Posted inଜାତୀୟ

ବିଦେଶରେ ପଡି ରହିଛି ତିନି ହଜାରରୁ ଅଧିକ ମୃତଦେହ: ମାଟି ମା’ କୋଳକୁ ଫେରିବାକୁ ରହିଛି ଅପେକ୍ଷା!

ନୂଆଦିଲ୍ଲୀ, ୧୮ ।୯: ପେଟ ପାଟଣା ପାଇଁ ବିଦେଶକୁ ଚାଲି ଯାଇଥିଲେ କେତେକ ଭାରତୀୟ । ପରିବାର ପୋଷିବା ସହ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ଲକ୍ଷ୍ୟ ରଖି ଏମାନେ ସେଠାରେ କାମ କରିବା ଆଶାରେ ଚାଲିଯାଇଥିଲେ । ହେଲେ କିଏ ଜାଣିଥିଲା କିଛି ମାସ ବା କିଛି ବର୍ଷ ଭିତରେ ସେମାନଙ୍କ ପାଇଁ ମାଟି ମା’ କୋଳକୁ ଫେରିବାକୁ ଭାଗ୍ୟରେ ଜୁଟିବ ନାହିଁ । ଏବେ ଏମାନଙ୍କ ମଧ୍ୟରେ କେତେକଙ୍କ ମୃତଦେହ ବିଦେଶରେ ପଡି ରହିଥିବା ବେଳେ ଅପେକ୍ଷା ରହିଛି ମାତୃଭୁମି କୋଳକୁ ଫେରିବାକୁ । ହେଲେ କିଏ ଜାଣିଛି ଏମାନଙ୍କ ଭାଗ୍ୟରେ ଏହା ଯୁଟିବ କି ନା । ଫେବୃୟାରୀରୁ ଅଗଷ୍ଟ ୫ ମଧ୍ୟରେ ହଜାର ହଜାର ସଂଖ୍ୟାରେ ଭାରତୀୟଙ୍କର ବିଦେଶରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଅଧିକାଂଶ ଭାରତୀୟଙ୍କର ଗଲ୍ଡ କଣ୍ଟ୍ରିରେ ମୃତ୍ୟୁ ହୋଇଥିବା କୁହାଯାଉଛି । ହେଲେ କରୋନା ମହାମାରୀ ଓ ଳକ୍ ଡାଉନ ପରେ ମାତ୍ର କତେଜଣଙ୍କ ମୃତଦେହକୁ ଭାରତ ଅଣାଯାଇଥିବା ବେଳେ ଅଧିକାଂଶ ମୃତଦେହ ଏବେବି ଭାରତ ଫେରିବାକୁ ଅପେକ୍ଷା କରି ରହିଛନ୍ତି ବୋଲି ଜଣାପଡିଛି । ଏପଟେ କେନ୍ଦ୍ର ସରକାର କହୁଛନ୍ତି ସମସ୍ତ ମୃତଦେହକୁ ଦେଶକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଫେବୃୟାରୀ ୨୦୨୦ ପୂର୍ବରୁ ଅଧିକାଂଶ ଭାରତୀୟ ଭାରତରୁ ବିଭିନ୍ନ ଦେଶକୁ ଯାତ୍ରା କରିଥିଲେ । ହେଲେ କରୋନା ଓ ଲକ୍ ଡାଉନ ଯୋଗୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହୋଇଯିବାରୁ ଯିଏ ଯେଉଁଠି ଥିଲେ ସେହିଠାରେ ରହି ଯାଇଥିଲେ । ଏହାରି ଭିତରେ କେବଳ ୧୦ ଦେଶରେ ୫୨୮୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା କୁହାଗଲା । ଏହା ଫେବୃୟାରୀ ୧ରୁ ଅଗଷ୍ଟ ୧୫ ମଧ୍ୟର ଘଟଣା । କେବଳ ସୌଦି ଆରବରେ ୨୩୬୦ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୟୁଏଇରେ ୧୪୪୧ ଓ କୁଏତରେ ୬୯୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା କୁହାଗଲା । ମୋଟ ୫୨୮୬ ମୃତଦେହ ମଧ୍ୟରୁ କେବଳ ୧୮୦୭ ଜଣଙ୍କ ମୃତ ଦେହ ଭାରତ ଆସିପାରିଥିଲା । କେନ୍ଦ୍ର ସରକାର କହିଛନ୍ତି କେତେକ ମୃତଦେହକୁ ସେମାନଙ୍କ ପରିବାର ସଦସ୍ୟଙ୍କ ଅନୁମତି କ୍ରମେ ସେହିଠାରେ ସଂସ୍କାର କରି ଦିଆଯାଇଛି । ତେବେ ଗଲ୍ଫ କଣ୍ଟ୍ରିରେ ମୃତ ବ୍ୟକ୍ତିଙ୍କ ଶରୀରକୁ କେବଳ କବର ଦେବାର ବ୍ୟବସ୍ଥା ଥିବା ବେଳେ ଅନେକ ଭାରତୀୟ ସେଠାରୁ ସେମାନଙ୍କ ପ୍ରିୟଜନଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri