ସ୍ବଚ୍ଛତା କ୍ଷେତ୍ରରେ ବିଏମ୍‌ସିକୁ ପୁଣି ପ୍ରଶଂସା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସମଗ୍ର ଦେଶରେ ଭୁବନେଶ୍ବର ଏକ ଉଦାହରଣ ପାଲଟିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଦ୍ବାରା ସହରରେ ନିୟମିତ ସଫେଇ ହେଉଥିବାବେଳେ ଏହା ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ନିଜର ଶୀର୍ଷ ପ୍ରଦର୍ଶନ ଦର୍ଶାଉଛି। ବିଏମ୍‌ସି ଦ୍ବାରା ରାସ୍ତାରେ ନିୟମିତ ସଫେଇ କରାଯାଉଛି। ଯାହାକି ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକ ଲାଗି ଉଦାହରଣ ବୋଲି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ (ଅର୍ବାନ) ପକ୍ଷରୁ ପ୍ରକାଶ ପାଇଛି। ଏହି କ୍ରମରେ ସ୍ବଚ୍ଛ ଭାରତ ମିଶନ (ଅର୍ବାନ) ପକ୍ଷରୁ ଟୁଇଟ୍‌ କରି ବିଏମ୍‌ସିକୁ ପ୍ରଶଂସା କରାଯାଇଛି। ଜାନୁୟାରୀରେ ସ୍ବଚ୍ଛ ସର୍ବେକ୍ଷଣର ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ବର ଗସ୍ତରେ ଆସିଥିଲେ। ତେବେ ସର୍ବେକ୍ଷଣ ଟିମ୍‌ ଦିଲ୍ଲୀ ଫେରିବା ପରେ ବିଏମ୍‌ସିକୁ ପ୍ରଶଂସାର ସୁଅ ଛୁଟୁଛି। ହକି ବିଶ୍ବକପର ଆୟୋଜନ ସମୟରେ ବିଏମ୍‌ସି ଦ୍ବାରା କଳିଙ୍ଗ ଷ୍ଟାଡିୟମ ଓ ଖେଳାଳିଙ୍କ ରହିବା ସ୍ଥାନରେ ନିଆଯାଇଥିବା ପରିମଳ ବ୍ୟବସ୍ଥା ସହ ସହର ପରିମଳ ପ୍ରତି ଦିଆଯାଇଥିବା ସ୍ବତନ୍ତ୍ର ପଦକ୍ଷେପ ଲାଗି ବିଏମ୍‌ସି ପ୍ରଶଂସିତ ହୋଇଥିଲା। ପରେ ନିର୍ମାଣାଧୀନ ବର୍ଜ୍ୟ ଉଠାଇବା ଓ ତା’ର ପ୍ରକ୍ରିୟାକରଣ ଲାଗି ସ୍ଥାନ ଚିହ୍ନଟ ପାଇଁ, ଜଟାୟୁ ମେଶିନ ସହାୟତାରେ କଣ୍ଟାକ୍ଟଲେସ୍‌ ଗାର୍ବେଜ ଲିଫ୍ଟିଂ ଲାଗି ମଧ୍ୟ ବିଏମ୍‌ସିକୁ ସ୍ବଚ୍ଛ ସର୍ବେକ୍ଷଣ ସଂସ୍ଥା ପ୍ରଶଂସା କରିଛି। କେବଳ ଫେବୃୟାରୀରେ ବିଏମ୍‌ସି ୩ଥର ପ୍ରଶଂସା ସାଉଁଟି ସାରିଲାଣି। ତେଣୁ ଚଳିତ ବର୍ଷ ସ୍ବଚ୍ଛତା ସର୍ବେକ୍ଷଣରେ ବିଏମ୍‌ସି ଭଲ ପ୍ରଦର୍ଶନ କରିବ ବୋଲି ଅଧିକାରୀଙ୍କ ମହଲରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି। ବିଏମ୍‌ସି ପରିମଳ ବିଭାଗ ଉପଆୟୁକ୍ତ ଶୁଭେନ୍ଦୁ ସାହୁ କହିଛନ୍ତି, ସହରକୁ ସ୍ବଚ୍ଛ ରଖିବା ଲାଗି ବିଏମ୍‌ସି ତା’ର ଆଭିମୁଖ୍ୟ ସ୍ପଷ୍ଟ ରଖିଛି। ସହର ପରିମଳ ବ୍ୟବସ୍ଥା ସୁଧାରିବାକୁ ବିଏମ୍‌ସି ବିଭିନ୍ନ ପଦକ୍ଷେପ ନେଉଛି। ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବା ସହ ପ୍ରତ୍ୟେକ ୱାର୍ଡ ଅଳିଆ ଉକ୍ତ ୱାର୍ଡରେ ପ୍ରକ୍ରିୟାକରଣ କରିବାକୁ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ର ନିର୍ମାଣ କରାଯାଉଛି। ଏବେସୁଦ୍ଧା ଭୁବନେଶ୍ବରରେ ୩୪ଏମ୍‌ସିସି ଓ ୧୭ଟି ଏମ୍‌ଆର୍‌ଏଫ୍‌ କାର୍ଯ୍ୟକ୍ଷମ ରହିଛି। ଲୋକଙ୍କୁ ପୃଥକ କରି ଅଳିଆ ଦେବାକୁ ସଚେତନ କରାଯାଉଛି। ଘରକୁ ଘର ବୁଲି ସ୍ବଚ୍ଛସାଥୀ ଓ ୱେଷ୍ଟ ପିକର୍ସ ପୃଥକ ଅଳିଆ କିପରି ଦେବେ, ଘରେ ନିହାତି ୨ଟି ଡଷ୍ଟବିନ ରଖିବା ପାଇଁ ସଚେତନ କରାଯାଉଛି। ଆଉ କିଛି ଦିନ ଲୋକଙ୍କୁ ଏପରି ସଚେତନ କରାଯିବା ପରେ ବିଏମ୍‌ସି ତା’ର ସ୍ବଚ୍ଛତା ଆଭିମୁଖ୍ୟକୁ ବ୍ୟାପକ କରିବା ସହ ନିଜର କଠୋର ଆଭିମୁଖ୍ୟ ଦେଖାଇବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri