Posted inଜାତୀୟ

ଆସନ୍ତା ମାସ ସୁଦ୍ଧା ଭାରତ ମୁତୟନ କରିବ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ପେଣ୍ଟାଗନର ସୂଚନା…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୮।୫ : ଆମେରିକୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ପେଣ୍ଟାଗନ) ଭାରତ ବିଷୟରେ ଏକ ବଡ଼ ଦାବି କରିଛି। ପେଣ୍ଟାଗର ଜଣେ ବରିଷ୍ଠ ଅଧିକାରୀ ଆମେରିକାର ସାଂସଦଙ୍କୁ କହିଛନ୍ତି ଯେ ଭାରତ ୨୦୨୨ ଜୁନ ସୁଦ୍ଧା ରୁଷିଆରୁ କିଣାଯାଇଥିବା ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ମୁତୟନ କରିବାକୁ ଚାହୁଁଛି। ଯାହା ଦ୍ୱାରା ଏହା ପାକିସ୍ତାନ ଏବଂ ଚାଇନାର ପକ୍ଷରୁ କୌଣସି ବିପଦର ଆଶଙ୍କା କମ୍‌ ହୋଇପାରିବ।

ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସିର ନିର୍ଦ୍ଦେଶକ ଲ୍ୟୁଟନାଟ୍‌ ଜେନେରାଲ ସ୍କଟ ବାରିୟର ସିନେଟର ପ୍ରତିରକ୍ଷା ସେବା କମିଟି ଆଗରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ରୁଷିଆ ଭାରତକୁ ଏସ୍‌-୪୦୦ କ୍ଷେପଣାସ୍ତ୍ର ଯୋଗାଇବା ଆରମ୍ଭ କରିଥିଲା। ନିକଟରେ ଆମେରିକା ସଂସଦର ଏହି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବାରିୟର କହିଛନ୍ତି ଯେ ଦେଶର ସେନାର ପ୍ରତିରକ୍ଷାକୁ ଦୃଢ଼ କରିବା ତଥା ଏହାର ଆକ୍ରମଣାତ୍ମକ ତଥା ପ୍ରତିରକ୍ଷା ସାଇବର କ୍ଷମତାକୁ ବଢ଼ାଇବା ପାଇଁ ଭାରତୀୟ ସେନା ଉନ୍ନତ ପ୍ରତିରକ୍ଷା ଏବଂ ନୀରିକ୍ଷଣ ପ୍ରଣାଳୀ କିଣିବାକୁ କହିଥିଲା।

ପେଣ୍ଟାଗନ୍‌ର ଗୁପ୍ତଚର ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏହାର ହାଇପରସୋନିକ, ବାଲିଷ୍ଟିକ, କ୍ରୁଜ ଏବଂ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର କ୍ଷମତାର ଶୀଘ୍ର ବିକାଶ କରୁଛି। ୨୦୨୧ରେ ଭାରତ କେତେକ ପରୀକ୍ଷା କରିଥିଲା। ମହାକାଶ କକ୍ଷପଥରେ ଭାରତର ଉପଗ୍ରହ ସଂଖ୍ୟା ବୃଦ୍ଧି ପାଉଛି।

ବାରିୟର କହିଛନ୍ତି ଯେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ବାୟୁ, ସ୍ଥଳ, ସେନାବାହିନୀ ଏବଂ ରଣନୈତିକ ପରମାଣୁ ଶକ୍ତି ସହିତ ଭାରତ ବ୍ୟାପକ ସାମରିକ ଆଧୁନିକୀକରଣ କରୁଛି। ଏକୀକୃତ ସାମରିକ କମାଣ୍ଡ ଗଠନ ପାଇଁ ଭାରତ ମଧ୍ୟ ପଦକ୍ଷେପ ନେଉଛି। ଭାରତ ଏହାର ତିନୋଟି ସାମରିକ ସେବାର ସାଧାରଣ ସାମର୍ଥ୍ୟକୁ ବୃଦ୍ଧି କରୁଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri