ସାଧାରଣଙ୍କ ପାଇଁ କରତାଳି

ନିରଞ୍ଜନ ସାହୁ

 

ଛୁଆଟିଏ ଶିଶୁ ଶ୍ରେଣୀରେ ନାଁ ଲେଖାଇବା ଦିନରୁ ମା’ବାପା ତା’ ମୁଣ୍ଡ ଭିତରେ ପୂରାଇଲେ ‘ତୁ ଫାଷ୍ଟ ହଅ’। ଆଉ ଟିକିଏ ବଡ଼ ହେଲାରୁ ସାଙ୍ଗମାନେ ତା’ କାନରେ ଫୁଙ୍କିଲେ ‘ତୁ ଆମ କ୍ରିକେଟ୍‌ ଟିମ୍‌ର କ୍ୟାପଟେନ୍‌ ହେବୁନି ତ ଆଉ କିଏ ହେବ?’ ସ୍କୁଲ, କଲେଜରେ ତା’ କାନରେ ବାରମ୍ବାର କୁହାଗଲା ‘ତୋତେ ଜିତିବାକୁ ହେବ-ତୋତେ ଏକ୍‌ସେଲ କରିବାକୁ ହେବ।’ ଡାରଉଇନ୍‌ କୁଆଡ଼େ କହିଥିଲେ – ”କେବଳ ଶକ୍ତିଶାଳୀ ହିଁ ବଞ୍ଚିବ ଆଉ ସବୁ କିଏ କେଉଁଆଡ଼େ ଯିବେ ତା’ର ପତ୍ତା ରହିବ ନାହିଁ।“ ଚାକିରି ପାଉ ପାଉ କୁହାଗଲା ‘ନେତୃତ୍ୱ ନିଅ, ଫଳପ୍ରଦ ନେତୃତ୍ୱ ବଦଳେଇଦେବ ସବୁ। ତମର କାର୍ଯ୍ୟ ପରିସର, ଦେଶ ଦୁନିଆ।’
ଜୀବନଟା ସାରା ସବୁବେଳେ ଏଇ ଚାପରେ ବଞ୍ଚତ୍ବାକୁ ହେଲାବେଳକୁ ଯେତେବେଳେ ଅବସର ଜୀବନ ଉପନୀତ ହୁଏ ସେତେବେଳେ ଅନୁଭବ ହୁଏ- ମୁଁ କ’ଣ ବଞ୍ଚତ୍ଲି! ମୁଁ କ’ଣ ନିଜ ଇଚ୍ଛା ଅନୁସାରେ ଜୀବନରେ କିଛି କରିପାରିଲି! ସମସ୍ତେ କହିଲେ ସବୁବେଳେ ନେତୃତ୍ୱ ହିଁ ଗୁରୁତ୍ୱପୂର୍ଣ୍ଣ। ତା’ହେଲେ ଯେଉଁ ହଜାର ହଜାର ଲୋକ ନେତାଙ୍କ କଥାରେ ନିଅଁାକୁ ଡେଇଁପଡ଼ିବାର ପ୍ରୟାସ କରନ୍ତି ସେମାନେ କ’ଣ ସବୁ ଅପଦାର୍ଥ- ଗୋଟାଏ ଦେଶକୁ ଯିଏ ନେତୃତ୍ୱ ଦେଉଛନ୍ତି ବା ଦେଇଛନ୍ତି ମୁଁ ତାଙ୍କ ବ୍ୟକ୍ତିତ୍ୱର ଅବମୂଲ୍ୟାୟନ କରୁନାହିଁ, ବରଂ ମନେପକେଇ ଦେବାକୁ ଚାହୁଁଛି- ଗୋଟିଏ ଦେଶର ଉନ୍ନତି କ’ଣ ଖାଲି ରାଜନୈତିକ ନେତୃତ୍ୱ ବା ବୈଷୟିକ ନେତୃତ୍ୱ ବଳରେ ସମ୍ଭବ ହୋଇଛି। ଜଣେ ଲୋକ କହିବ ଆଉ ତାକୁ କିଛିଲୋକ ଶୁଣିବେ। ଶୁଣିଲା ପରେ ତାଙ୍କର ହୃଦ୍‌ବୋଧ ହେବ ଯେ ଆମର ନେତା ଯାହା କହୁଛନ୍ତି ତାହା କରଣୀୟ। ତା’ପରେ ସେମାନେ କାମ କରିବେ ମନମୁନ ଚଇତନ ଲଗେଇ। ଆଉ ତା’ପରେ କାମଟି ହୋଇଯିବ। ଏତେଦିନ ଖାଲି ନେତାମାନଙ୍କର ଜୟଜୟକାର ଚାଲିଲା। ଯେଉଁ କୃଷକଟିଏ ଜୀବନସାରା କ୍ଷେତରେ ନିଜର ସବୁ ଧ୍ୟାନ ନିଗାଡ଼ିଦେଇ ଜୀବନ ବିତେଇଲା, ତାର କ’ଣ କିଛି ଯୋଗଦାନ ନାହିଁ ଆମ ସମାଜରେ! ଯେଉଁ ଶ୍ରମିକଟି କଳକାରଖାନାରେ ଖଟି ଖଟି ତା’ର ଜୀବନ ଯୌବନ ହଜେଇଦେଲା, ତା’ର ଜିଇବାର କ’ଣ କିଛି ଅର୍ଥ ନାହିଁ।
ଆମକୁ କୁହାଗଲା ଚମତ୍କାର ବକ୍ତୃତା ଦେବା ପାଇଁ। ଯେମିତି ଶ୍ରୋତାମଣ୍ଡଳୀ ମନ୍ତ୍ରମୁଗ୍ଧ ହୋଇ ତାହା ଶୁଣୁଥିବେ। ଆମେ କହିଚାଲିଲୁ, ଆମେ କେବେ ଲକ୍ଷ୍ୟ କଲୁ ତା’ ହିଁ କେହି ଶୁଣିଲେ କି କାହିଁ। ଆମକୁ କୁହାଗଲା ଲେଖିବା ପାଇଁ। ଆମେ ଲେଖିଚାଲିଲୁ ବହୁତ କଥା । କେହି ତାକୁ ପଢ଼ିଲେ କି ନାହିଁ ତାହା କେବେ ଖୋଜିଲୁ ନାହିଁ; ମାତ୍ର ମନ ଭିତରେ ପୋଷଣ କରିଥିଲୁ ଗୋଟିଏ ଭୁଲ୍‌ ଧାରଣା ଯେ ଆମ ଲେଖା ଉତ୍କୃଷ୍ଟ। ଏଇମିତି ଅଦ୍ଭୁତ ଧାରଣାରେ ଜୀବନଟା ବିତିଗଲା। ଏକ ଅନୁଧ୍ୟାନରୁ ଜଣାଯାଇଛି, ଗୋଟିଏ ଜାଗାରେ ଯେତେ ଲୋକ ଥାଆନ୍ତି ସେମାନଙ୍କ ଭିତରୁ ହାରାହାରି ୧୦% ଲୋକଙ୍କ ଭିତରେ ସ୍ବାଭାବିକ ନେତୃତ୍ୱ ନେବାର କ୍ଷମତା ରହିଛି ଏବଂ ଆଉ୨୦% ଲୋକ ଅଛନ୍ତି ଯେଉଁମାନେ କ୍ରମାଗତ ତାଲିମ ନେଲେ ସେମାନଙ୍କ ଭିତରେ ଉତ୍ତମ ନେତୃତ୍ୱ ନେବାର ଶକ୍ତି ବିକଶିତ ହୋଇପାରେ। ଅର୍ଥାତ୍‌ ଏକ ସାଧାରଣ ହିସାବ ଅନୁସାରେ ବାକି ସତୁରି ଭାଗ ଲୋକ ହେଉଛନ୍ତି ଅନୁଗାମୀ। ଆଜି ଆମେ ଏପରି ଅବସ୍ଥା ଆଡ଼କୁ ମୁହଁାଉଛେ ଯେତେବେଳେ ସମସ୍ତେ କହିବାକୁ ଚାହାନ୍ତି; ମାତ୍ର କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଏପରି କ୍ଷେତ୍ରରେ କହିବାର କିଛି ମୂଲ୍ୟ ଅଛି କି? ସବୁବେଳେ ଆମକୁ ସମସ୍ତେ କହିକହି ଆମ କାନରେ ପୂରେଇ ଦେଇଛନ୍ତି ଯେ ତମେ ଲେଖାଲେଖି କର କବି, ସାହିତି୍ୟକ ହେଲେ ତମେ ଅମର ହୋଇଯିବ; ମାତ୍ର ପଢ଼ୁଥିବା ଲୋକଙ୍କର ସଂଖ୍ୟା କେତେ ଦ୍ରୁତ ଗତିରେ କମୁଛି ତାହା ଆପଣମାନେ ଜାଣନ୍ତି – ଯଦି ଖାଲି ଲେଖାହୋଇ ଚାଲିଥିବ ଅଥଚ ଗୁଣଗ୍ରାହୀ ପାଠକ ନ ଥିବେ ସେ ଲେଖାମାନ କ’ଣ ହେବ କେବଳ ସମୟକ୍ରମେ ରବି ସିଂଙ୍କ କହିବା ଭଳି ଠୁଙ୍ଗା ସାହିତ୍ୟରେ ଗଣ୍ୟ ହେବେ ସିନା!
ମୋର ଲେଖିବାର ଉଦ୍ଦେଶ୍ୟ ନୁହେଁ ନେତୃତ୍ୱ ଅଥବା ପରିଚାଳନାଗତ କ୍ଷମତାକୁ ଗୌଣ ମନେକରିବା, ବରଂ ଯେଉଁମାନେ ନେତୃମଣ୍ଡଳୀଙ୍କ ଉଚିତ ପରାମର୍ଶକୁ ଗ୍ରହଣ କରନ୍ତି, ତାକୁ କାର୍ଯ୍ୟରେ ଲଗାନ୍ତି ସେମାନଙ୍କୁ କେହି ମନେପକାନ୍ତି ନାହିଁ, ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଦେଶର ଜାତୀୟ ଦିବସରେ ଅନେକବାର ଶୁଣିଛି ସବୁତକ ପ୍ରଶଂସା ନେତୃମଣ୍ଡଳୀଙ୍କ ଉପରେ ଅଜାଡ଼ି ହୋଇ ପଡ଼ିବାର। ମାତ୍ର ଯେଉଁ କୋଟି କୋଟି କୃଷକ, ଶ୍ରମିକ, ବଣିକ, ସାଧାରଣ ଲୋକ ତାଙ୍କର କାମ କରି ଚାଲିଛନ୍ତି ସେମାନଙ୍କ ପାଇଁ ବି ତାଳି ବାଜୁ। ସେମାନେ ଦିନରାତି ମେହେନତ କଲେ ବୋଲି ଯାଇ ଆମେ ଏଇଠି ପହଞ୍ଚତ୍ଛେ।
ଆମେ ଜୀବନ ସାରା ଗୋଟିଏ ଦୃଷ୍ଟିଭଙ୍ଗୀ ନେଇ ବଞ୍ଚୁଥିବାରୁ ଦୁନିଆର ଅନେକ ଦୃଶ୍ୟ ଦେଖିପାରୁ ନାହଁୁ। ମନୋଜ ଦାସଙ୍କ ଏକ କାହାଣୀ ଏଠାରେ ଆଲୋଚ୍ୟ। ଯାହାର ନଁା ‘ପର୍ଦ୍ଦା’। ଥରେ ଗୋଟିଏ କମ୍ପାନୀର ଜଣେ ନିର୍ଦ୍ଦେଶକ ଥିଲେ, ଯାହାଙ୍କର ଗୋଟିଏ ସଉକ ଥିଲା ନିଜ କୋଠରିରେ ନିୟମିତ ବ୍ୟବଧାନରେ ଅତ୍ୟନ୍ତ ମୂଲ୍ୟବାନ ପର୍ଦ୍ଦା ଲଗେଇବା। ବାରମ୍ବାର ସେ ପର୍ଦ୍ଦା ବଦଳାଉଥିଲେ ଏବଂ ଅଧିକ ଭବ୍ୟ ପର୍ଦ୍ଦାମାନ ତାଙ୍କ କୋଠରିରେ ଶୋଭାବର୍ଦ୍ଧନ କରୁଥିଲା। ପ୍ରାୟ ପାଞ୍ଚବର୍ଷର କାର୍ଯ୍ୟକାଳ ଶେଷକରି ସେ ଅବସର ନେଲେ। ଅବସର ନେବାର ପ୍ରାୟ ଛ’ମାସ ପରେ ସେ ତାଙ୍କର ଉତ୍ତରାଧିକାରୀ ନିର୍ଦ୍ଦେଶକଙ୍କ ନିକଟକୁ ଯିବାକୁ ମନସ୍ଥ କଲେ। ସେ ପୂର୍ବ ନିର୍ଦ୍ଧାରିତ ସମୟରେ ପହଞ୍ଚତ୍ଥିଲେ ମଧ୍ୟ ଏକ ଆକସ୍ମିକ କାର୍ଯ୍ୟରେ ନିର୍ଦ୍ଦେଶକ ଉପସ୍ଥିତ ନ ଥିଲେ; ମାତ୍ର ଅଧଘଣ୍ଟା ଭିତରେ ଫେରିଆସିବେ ବୋଲି ଅଫିସ୍‌କୁ ନିର୍ଦ୍ଦେଶ ଦେଇଯାଇଥିଲେ। ନିର୍ଦ୍ଦେଶକଙ୍କ ପ୍ରାଇଭେଟ୍‌ ସେକ୍ରେଟାରି ତାଙ୍କର ପୂର୍ବତନ ଖାଉନ୍ଦଙ୍କୁ ଭାରି ସମ୍ମାନ ଜଣାଇଲେ ଓ ତାଙ୍କୁ କଫି ଓ ସ୍ନାକ୍ସରେ ଆପ୍ୟାୟିତ କଲେ ଅବଶ୍ୟ। ସେତେବେଳେ ସେ ତାଙ୍କର ପୂର୍ବ ଚୌକିରେ ନ ବସି ଅତିଥି ସ୍ଥାନରେ ଆସୀନ ହୋଇଥିଲେ। କିଛି ସମୟ ବସିବା ଭିତରେ ସେ ଲକ୍ଷ୍ୟ କରୁଥିଲେ ତାଙ୍କ ସମୟରେ ଅଫିସ୍‌ ଯେମିତି ଦିଶୁଥିଲା ତାଠାରୁ ବହୁଗୁଣ ସୁନ୍ଦର ଦିଶୁଛି। ବାହାରେ ଦିଶିଯାଉଛି ନିକଟସ୍ଥ ବୃକ୍ଷଗୁଡ଼ିକର ସବୁଜିମା। କାନରେ ବାଜୁଛି ପକ୍ଷୀଙ୍କର କାକଳୀ। ଅଭିଭୂତ ହୋଇଗଲେ ପୂର୍ବତନ ଖାଉନ୍ଦ। ଝରକା ପାଖରେ ଥିବା ଗୋଟିଏ ଛୋଟିଆ ବାଟ ଦେଇ ବାଲକୋନିକୁ ଚାଲିଗଲେ ଏବଂ ତାଙ୍କର ଭ୍ରମହେଲା ସେ ମେଘରେ ମିଶିଯିବେ କିମ୍ବା ପ୍ରଜାପତିଙ୍କ ସାଙ୍ଗରେ ଖେଳିବାକୁ ଲାଗିବେ। ଏତିକି ବେଳେ ଅଫିସ୍‌ ସହକାରୀ ତାଙ୍କୁ ସଚେତନ କରିଦେଇଛନ୍ତି, ‘ସାର୍‌ ଆପଣ ପଡ଼ିଯାଇପାରନ୍ତି’; ମାତ୍ର ବିମର୍ଶ ଭାବରେ ସେ କହୁଥାନ୍ତି, ‘ମୁଁ ଏଠାରେ ଏତେଦିନ ରହିଲି; ମାତ୍ର ଏପରି ବିଚିତ୍ର ଦୃଶ୍ୟ କେତେ ଚାଲିଗଲେ ଯାହାକୁ ମୁଁ କେବେବି ଦେଖିପାରିଲି ନାହିଁ।’ ବହୁ ଚମତ୍କାର ବର୍ଣ୍ଣନା ଭିତରେ ଗଳ୍ପର ସମାପ୍ତି।
ମୋଟ୍‌ ଉପରେ କହିବାକୁ ଗଲେ ଆମ ସମସ୍ତଙ୍କର ବଦ୍ଧମୂଳ ଧାରଣା ସବୁବେଳେ କେବଳ ଠିକ୍‌ ନ ଥାଏ। ତେଣୁ ଆମକୁ ଆମର ଦୃଷ୍ଟିଭଙ୍ଗୀ ବେଳେବେଳେ ପରିବର୍ତ୍ତନ କରିବା ଦରକାର। ଅସାଧାରଣଙ୍କ ପାଇଁ ତ ଆମେ ସବୁବେଳେ ତାଳି ମାରୁ ତା’ ସହିତ ସାଧାରଣଙ୍କ ପାଇଁ ହେଉ ଆଜିର କରତାଳି।
ମୋ : ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri