Posted inରାଜ୍ୟ

ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନକୁ ମଞ୍ଜୁରୀ

ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ଉପସ୍ଥାପନ କରିଥିବା ବଜେଟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ୯,୭୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୮୯ କିଲୋମିଟର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳପଥ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୦୨୧-୨୨ରେ ଏହି ପ୍ରକଳ୍ପ ପାଇଁ ୪୨୪.୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେହିପରି ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ସିଧାସଳଖ ରେଳସେବା ଯୋଗାଇଦେବା ପାଇଁ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ବୃହତ୍‌ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଅନ୍ୟପଟେ ଦାବି ତୁଳନାରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିଛି, ଯାହାକି ସର୍ବୋଚ୍ଚ ମଧ୍ୟ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ସରକାର କେନ୍ଦ୍ର ନିକଟରେ ରେଳ ପ୍ରକଳ୍ପସମୂହ ପାଇଁ ପ୍ରାୟ ୭,୬୦୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷ ରେଳ ବଜେଟରେ କେନ୍ଦ୍ର ସରକାର ଓଡ଼ିଶାକୁ ୬,୯୯୫.୫୮ କୋଟି ଟଙ୍କା ଅନୁଦାନ ଦେଇଥିଲେ। ଏହା ପୂର୍ବଆର୍ଥିକ ବର୍ଷ ତୁଳନାରେ ୬୦% ଅଧିକ ଥିଲା। ଏହିକ୍ରମରେ ୨୦୨୦-୨୧ରେ ଓଡ଼ିଶା ପାଇଁ ରେଳ ବଜେଟରେ ୪,୩୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।୨୦୨୨-୨୩ ବଜେଟରେ ଓଡ଼ିଶା ପାଇଁ କରାଯାଇଥିବା ବ୍ୟୟ ଅଟକଳରେ ନୂତନ ରେଳ ପ୍ରକଳ୍ପ, ପୁରାତନ ପ୍ରକଳ୍ପର ଦୋହରୀକରଣ ଏବଂ ନୂତନ ରେଳଲାଇନ ବିଛାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ସେହିପରି ରେଳ ଭିତ୍ତିଭୂମିର ବିକାଶ ଲାଗି ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୪ବର୍ଷ ଧରି ଅନିଶ୍ଚିତତା ମଧ୍ୟରେ ଥିବା ୨ ନୂଆ ରେଳଲାଇନ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଚଳିତ ବଜେଟରେ ସବୁଜ ସଙ୍କେତ ଦେଇଛନ୍ତି। ୮୦ କିଲୋମିଟର ବିଶିଷ୍ଟ ବାଦାମପାହାଡ଼-କେନ୍ଦୁଝରଗଡ଼ ଏବଂ ୬୨ କିଲୋମିଟର ବିଶିଷ୍ଟ ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂଆ ରେଳଲାଇନ୍‌ ନିର୍ମାଣ ପାଇଁ ନୂତନ ଭାବେ ସର୍ଭେ କାର୍ଯ୍ୟ ନିମନ୍ତେ ବଜେଟରେ ସ୍ବତନ୍ତ୍ର ଭାବେ ବ୍ୟୟବରାଦ ହୋଇଛି। ଉକ୍ତ ଦୁଇଟି ମାର୍ଗରେ ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୦୧୮ ରେଳ ବଜେଟରେ ଉକ୍ତ ଦୁଇ ପ୍ରକଳ୍ପକୁ ଲାଭଜନକ ନୁହେଁ ବୋଲି ଦର୍ଶାଇ ରେଳ ମନ୍ତ୍ରଣାଳୟ ଅଣଦେଖା କରିଥିଲା।

ସେହିପରି ଅନୁଗୋଳ-ସୁକିନ୍ଦା ରୋଡ୍‌ (୯୮.୭ କି.ମି.) ରେଳ ପ୍ରକଳ୍ପ ପାଇଁ ୪୭୫ କୋଟି, ପାରାଦୀପ-ହରିଦାସପୁର (୮୨ କି.ମି.) ପାଇଁ ୮୫ କୋଟି, ତାଳଚେର-ବିମଳାଗଡ଼ (୧୫୪ କି.ମି.) ପାଇଁ ୨୫୦ କୋଟି, ଜୟପୁର-ମାଲକାନଗିରି (୧୩୦ କି.ମି.) ପାଇଁ ୧୩.୮ କୋଟି, ଜୟପୁର-ନବରଙ୍ଗପୁର (୩୮କି.ମି.) ପାଇଁ ୮୧ କୋଟି, ନୂଆପଡ଼ା-ଗୁଣୁପୁର-ଥେରୁବାଲି (୭୯.୧୫ କି.ମି.) ନୂଆ ବ୍ରଡ୍‌ଗେଜ୍‌ ରେଳଲାଇନ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଖୋର୍ଦ୍ଧା-ବାରଙ୍ଗ (୩୫.କି.ମି) ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ୧୬୪ କୋଟି, ଝାରସୁଗୁଡ଼ା-ରେଙ୍ଗାଲି (୨୫.୬ କି.ମି) ପାଇଁ ୧୫ କୋଟି, ସମ୍ବଲପୁର-ଟିଟିଲାଗଡ଼ (୧୮୨ କି.ମି.) ପାଇଁ ୭୯.୫ କୋଟି, ବୃନ୍ଧାମାଳ-ଝାରସୁଗୁଡା ଫ୍ଲାଏଓଭର ପାଇଁ ୨୦ କୋଟି, ବାଂଶପାଣି-ଦୈତାରୀ-ଟମକା-ଯଖପୁରା (୧୮୦କି.ମି.) ପାଇଁ ୧୭୦ କୋଟି, ଡେଲାଙ୍ଗ-ପୁରୀ (୨୮.୭ କି.ମି.) ପାଇଁ ୧ ହଜାର କୋଟି, ସମ୍ବଲପୁର-ତାଳଚେର (୧୭୪.୧୧ କି.ମି.) ପାଇଁ ୧୭୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନ ଦୋହରୀକରଣ ପ୍ରକଳ୍ପ ପାଇଁ ୯୯ କୋଟି, ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି, ଜଗଦଲପୁର-କୋରାପୁଟ ପ୍ରକଳ୍ପ ପାଇଁ ୧୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଯାତ୍ରୀ ସୁରକ୍ଷା ପାଇଁ ୩୦୪.୧୭ କୋଟି ବ୍ୟୟବରାଦ କରାଯାଇଛି।

ଅନୁରୂପ ଭାବେ ଧୋଲତାପାହାଡ଼-ବଡ଼ବିଲ (୭୧.୬ କି.ମି.), ରାଉରକେଲା-ବଣ୍ଡମୁଣ୍ଡା (୧୦ କି.ମି.), କିରିବୁର-ବଡ଼ବିଲ (୨୪.୫୦ କି.ମି.), ଧୋଲତାପାହାଡ଼-ନୟାଗଡ଼ ଭାୟା ସାନିନ୍ଦପୁର ଖଣି (୪୫ କି.ମି)ର ନୂଆ ରେଳପଥ ନିର୍ମାଣ ପାଇଁ ଚୂଡ଼ାନ୍ତ ସର୍ଭେ ନିମନ୍ତେ ବଜେଟରେ ଅର୍ଥ ମଞ୍ଜୁର ହୋଇଛି। ରାଉରକେଲା, ବୀରମିତ୍ରପୁରଠାରେ ଦୁଇଟି ରେଲୱେ ଫ୍ଲାଏଓଭର, ରାଉରକେଲା-ବଙ୍ଗମୁଣ୍ଡା ମଧ୍ୟରେ ପଞ୍ଚମ ରେଳଲାଇନ୍‌ ନିର୍ମାଣ ନିମନ୍ତେ ମଧ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି। ସେହିପରି ୧୫୫ କି.ମି. ଦୀର୍ଘ ନାରାୟଣଗଡ଼-ଭଦ୍ରକ ମଧ୍ୟରେ ତୃତୀୟ ରେଳଲାଇନ୍‌ ନିର୍ମାଣ ପାଇଁ ଚୂଡ଼ାନ୍ତ ସର୍ଭେ କାର୍ଯ୍ୟ ପାଇଁ ବ୍ୟୟବରାଦ ହୋଇଛି। ଦୀଘା-ରୂପସା ଭାୟା ବାଲିଆପାଳ (୫୮କି.ମି.) ଦେଇ ନିର୍ମିତ ନୂଆ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବା ନିମନ୍ତେ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି। ବାଙ୍ଗିରିପୋଷି-ଦେଓଘର ଭାୟା ବାଦାମପାହାଡ଼ ଓ ଚମ୍ପୁଆ ମଧ୍ୟରେ ୧୧୦ କିମିର ନୂଆ ରେଳମାର୍ଗ, ଟାଟା-ଝାରସୁଗୁଡ଼ା ମଧ୍ୟରେ ଚତୁର୍ଥ ରେଳମାର୍ଗ ପାଇଁ ସର୍ଭେ କାର୍ଯ୍ୟକୁ ବଜେଟରେ ମଞ୍ଜୁରୀ ମିଳିଛି। ଏସବୁ ବ୍ୟତୀତ ଝାରସୁଗୁଡ଼ା-ଚମ୍ପା-ବିଳାସପୁରର ୬୦କିମି ମାର୍ଗରେ ରେଳଲାଇନ୍‌ ନିର୍ମାଣ ପାଇଁ ୬୦କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ରେଳବଜେଟରେ ଓଡ଼ିଶାକୁ ଅଦ୍ୟାବଧି ମିଳିଥିବା ଅନୁଦାନ ସର୍ବୋଚ୍ଚ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗ ତୁଳନାରେ କମ୍‌ ମିଳିଛି। ସେହିପରି ସମ୍ପ୍ରତି ନିର୍ବାଚନର ସମ୍ମୁଖୀନ ହେଉଥିବା ଉତ୍ତରପ୍ରଦେଶକୁ ମିଳିଛି ସର୍ବାଧିକ ଅନୁଦାନ। ପଶ୍ଚିମବଙ୍ଗକୁ ୧୦ ହଜାର ୨୬୨ କୋଟି ଟଙ୍କା ମିଳିଥିବାବେଳେ ଉତ୍ତରପ୍ରଦେଶକୁ ମିଳିଛି ୧୪ ହଜାର ୭୬୧ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?