Odisha Elections 2024

ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଢେଙ୍କାନାଳ ଜିଲା ହିନ୍ଦୋଳ ଓ ବରଗଡ଼ ଜିଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାର୍ଯ୍ୟକାଳ ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୩ରେ ଏହି ୨ ଏନ୍‌ଏସି ପାଇଁ ଭୋଟ୍‌ ଗ୍ରହଣ କରାଯିବ। ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ମଙ୍ଗଳବାରଠାରୁ ଭୋଟ୍‌ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଏନ୍‌ଏସିରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।
ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ପ୍ରାର୍ଥୀମାନେ ନାମାଙ୍କପତ୍ର ଦାଖଲ କରିପାରିବେ। ଏହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ୧୭ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ଏପ୍ରିଲ ୩ରେ ଭୋଟ୍‌ ଗ୍ରହଣ ହେବ। ଏପ୍ରିଲ ୫ରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହା ପରେ ଏପ୍ରିଲ ୧୯ରେ ଏନ୍‌ଏସି ଉପାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ପାଣ୍ଡିଆନ କହିଲେ ଭିତିରି କଥା! ମେଣ୍ଟ ପାଇଁ ଭାଜପା-ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା, କେବଳ ଦୁଇ ଜଣ ନେତା…

ଭୁବନେଶ୍ୱର,୨୧।୫: ଓଡ଼ିଶାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ପରସ୍ପରକୁ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri