Posted inଖେଳ

ପୁରୁଣା ଫର୍ମକୁ ଆସିଲେ ଶହେ କ’ଣ, ୩୦୦ରନ୍‌ କରିଦେବେ କୋହଲି: କପିଲ ଦେବ

ନୂଆଦିଲ୍ଲୀ,୧୬।୯: ଦୀର୍ଘ ସମୟ ଧରି ଶତକ ମାରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ଗସ୍ତ ବେଳେ ସେ ଭଲ ବ୍ୟାଟିଂ କରିଥିଲେ ହେଁ ଶତକ କରିପାରିନଥିଲେ। ଦୁଇ ବର୍ଷ ପୂର୍ବେ ସେ ଶତକ ମାରିଥିଲେ। ଏବେ ଏହାକୁ ନେଇ ‘ରନ୍‌ ମେସିନ୍‌’ ଓରଫ କୋହଲିଙ୍କ ଚର୍ଚ୍ଚା ହେଉଛି।ଅଧିନାୟକ ଥିବା ଯୋଗୁ ସେ ବଡ଼ ପାଳି ଖେଳିପାରୁ ନ ଥିବା କିଛି ଲୋକ କହୁଥିବା ବେଳେ କିଛି ସେ ପୁନର୍ବାର ଫର୍ମକୁ ଫେରିବେ ବୋଲି କହୁଛନ୍ତି। ଏବେ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ପୂର୍ବତନ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ। କୋହଲି ଯଦି ପୁରୁଣା ଫର୍ମକୁ ଫେରିଆସନ୍ତି ତେବେ ସେ ୩୦୦ ରନ୍‌ ମଧ୍ୟ କରିପାରନ୍ତି କପିଲ କହିଛନ୍ତି।

ଅଧିନାୟକଙ୍କୁ ସମାଲୋଚକଙ୍କୁ କପିଲ କହିଛନ୍ତି, କୋହଲି ଭାରତ ପାଇଁ ମ୍ୟାଚ୍‌ ଜିତିଥିବା ଶତକୀୟ ପାଳି ଖେଳିଛନ୍ତି। ଯେବେଠାରୁ ସେ ସମସ୍ତ ଫର୍ମାଟର ଭାରତୀୟ ଅଧିନାୟକ ହେଲେ ସେ ଭଲ ଫର୍ମରେ ରହିଥିଲେ। ଏବେ ହଠାତ୍‌ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନ ଥିବା କାରଣରୁ ତାଙ୍କୁ କଟାକ୍ଷ କରାଯାଉଛି। ସେ ଯେତେବେଳେ ଦ୍ୱିଶତକ, ଶତକ ମାରିଥିଲେ ଚାପରେ ନ ଥିଲେ? ଏହାର ଅର୍ଥ ତାଙ୍କର ଅଧିନାୟକତ୍ୱ ଉପରେ ପ୍ରଶ୍ନ ନ ଉଠାଇ ତାଙ୍କ କ୍ଷମତା ଦେଖିବା ଉଚିତ।

ଗ୍ରାଫ ଖସିଛି ସତ, ହେଲେ କେବେ ଯାଏ? ୨୮ରୁ ୩୨ ବର୍ଷ ବୟସ ଆକାଶକୁ ଛୁଇଁବାର ବୟସ। ସେ ଏବେ ଅନୁଭବୀ ଏବଂ ପରିପକ୍ୱ ହୋଇଛନ୍ତି। ସେ ଯଦି ପୁରୁଣା ଫର୍ମକୁ ଫେରିଆସିଲେ ତେବେ ସେ କେବଳ ଶତକ କିମ୍ବା ଦ୍ୱିଶତକ ନୁହେଁ ବରଂ ୩୦୦ ରନ୍‌ର ପାଳି ଖେଳି ଦେଖାଇଦେବେ। ସେ ବେଶ୍‌ ଫିଟ୍‌ ମଧ୍ୟ। ସେ ନିଜକୁ ଜାଣି ବଡ଼ ପାଳି ଖେଳିବାର ଆବଶ୍ୟକତା ରହିଛି ବୋଲି କପିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri