ବିପାଶାଙ୍କ ପୂର୍ବରୁ ଦୁଇଦୁଇ ଜଣଙ୍କୁ ବିବାହ କରିଥିଲେ କରଣ, ଖୁବ୍‌ ଅଳ୍ପ ଦିନରେ…

ଅଭିନେତା କରଣ ସିଂ ଗ୍ରୋଭରଙ୍କ ଆଜି ଜନ୍ମଦିନ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା। ସିରିଏଲ ଦିଲ୍‌ ମିଲ୍‌ ଗୟାରେ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ କରିଥିଲେ। କ୍ୟାରିଅର୍‌ ଅପେକ୍ଷା ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। କରଣ ୨୦୧୬ରେ ବଲିଉଡ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କରିଥିଲେ। ପ୍ରଶଂସକମାନେ ଏହି ଯୋଡିକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବିପାଶାଙ୍କ ପୂର୍ବରୁ କରଣ ଦୁଇଥର ବିବାହ କରିଥିଲେ। ଜାଣନ୍ତୁ ତାଙ୍କ ପୂର୍ବ ସ୍ତ୍ରୀଙ୍କ ସମ୍ପର୍କରେ…

କରଣ ଏବଂ ଶ୍ରଦ୍ଧା ନିଗମ ୨୦୦୮ରେ ବିବାହ କରିଥିଲେ। ଦୁଇଜଣ ସାଧାରଣ ଫଟୋଗ୍ରାଫର ବନ୍ଧୁଙ୍କ ମାଧ୍ୟମରେ ସାକ୍ଷାତ ହୋଇଥିଲେ । ଏହି ବିବାହ ଅଧିକ ଦିନ ତିଷ୍ଠି ରହିଲା ନାହିଁ ଏବଂ ଦୁହେଁ ୨୦୦୯ରେ ଅଲଗା ହୋଇଗଲେ । ଏକ ସାକ୍ଷାତକାରରେ ଶ୍ରଦ୍ଧା ନିଗମ କହିଥିଲେ- ଏହି ବିବାହକୁ ନ ଭାଙ୍ଗିବା ପାଇଁ ମୁଁ ଚେଷ୍ଟା କଲି । ମୋର ସମସ୍ତ ଚେଷ୍ଟା ସତ୍ତ୍ୱେ ବିବାହ ବିଚ୍ଛେଦ ହେଲା। ୨୦୧୨ରେ, ଶ୍ରଦ୍ଧା ଟିଭି ଅଭିନେତା ମୟଙ୍କ ଆନନ୍ଦଙ୍କୁ ବିବାହ କରିଥିଲେ ।

ଏହା ପରେ କରଣ ଜେନିଫର ୱିଙ୍ଗେଟଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କୁ ଅନ-ସ୍କ୍ରିନ ଏବଂ ଅଫ ସ୍କ୍ରିନରେ ଦର୍ଶକ ବହୁତ ପସନ୍ଦ କରିଥିଲେ। ୨୦୧୨ରେ ଉଭୟ ବିବାହ କରିଥିଲେ। ଦୁହେଁ କେବଳ ଦୁଇ ବର୍ଷ ଏକାଠି ରହିଥିଲେ। କରଣ ତାଙ୍କୁ ଠକିଥିବା ଅଭିଯୋଗ ଜେନିଫର ଆଣିଥିଲେ। କରଣଙ୍କ ସହ ବିବାହ ଭାଙ୍ଗିବା ଖବର ଜେନିଫର ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ। କରଣ ଏବଂ ବିପାଶା ଫିଲ୍ମରେ ଏକାଠି କାମ କରିଥିଲେ। ପରେ ସେମାନଙ୍କ ଖବର ମଧ୍ୟ ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କଥାରେ ଡରିଯାଇ ୫ ଦିନ କାନ୍ଦିଥିଲେ ହ୍ରିତିକ୍‌ ରୋଶନ

ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ ରିଲିଜ୍‌ ହେବା ଇତିମଧ୍ୟରେ ୨୧ ବର୍ଷ ହୋଇଯାଇଛି। ୨୦୦୦ରେ ରିଲିଜ୍‌ ହୋଇଥିବା ଏହି...

ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ପ୍ରେମ କରି ବସିଥିଲେ କାଜୋଲ

କୁହାଯାଏ ପ୍ରେମ ଯେତେ ଲୁଇଲେ ବି ଲୁଚି ରହେନା। ସେହିଭଳି ବଲିଉଡ ସେଲିବ୍ରିଟିଙ୍କ ପ୍ରେମ କାହାଣୀ ବେଶ୍‌ ମଧ୍ୟ ବହୁତ ରଙ୍ଗୀନ। ଅଭିନେତ୍ରୀ କାଜୋଲଙ୍କ ପ୍ରେମ...

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଅମିତାଭ

ମୁମ୍ବାଇ: ବଲିଉଡ୍‌ର ଶେହେନ୍ସା ନିଜର ବ୍ୟକ୍ତିତ୍ୱ ଓ ନିଷ୍ଠାପର କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ସାଉଁଟୁଥିବା ବେଳେ ପ୍ରଶଂସକ ମଧ୍ୟ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି।...

୧୫ ଘଣ୍ଟାର ପଚରା ଉଚରା ପରେ ଭାରତୀଙ୍କ ସ୍ୱାମୀ ଗିରଫ, ଏବେ ହେବ ମେଡିକାଲ ଟେଷ୍ଟ

ମୁମ୍ବାଇ,୨୨ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ରବିବାର କମେଡିଆନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି । ତାଙ୍କୁ...

ଚା’ ଦୋକାନରେ କପ୍‌ ଧୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ମନରେ ପ୍ରଥମ ଚିନ୍ତାଧାରା ଆସେ ଯେ ଅଭିନୟ ବ୍ୟତୀତ ସ୍ମାର୍ଟ ଏବଂ ରୂପରେ ସୁନ୍ଦର ହେବା ନିହାତି ଆବଶ୍ୟକ।...

ଭାରତ ପାଇଁ ଖୁବ୍‌ଶୀଘ୍ର ଶତକ ମାରିବେ ଏହି କ୍ରିକେଟର: ଗାଭାସ୍କର

ନୂଆଦିଲ୍ଲୀ,୨୧।୮: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ...

ଏବେ ସୁଶାନ୍ତଙ୍କ ବାପାଙ୍କ ସହ ସମୟ କାଟୁଛି ‘ଫଡ୍ଜ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ପ୍ରଶଂସକମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ନାରାଜ। ଏଭଳି ସ୍ଥିତିରେ ସୁଶାନ୍ତଙ୍କୁ ସବୁଠାରୁ...

ବ୍ରହ୍ମାସ୍ତ୍ରର ଶୁଟିଂ ପାଇଁ ମନାଲି ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି।...

Advertisement
Archives

Model This Week