ତମନ୍ନାଙ୍କ ପସନ୍ଦର ନାୟକ

ମୁମ୍ବାଇ: ବଲିଉଡରେ ଭାରତୀୟ କ୍ରିକେଟ ଦଳର କେତେଜଣ କିମ୍ବଦନ୍ତୀ ଖେଳାଳିଙ୍କ ବାୟୋପିକ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରେ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି), ସଚିନ ତେନ୍ଦୁଲକର ଏବଂ ମହମ୍ମଦ ଅଜହରୁଦ୍ଦିନଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ। ଆଉ ଏହି ସବୁ ବାୟୋପିକ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି।
ଇତିମଧ୍ୟରେ ଅଭିନେତ୍ରୀ ତମନ୍ନା ଭାଟିଆ କିଛି ଅଭିନେତାଙ୍କ ନାମ ରଖିଛନ୍ତି ଯେଉଁମାନେ ବାୟୋପିକରେ ଟିମ ଇଣ୍ଡିଆ ଖେଳାଳିଙ୍କ ଭୂମିକାରେ ଅଭିନୟ କରିପାରିବେ।
ଷ୍ଟାର ସ୍ପୋର୍ଟସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ତମନ୍ନା ଭାଟିଆ କହିଛନ୍ତି ଯେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କ ବାୟୋପିକେରେ ଦକ୍ଷିଣ ଭାରତୀୟ କେଉଁ ଅଭିନେତାମାନେ ଅଭିନୟ କଲେ ଭଲ ଲାଗିବ। ଏମାନେ ବାୟୋପିକରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ। ପ୍ରଥମେ କିଙ୍ଗ କୋହଲିଙ୍କ ବାୟୋପିକ ପାଇଁ ତମନ୍ନା ଶ୍ରେଷ୍ଠ ଅଭିନେତା ଚୟନ କରିଥିଲେ। ଏଥିପାଇଁ ସେ ବାହୁବଳୀ ଫେମ ପ୍ରଭାସଙ୍କୁ ବାଛିଛନ୍ତି।
ଏଥିସହିତ ହିଟମ୍ୟାନ ରୋହିତ ଶର୍ମାଙ୍କ ବାୟୋପିକ ପାଇଁ ଜୁନିଅର ଏନଟିଆର ଏବଂ ବିଜୟ ସେତୁପତିଙ୍କୁ ଚୟନ କରାଯାଇଥିଲା। ୟୁଜଭେନ୍ଦ୍ର ଚହଲଙ୍କ ବାୟୋପିକ ପାଇଁ ରାମଚରଣଙ୍କ ନାମ ନେଇଛନ୍ତି ଅଭିନେତ୍ରୀ। ଏହା ପରେ ଧନୁଷ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକରେ ମୁଖ୍ୟ ଭୂମିକା ପାଇଁ ମନୋନୀତ ହୋଇଥିଲେ। ରବିନ୍ଦ୍ର ଜାଡେଜାଙ୍କ ବାୟୋପିକ ପାଇଁ ‘ପୁଷ୍ପା’ ଫେମ ଅଲୁ ଅର୍ଜୁନଙ୍କ ନାମ ଦିଆଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତମନ୍ନା ଏଥିପାଇଁ ତାଙ୍କ ପ୍ରେମିକ ବିଜୟ ବର୍ମାଙ୍କ ନାମ ପ୍ରକାଶ କରିନାହାଁନ୍ତି।
ସୂଚନାଯୋଗ୍ୟ, ଆଇପିଏଲ ୨୦୨୩ର ଉଦଘାଟନୀ ସମାରୋହରେ ତମନ୍ନା ଭାଟିଆ ରଶ୍ମିକା ମନ୍ଧାନା ଏବଂ ଅରିଜିତ ସିଂଙ୍କ ସହ ପରଫର୍ମ କରିଥିଲେ। ସମାରୋହ ପରେ ସେ ତାଙ୍କ ପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri