Posted inଫୁରସତ

ଅର୍ବୁଦା ଦେବୀ ମନ୍ଦିର

ପବିତ୍ର ଅର୍ବୁଦା
ଦେବୀ ମନ୍ଦିର ରାଜସ୍ଥାନର ମାଉଣ୍ଟ ଆବୁଠାରେ ଅବସ୍ଥିତ। ଏହା ହେଉଛି ଏକ ଦେବୀପୀଠ। ମାନ୍ୟତା ଅନୁସାରେ, ଏଠାରେ ପୂଜା ପାଉଥିବା ଅର୍ବୁଦା
ଦେବୀ ହେଉଛନ୍ତି ମାତା କାତ୍ୟାୟନୀଙ୍କର ଏକ ସ୍ବରୂପ; ଯିଏ କି ଖୁବ୍‌ ପ୍ରତ୍ୟେକ୍ଷା…

ପବିତ୍ର ଅର୍ବୁଦା
ଦେବୀ ମନ୍ଦିର ରାଜସ୍ଥାନର ମାଉଣ୍ଟ ଆବୁଠାରେ ଅବସ୍ଥିତ। ଏହା ହେଉଛି ଏକ ଦେବୀପୀଠ। ମାନ୍ୟତା ଅନୁସାରେ, ଏଠାରେ ପୂଜା ପାଉଥିବା ଅର୍ବୁଦା
ଦେବୀ ହେଉଛନ୍ତି ମାତା କାତ୍ୟାୟନୀଙ୍କର ଏକ ସ୍ବରୂପ; ଯିଏ କି ଖୁବ୍‌ ପ୍ରତ୍ୟେକ୍ଷା…

ଅର୍ବୁଦା ଦେବୀ ମନ୍ଦିର ହେଉଛି ରାଜସ୍ଥାନର ମାଉଣ୍ଟ ଆବୁସ୍ଥିତ ଏକ ପ୍ରସିଦ୍ଧ ଧାର୍ମିକସ୍ଥଳୀ। ଅର୍ବୁଦା ଦେବୀଙ୍କୁ କାତ୍ୟାୟନୀ ଦେବୀଙ୍କର ଏକ ଅବତାର ବୋଲି କୁହାଯାଇଥାଏ। ରକ୍‌-କଟ୍‌ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ନିର୍ମାଣ ଶୈଳୀ ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥାଏ। ସୂଚନାନୁଯାୟୀ, ଦେବୀଙ୍କ ଦର୍ଶନ ପାଇଁ ଯିବାକୁ ହେଲେ ଭକ୍ତଗଣଙ୍କୁ ଅନେକ ପାହାଚ ଚଢି ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ହୋଇଥାଏ। ବର୍ଷର ସବୁ ସମୟରେ ଏଠାରେ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳୁଥିଲେ ହେଁ, ମୁଖ୍ୟତଃ ନବରାତ୍ରୀ ସମୟରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।
ପ୍ରମୁଖ ପର୍ବପର୍ବାଣୀ
ଏହି ମନ୍ଦିରରେ ନବରାତ୍ରୀ ଉତ୍ସବକୁ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ସେହି ସମୟରେ ଏଠାରେ ବଡ଼ ମେଳାର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। ଏଠାରେ ପ୍ରତ୍ୟେହ ମା’ଙ୍କୁ ବିଭିନ୍ନ ପ୍ରକାରର ବସ୍ତୁରେ ତିଆରି ଭୋଗ ଅର୍ପଣ କରାଯାଇଥାଏ।
ମା’ଙ୍କ ମହିମା
ଅର୍ବୁଦା ଦେବୀ ଖୁବ୍‌ ପ୍ରତ୍ୟେକ୍ଷା ବୋଲି ଭକ୍ତଗଣଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି। ଭକ୍ତିର ସହକାରେ ଯେଉଁ ବ୍ୟକ୍ତି ଏଠାକୁ ଆସି ମା’ଙ୍କର ପୂଜାର୍ଚ୍ଚନା କରିଥାନ୍ତି ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଲୋକକଥା ରହିଛି। ବିଶେଷକରି ନବରାତ୍ରୀ ସମୟରେ ଯେଉଁମାନେ ଏଠାକୁ ଆସି ମା’ଙ୍କର ପାଦୁକା ପୂଜା କରିଥାନ୍ତି ତାଙ୍କ ଜୀବନରେ ସୁଖଶାନ୍ତି ଭରିଯିବା ସହ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଲୋକେ କୁହନ୍ତି।
କ’ଣ ଖାଇବେ
ଏଠାରେ ପ୍ରାୟତଃ ଶୁଦ୍ଧ ଶାକାହାରୀ ଭୋଜନ ମିଳିଥାଏ। ତା’ଛଡ଼ା ପର୍ଯ୍ୟଟକଙ୍କ ରୁଚିକୁ ଦେଖି ଏଠାକାର କେତେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ରାଜସ୍ଥାନୀ, ପଞ୍ଜାବୀ ତଥା ଚିନ୍‌ ଖାଇବା ବି ମିଳିଥାଏ ବୋଲି ସୂଚନା ରହିଛି।
କେବେ ଯିବେ ଓ କେମିତି ଯିବେ
ମା’ଙ୍କର ଏହି ମନ୍ଦିରଟି ପାହାଡ ଓ ଜଙ୍ଗଲ ଘେରା ଅଞ୍ଚଳରେ ରହିଥିବାରୁ ଏଠାକାର ଜଳବାୟୁ ବର୍ଷସାରା ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। କିନ୍ତୁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ବର୍ଷାଦିନ ଓ ଶୀତଦିନ ହେଉଛି ସବୁଠୁ ଉତ୍ତମ; ଯାହାର ଅର୍ଥ ହେଉଛି ଜୁଲାଇରୁ ଫେବୃୟାରୀ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କିନ୍ତୁ ଏମିତି ଦେଖିବାକୁ ଗଲେ ଏଠାରେ ନବରାତ୍ରୀ ସମୟରେ ପର୍ଯ୍ୟଟକଙ୍କର ବହୁତ ଭିଡ ଜମିଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେବେ ଚାହିଁବେ ସେବେ ଏଠାକୁ ବୁଲି ଯାଇପାରିବେ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି।
ଅନ୍ୟାନ୍ୟ ଆକର୍ଷଣ
ଏହି ଦେବୀ ପୀଠ ବୁଲିବା ସହ ପର୍ଯ୍ୟଟକ ଆହୁରି ଅନେକ କିଛି ଏଠାରେ ଦେଖିପାରିବେ। ତା’ଛଡ଼ା ଟ୍ରେକିଂର ମଜା ବି ନେଇପାରିବେ। ବଣ ଜଙ୍ଗଲରେ ବୁଲି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିପାରିବେ। କେବଳ ସେତିକି ନୁହେଁ ଏଠାରୁ ବେଶ୍‌ ସୁଲଭ ଦରରେ ଭୋଗ ତଥା ମା’ଙ୍କର ଫଟୋ ଆଦି କିଣିପାରିବେ।
ଫଟୋଗ୍ରାଫିର ମଜା ନେଇପାରିବେ
ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ଏହି ସ୍ଥାନରେ ଫଟୋଗ୍ରାଫି ପାଇଁ ରହିଛି ଅନେକ ସୁବିଧା ଓ ସୂଯୋଗ। ନିଜ ପରିବାର ସଙ୍ଗେ ହେଉ ଅବା ସାଙ୍ଗସାଥୀଙ୍କ ସଙ୍ଗେ ଯାଇ ପର୍ଯ୍ୟଟକ ଏହି ମନ୍ଦିରର ଭବ୍ୟ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଅନେକ ସୁନ୍ଦର ସୁନ୍ଦର ଫଟୋ ଉଠାଇ ଏହି ଅପୂର୍ବ ସ୍ମୃତିକୁ ନିଜ ପାଖରେ ସବୁଦିନ ପାଇଁ ସାଇତି ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?