ପରିମଳ ପରିଚାଳନାକୁ ପ୍ରଶଂସା

ଢେଙ୍କାନାଳ ଅଫିସ, ୧୨।୪: ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଙ୍ଗଳବାର ଢେଙ୍କାନାଳ ପରିଦର୍ଶନରେ ଆସି ପରିମଳ ପରିଚାଳନା, ଗଠନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରକ୍ରିୟା ଏବଂ ଏହାର ପରିଚାଳନାକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
ଜିଲା କାର୍ଯ୍ୟାଳୟରେ ଜିଲାପାଳ ସରୋଜ କୁମାର ସେଠୀ ସେମାନଙ୍କୁ ସ୍ବାଗତ କରିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ଟ୍ରାନ୍ସଜେଣ୍ଡରମାନଙ୍କ ଦ୍ୱାରା କିଭଳି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି, ସେ ନେଇ ବୁଝାଇଥିଲେ। ଏଥିସହ ଢେଙ୍କାନାଳର ଭୌଗୋଳିକ ସ୍ଥିତି, ପ୍ରଶାସନିକ ବ୍ୟବସ୍ଥା ଏବଂ ଏହାର ପ୍ରାକୃତିକ ବୈଭବ ସମ୍ପର୍କରେ ଅବଗତ କରାଇଥିଲେ। ପୌରାଞ୍ଚଳ ବାସିନ୍ଦାଙ୍କ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ମୁକ୍ତା ଯୋଜନା, ବିଜୁ ଆଦର୍ଶ କଲୋନୀ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ ଆଦି ମୌଳିକ ସୁବିଧା ଯୋଗାଇ ଦିଆଯାଉଥିବା ସମ୍ପର୍କରେ ଜିଲାପାଳ ସୂଚନା ଦେଇଥିଲେ। ବର୍ଜ୍ୟବସ୍ତୁ ପରିଚାଳନାରୁ ଆର୍ଥିକ ଲାଭ ଏବଂ ମହିଳାମାନେ ଆତ୍ମନିର୍ଭରଶୀଳ ହେଉଥିବା ଜାଣିବା ପରେ ଢେଙ୍କାନାଳ ପୌରପାଳିକାର ଅଭିନବ ପ୍ରୟାସକୁ ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀ ଦଳ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ବସ୍‌ଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର, ମହିଷାପାଟସ୍ଥିତ ମଳପଙ୍କ ପରିଚାଳନା କେନ୍ଦ୍ର, କାଠଗଡ଼ାସ୍ଥିତ ସମ୍ପଦ କେନ୍ଦ୍ର, କଣ୍ଟାନାଳୀ ବାଇପାସ୍‌ସ୍ଥିତ ଆଚାର ଉଦ୍ୟୋଗ ଆଦି ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ।
ଡିଏମ୍‌ଏର କମିଶନର ତଥା ନିର୍ଦ୍ଦେଶକ ଡ. କିରନ୍‌ କୁଲକର୍ଣ୍ଣୀ, ଜଏଣ୍ଟ କମିଶନର ଅନିଲ ମ୍ୟୁଲେ, ଶଙ୍କର ଗୋରେ, ଆର୍‌ଡିଏମ୍‌ଏର ଜଏଣ୍ଟ କମିଶନର ପୁନମ ମେହେଟ୍ଟା, ରବୀନ୍ଦ୍ର ଯାଦବ, ଡେପୁଟି କମିଶନର ରୋହିଦାସ ଦୋରକୁଲ୍‌କର, ପୁନେ କର୍ପୋରେଶନର ଡେପୁଟି କମିଶନର ଆଶା ରାଉତ, ଷ୍ଟେଟ୍‌ ମିଶନ ମ୍ୟାନେଜର ପ୍ରସାଦ ରାଜଭୋସ୍‌ଲେ, ଏସ୍‌ଏମ୍‌ଏମ୍‌ୟୁର ମୁଖ୍ୟ ପ୍ରସନ୍ନ ମହାରଣା ପ୍ରମୁଖ ପରିଦର୍ଶନରେ ଆସିଥିଲେ। ସେମାନଙ୍କୁ ଜିଲାପାଳ ସେଠୀ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ନିର୍ବାହୀ ଅଧିକାରୀ ତରୁଣ ମହାପାତ୍ର, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ପ୍ରମୁଖ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri