Odisha Elections 2024
Posted inଫୁରସତ

ଅର୍ବୁଦା ଦେବୀ ମନ୍ଦିର

ପବିତ୍ର ଅର୍ବୁଦା
ଦେବୀ ମନ୍ଦିର ରାଜସ୍ଥାନର ମାଉଣ୍ଟ ଆବୁଠାରେ ଅବସ୍ଥିତ। ଏହା ହେଉଛି ଏକ ଦେବୀପୀଠ। ମାନ୍ୟତା ଅନୁସାରେ, ଏଠାରେ ପୂଜା ପାଉଥିବା ଅର୍ବୁଦା
ଦେବୀ ହେଉଛନ୍ତି ମାତା କାତ୍ୟାୟନୀଙ୍କର ଏକ ସ୍ବରୂପ; ଯିଏ କି ଖୁବ୍‌ ପ୍ରତ୍ୟେକ୍ଷା…

ପବିତ୍ର ଅର୍ବୁଦା
ଦେବୀ ମନ୍ଦିର ରାଜସ୍ଥାନର ମାଉଣ୍ଟ ଆବୁଠାରେ ଅବସ୍ଥିତ। ଏହା ହେଉଛି ଏକ ଦେବୀପୀଠ। ମାନ୍ୟତା ଅନୁସାରେ, ଏଠାରେ ପୂଜା ପାଉଥିବା ଅର୍ବୁଦା
ଦେବୀ ହେଉଛନ୍ତି ମାତା କାତ୍ୟାୟନୀଙ୍କର ଏକ ସ୍ବରୂପ; ଯିଏ କି ଖୁବ୍‌ ପ୍ରତ୍ୟେକ୍ଷା…

ଅର୍ବୁଦା ଦେବୀ ମନ୍ଦିର ହେଉଛି ରାଜସ୍ଥାନର ମାଉଣ୍ଟ ଆବୁସ୍ଥିତ ଏକ ପ୍ରସିଦ୍ଧ ଧାର୍ମିକସ୍ଥଳୀ। ଅର୍ବୁଦା ଦେବୀଙ୍କୁ କାତ୍ୟାୟନୀ ଦେବୀଙ୍କର ଏକ ଅବତାର ବୋଲି କୁହାଯାଇଥାଏ। ରକ୍‌-କଟ୍‌ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ନିର୍ମାଣ ଶୈଳୀ ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥାଏ। ସୂଚନାନୁଯାୟୀ, ଦେବୀଙ୍କ ଦର୍ଶନ ପାଇଁ ଯିବାକୁ ହେଲେ ଭକ୍ତଗଣଙ୍କୁ ଅନେକ ପାହାଚ ଚଢି ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ହୋଇଥାଏ। ବର୍ଷର ସବୁ ସମୟରେ ଏଠାରେ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳୁଥିଲେ ହେଁ, ମୁଖ୍ୟତଃ ନବରାତ୍ରୀ ସମୟରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।
ପ୍ରମୁଖ ପର୍ବପର୍ବାଣୀ
ଏହି ମନ୍ଦିରରେ ନବରାତ୍ରୀ ଉତ୍ସବକୁ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ସେହି ସମୟରେ ଏଠାରେ ବଡ଼ ମେଳାର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। ଏଠାରେ ପ୍ରତ୍ୟେହ ମା’ଙ୍କୁ ବିଭିନ୍ନ ପ୍ରକାରର ବସ୍ତୁରେ ତିଆରି ଭୋଗ ଅର୍ପଣ କରାଯାଇଥାଏ।
ମା’ଙ୍କ ମହିମା
ଅର୍ବୁଦା ଦେବୀ ଖୁବ୍‌ ପ୍ରତ୍ୟେକ୍ଷା ବୋଲି ଭକ୍ତଗଣଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି। ଭକ୍ତିର ସହକାରେ ଯେଉଁ ବ୍ୟକ୍ତି ଏଠାକୁ ଆସି ମା’ଙ୍କର ପୂଜାର୍ଚ୍ଚନା କରିଥାନ୍ତି ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଲୋକକଥା ରହିଛି। ବିଶେଷକରି ନବରାତ୍ରୀ ସମୟରେ ଯେଉଁମାନେ ଏଠାକୁ ଆସି ମା’ଙ୍କର ପାଦୁକା ପୂଜା କରିଥାନ୍ତି ତାଙ୍କ ଜୀବନରେ ସୁଖଶାନ୍ତି ଭରିଯିବା ସହ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଲୋକେ କୁହନ୍ତି।
କ’ଣ ଖାଇବେ
ଏଠାରେ ପ୍ରାୟତଃ ଶୁଦ୍ଧ ଶାକାହାରୀ ଭୋଜନ ମିଳିଥାଏ। ତା’ଛଡ଼ା ପର୍ଯ୍ୟଟକଙ୍କ ରୁଚିକୁ ଦେଖି ଏଠାକାର କେତେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ରାଜସ୍ଥାନୀ, ପଞ୍ଜାବୀ ତଥା ଚିନ୍‌ ଖାଇବା ବି ମିଳିଥାଏ ବୋଲି ସୂଚନା ରହିଛି।
କେବେ ଯିବେ ଓ କେମିତି ଯିବେ
ମା’ଙ୍କର ଏହି ମନ୍ଦିରଟି ପାହାଡ ଓ ଜଙ୍ଗଲ ଘେରା ଅଞ୍ଚଳରେ ରହିଥିବାରୁ ଏଠାକାର ଜଳବାୟୁ ବର୍ଷସାରା ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। କିନ୍ତୁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ବର୍ଷାଦିନ ଓ ଶୀତଦିନ ହେଉଛି ସବୁଠୁ ଉତ୍ତମ; ଯାହାର ଅର୍ଥ ହେଉଛି ଜୁଲାଇରୁ ଫେବୃୟାରୀ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କିନ୍ତୁ ଏମିତି ଦେଖିବାକୁ ଗଲେ ଏଠାରେ ନବରାତ୍ରୀ ସମୟରେ ପର୍ଯ୍ୟଟକଙ୍କର ବହୁତ ଭିଡ ଜମିଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେବେ ଚାହିଁବେ ସେବେ ଏଠାକୁ ବୁଲି ଯାଇପାରିବେ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି।
ଅନ୍ୟାନ୍ୟ ଆକର୍ଷଣ
ଏହି ଦେବୀ ପୀଠ ବୁଲିବା ସହ ପର୍ଯ୍ୟଟକ ଆହୁରି ଅନେକ କିଛି ଏଠାରେ ଦେଖିପାରିବେ। ତା’ଛଡ଼ା ଟ୍ରେକିଂର ମଜା ବି ନେଇପାରିବେ। ବଣ ଜଙ୍ଗଲରେ ବୁଲି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିପାରିବେ। କେବଳ ସେତିକି ନୁହେଁ ଏଠାରୁ ବେଶ୍‌ ସୁଲଭ ଦରରେ ଭୋଗ ତଥା ମା’ଙ୍କର ଫଟୋ ଆଦି କିଣିପାରିବେ।
ଫଟୋଗ୍ରାଫିର ମଜା ନେଇପାରିବେ
ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ଏହି ସ୍ଥାନରେ ଫଟୋଗ୍ରାଫି ପାଇଁ ରହିଛି ଅନେକ ସୁବିଧା ଓ ସୂଯୋଗ। ନିଜ ପରିବାର ସଙ୍ଗେ ହେଉ ଅବା ସାଙ୍ଗସାଥୀଙ୍କ ସଙ୍ଗେ ଯାଇ ପର୍ଯ୍ୟଟକ ଏହି ମନ୍ଦିରର ଭବ୍ୟ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଅନେକ ସୁନ୍ଦର ସୁନ୍ଦର ଫଟୋ ଉଠାଇ ଏହି ଅପୂର୍ବ ସ୍ମୃତିକୁ ନିଜ ପାଖରେ ସବୁଦିନ ପାଇଁ ସାଇତି ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri