Posted inଜାତୀୟ

ସିଦ୍ଧୁଙ୍କ ପରାଜୟ ପରେ ଟ୍ରେଣ୍ଡ ପାଲଟଛନ୍ତି ଅର୍ଚ୍ଚନା ପୂରନ

ନୂଆଦିଲ୍ଲୀ,୧୧।୩: ୫ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବା ପରେ ଟୁଇଟରରରେ ଟ୍ରେଣ୍ଡ ପାଲଟିଛନ୍ତି ବଲିଉଡ୍‌ ଆକ୍ଟର ଅର୍ଚ୍ଚନା ପୁରନ ସିଂ। ଏହାର କାରଣ ହେଉଛି କ୍ରିକେଟରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଏଥିଯୋଗୁ ‘ଦି କପିଲ ଶର୍ମା ଶୋ’ରେ ସିଦ୍ଧୁଙ୍କ ସ୍ଥାନ ନେଇଥିବା ଅର୍ଚ୍ଚନାଙ୍କ ଉପରେ ଅନେକ ମିମ୍ସ ସୋସିଆଲ ମିଡିଆରେ ଛାୟୀ ହୋଇଯାଇଛି।

ସିଦ୍ଧୁ ୨୦୧୭ ପର୍ଯ୍ୟନ୍ତ କମେଡି ନାଇଟ୍‌ ଓ୍ବିଥ କପିଲ ଏବଂ କପିଲ ଶର୍ମା ଶୋ’ରେ ନିୟମିତ ଅତିଥି ଥିଲେ। ତା’ ପରେ ତାଙ୍କ ସ୍ଥାନ ନେଇଥିଲେ ଅର୍ଚ୍ଚନା। ଶୋ’ରେ କପିଲ ଅର୍ଚ୍ଚନାଙ୍କୁ ସର୍ବଦା ସିଦ୍ଧୁଙ୍କ ସ୍ଥାନ ଚୋରାଇ ନେଇଥିବା ଜୋକ୍‌ କରନ୍ତି। ସିଦ୍ଧୁ ଅମୃତସର ପୂର୍ବ ଆସନରୁ ପରାସ୍ତ ହୋଇଥିବାରୁ ସେ ଏବେ ବେରୋଜଗାର ଅଛନ୍ତି। ଏଣୁ ସେ ପୁଣି ଥରେ କପିଲ ଶର୍ମାଙ୍କ ଶୋ’କୁ ଫେରିବା ନେଇ ଟୁଇଟର ଓ ଇନ୍‌ଷ୍ଟାଗ୍ରାମରେ ଚର୍ଚ୍ଚା ହେଉଛି।

ବିଭିନ୍ନ ମିମ୍ସରେ ଅର୍ଚ୍ଚନାଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ଜଣେ ୟୁଜର ଅନ୍ୟ ଫଟୋରେ ଅର୍ଚ୍ଚନାଙ୍କ ଚେହେରା ଲଗାଇ ‘ଡର କା ମାହୋଲ ହେ’ (ଭୟର ବାତାବରଣ ଥିବା) ଲେଖିଛନ୍ତି। ସେହିଭଳି ସିଦ୍ଧୁ ନିର୍ବାଚନରେ ହାରିବା ପରେ ଅର୍ଚ୍ଚନା ନିଜ ସିଟ୍‌ ବଞ୍ଚାଇବା ଚାହୁଁଥିବା ଅନ୍ୟ ଜଣେ ୟୁଜର ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍ ।…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri