୨୦ ବର୍ଷ ପରେ ସତ କହିଲେ କପିଲ!

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ନିକଟରେ ଓଟିଟି ଡେବ୍ୟୁ କରି ସାରିଛନ୍ତି । ନେଟଫ୍ଲିକ୍ସରେ ୨୮ ଜାନୁୟାରୀରେ କପିଲଙ୍କ ଶୋ ‘ଆଇ ଆମ୍ ନଟ୍ ଡନ୍ ୟେଟ’ ରିଲିଜ ହୋଇଛି ଯାହାର ଖୁବ୍ ଚର୍ଚ୍ଚା ହେଉଛି । ଏହି ଶୋ’ରେ କପିଲ ନିଜ ଡିପ୍ରେଶନ, ମୁମ୍ବାଇ ଆସିବା ପରର ଷ୍ଟ୍ରଗଲ, ପ୍ରଧାନମନ୍ତ୍ରୀଙ୍କୁ କରିଥିବା ଟୁଇଟଠାରୁ ନେଇ ମଦ ନିଶାରେ କରିଥିବା ଭୁଲ ସମ୍ପର୍କରେ ଖୋଲାଖୋଲି କଥା ହୋଇଥିଲେ । ତେବେ ୧ ଘଣ୍ଟା ମଧ୍ୟରେ କପିଲ ତାଙ୍କ ପର୍ସନାଲ ଲାଇଫକୁ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ।
‘ଆଇ ଆମ ନଟ ଡନ ୟେଟ’ ପରେ ଏବେ ନିକଟରେ କପିଲଙ୍କ ଶୋ’ରେ ପ୍ରମୋଶନ କରିବାକୁ ଆଉ ଏକ ଶୋ’ ଅର୍ଗାନାଇଜ କରାଯାଇଥିଲା । ଯେଉଁଥିରେ କମମେଡିଆନ ଭିଡିଓ କଲ ଜରିଆରେ ନିଜ ଫ୍ୟାନମାନଙ୍କ ସହ କଥା ହୋଇଥିଲେ । ଏହି ସମୟରେ କପିଲଙ୍କ କଲେଜର ଜଣେ ମଲିକ ମ୍ୟାଡାମ କଲ କରିଥିଲେ ଆଉ କପିଲଙ୍କ ସମ୍ପର୍କରେ ଅନେକ କଥା କହିଥିଲେ । ଏହି ସମୟରେ ଦୀର୍ଘ ପ୍ରାୟ ୨୦ ବର୍ଷ ପରେ କପିଲ ତାଙ୍କ ମଲିକ ମ୍ୟାଡାମଙ୍କ ସାମ୍ନାରେ ଏକ ସତ କଥା କହିଥିଲେ । ସେ କହିଥିଲେ କଲେଜରେ ପଢିବା ସମୟରେ ଦିନେ ସେ ଏକ ପ୍ଲେ ରିହରସଲ ପାଇଁ ମ୍ୟାଡାମଙ୍କ ଘରକୁ ଯାଇଥିବା ବେଳେ ସେଠାରେ ମ୍ୟାଡାମଙ୍କ ହଜବାଣ୍ଡଙ୍କର ଏକ ମଦ ବୋତଲ ଉପରେ ତାଙ୍କର ଆଖି ପଡିଥିଲା । ଆଉ ସେଥିରୁ ସେ ଟିପେ ପିଇଦେଇ ପ୍ଲେ ରିହରସଲ କରିଥିଲେ । ଅବଶ୍ୟ ଆଜି ପର୍ଯ୍ୟନ୍ତ ଏ ସର୍ମ୍ପକରେ ସେ ମ୍ୟାଡାମଙ୍କୁ ଜଣାଇ ନ ଥିଲେ । ତେବେ ଏହା ତାଙ୍କର ଟ୍ୟାଲେଣ୍ଟ ବୋଲି କହି ଶେଷରେ କପିଲ ଏକ ହସଖୁସିର ପରିବେଶ ସୃଷ୍ଟି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri