୮ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଅନୁମୋଦନ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ପିଏମ୍‌ କେୟାର୍ସ ଫଣ୍ଡରୁ ଓଡ଼ିଶାର ୮ ଜିଲାରେ ପ୍ରେସର ସ୍ବିଙ୍ଗ ଆଡଜର୍ପଶନ (ପିଏସ୍‌ଏ) ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ ମିଳିଛି। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟୁଇଟ୍‌ ଯୋଗେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ଏହି ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଅନେକ ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୁବର୍ଣ୍ଣପୁର ଜିଲାରେ ଡିଆର୍‌ଡିଓ ଦ୍ୱାରା ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଓଡ଼ିଶାର ବୌଦ୍ଧ ଏବଂ କଟକ ଜିଲାରେ ଡିଆରଡିଓ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରୁଛି। ଅପରପକ୍ଷରେ ଓଡ଼ିଶାର ପ୍ରତ୍ୟେକ ଜିଲାରେ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଥିବା ପରିପ୍ରେକ୍ଷୀରେ ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ରାୟଗଡ଼ା ଜିଲାରେ ପିଏସ୍‌ଏ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ପ୍ରତ୍ୟେକ ଜିଲାରେ କ୍ୟାପଟିଭ୍‌ ମେଡିକାଲ ଅକ୍ସିଜେନ୍‌ ଜେନେରେଶନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ରାଜ୍ୟର କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ସଶକ୍ତ କରିବା ସହ ସ୍ବାସ୍ଥ୍ୟ ଆହ୍ବାନଗୁଡ଼ିକୁ ମୁକାବିଲା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଗତ ୧୫ ତାରିଖରେ ଓଡ଼ିଶାର ପ୍ରତ୍ୟେକ ଜିଲାରେ ଅନୂ୍ୟନ ଗୋଟିଏ ଲେଖାଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଙ୍କୁ ପତ୍ର ଲେଖିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗତିପଥ ବଦଳାଇଲା ମଙ୍ଗଳା ମୁହାଣ

ପୁରୀ ଅଫିସ,୧୯।୯: ପ୍ରାୟ ପ୍ରତିବର୍ଷ ମଙ୍ଗଳା ନଦୀ ମୁହାଣ ଗତିପଥ ବଦଳୁଛି। ବିଭିନ୍ନ ସମୟରେ ପ୍ରାକୃତିକ ମୁହାଣ ପୋତିହୋଇ ଭିନ୍ନ ଜାଗାରେ ନୂଆ ଧାର ସୃଷ୍ଟି...

ବଢୁଛି ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା

ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟର କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ...

କାଳରାତ୍ରି ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୫।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶୁକ୍ରବାର ପାର୍ବଣର ସପ୍ତମୀ ତିଥିରେ...

କରୋନା ଆକ୍ରାନ୍ତ ୨ ବିଧାୟକଙ୍କ ସହ କଥାହେଲେ ନବୀନ

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଉଭୟ...

୨ ବର୍ଷରେ କାର୍ଯ୍ୟକ୍ଷମ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ ଅଫିସ, ୩୦ା୧୦: ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଜମିକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉପୁଜିବାରୁ କାମ ବିଳମ୍ବ...

ପ୍ରକଳ୍ପ ତଦାରଖକୁ ଜୋର୍‌ଦାର କରିବ ‘ମୋ ସ୍କୁଲ’

ଭୁବନେଶ୍ୱର, ୫।୩(ବ୍ୟୁରୋ):ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ‘ମୋ ସ୍କୁଲ୍‌’ ଅଭିଯାନକୁ ବ୍ୟାପକ କରାଯାଇଛି। ଏହା ମାଧ୍ୟମରେ ୨୫,୫୨୦ ବିଦ୍ୟାଳୟ ଯୋଡ଼ି ହୋଇଛି।...

ମହିଳାଙ୍କ ପାଇଁ ‘ମିଶନ ଶକ୍ତି ବିଭାଗ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ...

ଭୁବନେଶ୍ୱରରୁ ୫ ମୂର୍ତ୍ତି ଉଦ୍ଧାର, ଜଣେ ଗିରଫ

ପିପିଲି,୪।୩(ସ୍ବ.ପ୍ର.): ପିପିଲି କାକୁଡ଼ିଆସ୍ଥିତ ଶ୍ରୀ ଗୋପୀନାଥ ଦେବ ମନ୍ଦିରରୁ ଚୋରି ୫ ମୂର୍ତ୍ତିକୁ ପୋଲିସ ଭୁବନେଶ୍ୱରରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ...

Advertisement
Archives

Model This Week