ସ୍ବଚ୍ଛତା କ୍ଷେତ୍ରରେ ବିଏମ୍‌ସିକୁ ପୁଣି ପ୍ରଶଂସା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସମଗ୍ର ଦେଶରେ ଭୁବନେଶ୍ବର ଏକ ଉଦାହରଣ ପାଲଟିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଦ୍ବାରା ସହରରେ ନିୟମିତ ସଫେଇ ହେଉଥିବାବେଳେ ଏହା ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ନିଜର ଶୀର୍ଷ ପ୍ରଦର୍ଶନ ଦର୍ଶାଉଛି। ବିଏମ୍‌ସି ଦ୍ବାରା ରାସ୍ତାରେ ନିୟମିତ ସଫେଇ କରାଯାଉଛି। ଯାହାକି ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକ ଲାଗି ଉଦାହରଣ ବୋଲି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ (ଅର୍ବାନ) ପକ୍ଷରୁ ପ୍ରକାଶ ପାଇଛି। ଏହି କ୍ରମରେ ସ୍ବଚ୍ଛ ଭାରତ ମିଶନ (ଅର୍ବାନ) ପକ୍ଷରୁ ଟୁଇଟ୍‌ କରି ବିଏମ୍‌ସିକୁ ପ୍ରଶଂସା କରାଯାଇଛି। ଜାନୁୟାରୀରେ ସ୍ବଚ୍ଛ ସର୍ବେକ୍ଷଣର ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ବର ଗସ୍ତରେ ଆସିଥିଲେ। ତେବେ ସର୍ବେକ୍ଷଣ ଟିମ୍‌ ଦିଲ୍ଲୀ ଫେରିବା ପରେ ବିଏମ୍‌ସିକୁ ପ୍ରଶଂସାର ସୁଅ ଛୁଟୁଛି। ହକି ବିଶ୍ବକପର ଆୟୋଜନ ସମୟରେ ବିଏମ୍‌ସି ଦ୍ବାରା କଳିଙ୍ଗ ଷ୍ଟାଡିୟମ ଓ ଖେଳାଳିଙ୍କ ରହିବା ସ୍ଥାନରେ ନିଆଯାଇଥିବା ପରିମଳ ବ୍ୟବସ୍ଥା ସହ ସହର ପରିମଳ ପ୍ରତି ଦିଆଯାଇଥିବା ସ୍ବତନ୍ତ୍ର ପଦକ୍ଷେପ ଲାଗି ବିଏମ୍‌ସି ପ୍ରଶଂସିତ ହୋଇଥିଲା। ପରେ ନିର୍ମାଣାଧୀନ ବର୍ଜ୍ୟ ଉଠାଇବା ଓ ତା’ର ପ୍ରକ୍ରିୟାକରଣ ଲାଗି ସ୍ଥାନ ଚିହ୍ନଟ ପାଇଁ, ଜଟାୟୁ ମେଶିନ ସହାୟତାରେ କଣ୍ଟାକ୍ଟଲେସ୍‌ ଗାର୍ବେଜ ଲିଫ୍ଟିଂ ଲାଗି ମଧ୍ୟ ବିଏମ୍‌ସିକୁ ସ୍ବଚ୍ଛ ସର୍ବେକ୍ଷଣ ସଂସ୍ଥା ପ୍ରଶଂସା କରିଛି। କେବଳ ଫେବୃୟାରୀରେ ବିଏମ୍‌ସି ୩ଥର ପ୍ରଶଂସା ସାଉଁଟି ସାରିଲାଣି। ତେଣୁ ଚଳିତ ବର୍ଷ ସ୍ବଚ୍ଛତା ସର୍ବେକ୍ଷଣରେ ବିଏମ୍‌ସି ଭଲ ପ୍ରଦର୍ଶନ କରିବ ବୋଲି ଅଧିକାରୀଙ୍କ ମହଲରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି। ବିଏମ୍‌ସି ପରିମଳ ବିଭାଗ ଉପଆୟୁକ୍ତ ଶୁଭେନ୍ଦୁ ସାହୁ କହିଛନ୍ତି, ସହରକୁ ସ୍ବଚ୍ଛ ରଖିବା ଲାଗି ବିଏମ୍‌ସି ତା’ର ଆଭିମୁଖ୍ୟ ସ୍ପଷ୍ଟ ରଖିଛି। ସହର ପରିମଳ ବ୍ୟବସ୍ଥା ସୁଧାରିବାକୁ ବିଏମ୍‌ସି ବିଭିନ୍ନ ପଦକ୍ଷେପ ନେଉଛି। ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବା ସହ ପ୍ରତ୍ୟେକ ୱାର୍ଡ ଅଳିଆ ଉକ୍ତ ୱାର୍ଡରେ ପ୍ରକ୍ରିୟାକରଣ କରିବାକୁ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ର ନିର୍ମାଣ କରାଯାଉଛି। ଏବେସୁଦ୍ଧା ଭୁବନେଶ୍ବରରେ ୩୪ଏମ୍‌ସିସି ଓ ୧୭ଟି ଏମ୍‌ଆର୍‌ଏଫ୍‌ କାର୍ଯ୍ୟକ୍ଷମ ରହିଛି। ଲୋକଙ୍କୁ ପୃଥକ କରି ଅଳିଆ ଦେବାକୁ ସଚେତନ କରାଯାଉଛି। ଘରକୁ ଘର ବୁଲି ସ୍ବଚ୍ଛସାଥୀ ଓ ୱେଷ୍ଟ ପିକର୍ସ ପୃଥକ ଅଳିଆ କିପରି ଦେବେ, ଘରେ ନିହାତି ୨ଟି ଡଷ୍ଟବିନ ରଖିବା ପାଇଁ ସଚେତନ କରାଯାଉଛି। ଆଉ କିଛି ଦିନ ଲୋକଙ୍କୁ ଏପରି ସଚେତନ କରାଯିବା ପରେ ବିଏମ୍‌ସି ତା’ର ସ୍ବଚ୍ଛତା ଆଭିମୁଖ୍ୟକୁ ବ୍ୟାପକ କରିବା ସହ ନିଜର କଠୋର ଆଭିମୁଖ୍ୟ ଦେଖାଇବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri