Posted inଜାତୀୟ

ହଜ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଲା: ନଭେମ୍ବର ୭ରୁ ୧୦ଯାଏଁ କରିପାରିବେ ଆବେଦନ

ନୂଆଦିଲ୍ଲୀ,୬।୧୧: ହଜ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ହଜ କମିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ହଜ ଯାତ୍ରା ୨୦୨୧ ପାଇଁ ଆକ୍ସନ ପ୍ଲାନ ଜାରି କରାଯାଇଛି। କିନ୍ତୁ କରୋନା କାଳ ପାଇଁ ଚଳିତ ଥର କିଛି ପରିବର୍ତ୍ତନ କରାଯାଇଛି। ଖୁବ୍‌ଶୀଘ୍ର ଏନେଇ ଗାଇଡ୍‌ଲାଇନ ମଧ୍ୟ ଜାରି କରାଯିବ। ତେବେ ହଜ୍‌ ଯାତ୍ରା ସମୟରେ ସମସ୍ତ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ଆକ୍ସନ ପ୍ଲାନ ଅନୁସାରେ ହଜ୍‌ ଯାତ୍ରା ପାଇଁ ନଭେମ୍ବର ୭ରୁ ୧୦ଯାଏଁ ଯାତ୍ରୀମାନେ ଅନ୍‌ଲାଇନରେ ଆବେଦନ କରିପାରିବେ। ଜାନୁଆରୀ ୧ ହେଉଛି ଯାତ୍ରୀଙ୍କ ମେଡିକାଲ ସାର୍ଟିଫିକେଟ ଜମା କରିବାର ଶେଷ ତାରିଖ। ମାର୍ଚ୍ଚରେ ୧ଯାଏ ସେମାନେ ନିଜର ପ୍ରଥମ କିସ୍ତି ଜମା କରିପାରିବେ। ଅନ୍ୟପଟେ ଟଙ୍କା ଜମା କରିବାର ଶେଷ ତାରିଖ ରହିଛି ଏପ୍ରିଲ ୨୦୨୧ଯାଏ। ମେ ୧୫-୧୬ରେ ଭ୍ୟାକସିନ୍‌ କ୍ୟାମ୍ପରେ ଯାତ୍ରୀଙ୍କୁ ଭ୍ୟାକସିନ୍‌ ଦିଆଯିବ। ଏହାପରେ ଜୁନ ୨୬ରୁ ହଜ୍‌ ଯାତ୍ରୀ ସାଉଦି ଆରବ ପାଇଁ ଯାତ୍ରା କରିବେ ଏବଂ ଜୁଲାଇ ୧୩ରେ ଶେଷ ଯାତ୍ରୀଙ୍କ ଉଡାଣ ଭରିବ। ସେଠାରୁ ଅଗଷ୍ଟ ୧୪ରେ ଯାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ପରେ ଏବେ ଟମାଟୋ ପାଳି: କିଲୋ ୬୦ ଟପିଲା

ନୂଆଦିଲ୍ଲୀ,୨୯।୯: ପାର୍ବଣ ଋତୁ ଆସିବା ପୂର୍ବରୁ ପନିପରିବା ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ପିଆଜ କିଲୋ ପିଛା ୮୦...

ଓୟୋ ବି କରିବ ଛଟେଇ, ଚାକିରି ହରାଇବେ ୬୦୦ କର୍ମଚାରୀ

ନୂଆଦିଲ୍ଲୀ,୩।୧୨: ଛଟେଇ କରିବ ଓୟୋ। ମୋଟ ୩,୭୦୦ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କୁ ଛଟେଇ କରିବାର ଯୋଜନା ରହିଥିବା ନେଇ ଶନିବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।...

ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ

ଭୋପାଳ,୧୬ା୨(ପି.ଟି.): ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ସ୍ପଷ୍ଟ ହୋଇଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ରହିଥିବା ବିରୋଧଭାସ ପୁଣିଥରେ ସାମନାକୁ ଆସିଛି।...

ପ୍ରତିଷ୍ଠା ଦିବସ ପାଳନ କରିବାକୁ ଭାଜପାର ପ୍ରସ୍ତୁତି, ଦେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୬ରେ ଭାଜପା ୪୩ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ...

ପଡ଼ୋଶୀଙ୍କୁ ଦିଆଯିବ ୨ କୋଟି ଡୋଜ୍‌

ନୂଆଦିଲ୍ଲୀ, ୧୬।୧: ବିଶ୍ୱର ଅନ୍ୟତମ ସର୍ବାଧିକ ଟିକା ଉତ୍ପାଦନକାରୀ ଭାରତ ଏହାର ପଡୋଶୀ ଦେଶଗୁଡ଼ିକୁ ୨ କୋଟି କୋଭିଡ୍‌ ଟିକା ଡୋଜ୍‌ ପ୍ରଦାନ ଲାଗି ଯୋଜନା...

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ...

ହାଟରୁ ସ୍ତ୍ରୀଙ୍କ ପାଇଁ ଟିକିଲି କିଣିଲେ ଭୂପେଶ

ରାୟପୁର,୨୫।୫: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଙ୍ଗଳବାର ବସ୍ତର ଜିଲା ଚିତ୍ରକୋଟ ଅନ୍ତର୍ଗତ କିଲେପାଲ ଅଞ୍ଚଳ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ସେଠାରେ ଥିବା ଏକ ହାଟରେ...

‘ମୋଦିଙ୍କ ପାଇଁ ଖରାପ ସମୟ ଆସୁଛି’

କୋଲକାତା, ୨୫।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଖରାପ ସମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପେକ୍ଷା କରିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week