ୍ପିକ୍ସରେ ଟିମ୍‌ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri