Posted inଖେଳ

ଆର୍ଚରଙ୍କ କହୁଣିରେ ଅସ୍ତ୍ରୋପଚାର

ଲଣ୍ଡନ,୨୭।୫(ପି.ଟି.): ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ତାଙ୍କ ଡାହାଣ କହୁଣିରେ ଅସ୍ତ୍ରୋପଚାର କରାଇଛନ୍ତି। ଦୀର୍ଘଦିନ ଧରି ସେ ଏଲ୍‌ବୋ ଇଞ୍ଜୁରି ଦେଇ ଗତି କରୁଥିଲେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ତେବେ ସେ କ୍ରିକେଟକୁ କେବେ ଫେରିବେ ସେ ନେଇ ଇସିବି କୌଣସି ସୂଚନା ଦେଇନାହିଁ। ୨୬ ବର୍ଷୀୟ ଆର୍ଚର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତ ମାର୍ଚ୍ଚରେ ତାଙ୍କର ହ୍ୟାଣ୍ଡ ସର୍ଜରୀ ମଧ୍ୟ ହୋଇଥିଲା ଓ ପ୍ରଥମଶ୍ରେଣୀ କ୍ରିକେଟକୁ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏବେ ସେ ରିହାବିଲିଟେଶନ ପ୍ରୋଗ୍ରାମରେ ସାମିଲ ହେବେ। ଇସିବି ଓ ସସେକ୍ସ ମେଡିକାଲ ଟିମ୍‌ ତାଙ୍କୁ ଏଥିରେ ସହାୟତା ପ୍ରଦାନ କରିବେ। ଟି୨୦ ବିଶ୍ୱକପ୍‌ ଓ ଆଶେସ ପୂର୍ବରୁ ଆର୍ଚର ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଥିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଙ୍ଗ୍ସ କପ୍‌ ଫୁଟବଲ: କୁରାକାଓଠାରୁ ହାରିଲା ଭାରତ ଛେତ୍ରୀଙ୍କ ମାଇଲ୍‌ଖୁଣ୍ଟ

ବୁରିରାମ(ଥାଇଲାଣ୍ଡ),୫।୬(ପି.ଟି): ଏଠାରେ ଚାଲିଥିବା କିଙ୍ଗ୍ସ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଖେଳାଯାଇଥିବା ତା’ର ପ୍ରଥମ ମ୍ୟାଚ୍‌ରେ କୁରାକାଓଠାରୁ ପରାସ୍ତ ହୋଇଛି। ଅଧିନାୟକ ସୁନୀଲ ଛେତ୍ରୀ...

୧୧ବର୍ଷ ପରେ ପାକିସ୍ତାନ ଦଳକୁ ଫେରିଲେ ଆଲାମ

କରାଚୀ, ୨୯ା୭ (ପି.ଟି.)-ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ୧୧ ବର୍ଷ ବ୍ୟବଧାନରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଆସନ୍ତା ଟେଷ୍ଟ ସିରିଜ ପାଇଁ ପାକିସ୍ତାନର...

ଦୁର୍ଘଟଣାରେ ନଂ. ୧ ଶଟଲର ମୋମୋତା ଆହତ, ଡ୍ରାଇଭର ମୃତ

କୁଆଲାଲମ୍ପୁର,୧୩ା୧ (ଏଏଫ୍‌ପି)- ବ୍ୟାଡ୍‌ମିଣ୍ଟନରେ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋତା ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିବାର କିଛି ଘଣ୍ଟା ପରେ ଏକ...

ସ୍ବର୍ଣ୍ଣ ଜିତି ପାରନ୍ତି ଆଦିତି

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ଆଶା ଦେଇଛନ୍ତି ଗଲ୍ଫ ଖେଳାଳି ଆଦିତି ଅଶୋକ। ମହିଳା ବର୍ଗରେ ଆଦିତି ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେର...

ଉନାଡ୍‌କଟଙ୍କ ଦମ୍‌ରେ ସୌରାଷ୍ଟ୍ର ଜିତିଲା ପ୍ରଥମ ରଣଜୀ ଟାଇଟଲ

ରାଜକୋଟ,୧୩।୩(ପି.ଟି.)- ଅଧିନାୟକ ଉନାଡ୍‌କଟଙ୍କ ଦମଦାର ସ୍ପେଲ ବଳରେ ସୌରାଷ୍ଟ୍ର ଦଳ ପ୍ରଥମ ଥର ପାଇଁ ରଣଜୀ ଟାଇଟଲ ହାସଲ କରିଛି। ଗତବର୍ଷ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା...

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଜାକିର, ଜିତେନ, ରାକେଶ, ରାଜାଙ୍କ ଦମ୍‌ଦାର ପ୍ରଦର୍ଶନ

ଭୁବନେଶ୍ୱର, ୮।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶନିବାର ତୃତୀୟ ଦିବସରେ ପହଞ୍ଚତ୍ଛି। ଶନିବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ...

ଡବ୍ଲ୍ୟୁଟିସିରେ ଭାରତକୁ ପଛରେ ପକାଇଲା ଶ୍ରୀଲଙ୍କା

ଗାଲେ,୨୫।୧୧: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୮୭ ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ଏହି ବିଜୟ ସହ ଘରୋଇ ଶ୍ରୀଲଙ୍କା ଦଳ ସିରିଜ୍‌ରେ...

ସୁନ୍ଦରଗଡ଼ ସାଇ ଜିତିଲା ନାଲ୍‌କୋ କପ୍‌ ହକି

କଟକ ଅଫିସ,୨୦ା୯- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୧୭ତମ ନାଲ୍‌କୋ କପ୍‌ ରାଜ୍ୟ ହକି ଚାମ୍ପିୟନଶିପ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ସୁନ୍ଦରଗଡ଼ ସାଇ ହଷ୍ଟେଲ ଓ ପୂର୍ବତଟ...

Advertisement
Archives

Model This Week