ବିକ୍ରି ହେଉନି ଆପାର୍ଟମେଣ୍ଟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଗତ ୧ ବର୍ଷ ହେବ ଆପାର୍ଟମେଣ୍ଟ କିଣା ବିକା ଅଟକିଛି। କମନ ଏରିଆ ମାଲିକାନାକୁ ନେଇ ବଢ଼ିଚାଲିଛି ଝମେଲା। ଆସୋସିଏଶନ ପାଇଁ ରାଜ୍ୟରେ କୌଣସି ଆଇନ ନ ଥିବାରୁ ଘର ବୁକ୍‌ କଲେ ମଧ୍ୟ ନିଜ ନାମରେ ସେଲ୍‌ଡିଡ୍‌ ବା ମାଲିକାନ ସ୍ବତ୍ୱ ମିଳୁନାହିଁ, ଯାହାକୁ ନେଇ ଦୀର୍ଘଦିନ ଧରି ଘରଖଣ୍ଡେ ପାଇଁ ସବୁ ଅର୍ଥ ଜମା କରିଥିବା ଲୋକମାନେ ଚିନ୍ତାରେ ପଡ଼ିଛନ୍ତି। ବିକ୍ରି ଅଟକି ଥିବାରୁ ଆପାର୍ଟମେଣ୍ଟ ନିର୍ମାଣ କରିଥିବା ବିଲ୍‌ଡର ମଧ୍ୟ ଋଣ ଭାରରେ ବୁଡ଼ିଲେଣି। ଖାଲି ସେତିକି ନୁହେଁ, ସରକାରୀ ଉଦାସୀନତା ଯୋଗୁ ବର୍ଷକରେ ରାଜକୋଷକୁ ଆସିବାକୁ ଥିବା ପ୍ରାୟ ୧୨୦୦ କୋଟି ଟଙ୍କା ରାଜସ୍ବ ଝୁଲି ରହିଛି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ ୧୫ରୁ ୨୦ ହଜାର ଆପାର୍ଟମେଣ୍ଟ ବିକ୍ରି ହୋଇପାରୁ ନାହିଁ। ସେଥିରୁ ୫ରୁ ୬ ହଜାର ଆପାର୍ଟମେଣ୍ଟ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି(ରେରା) ଆଇନ ଜାଲରେ ଛନ୍ଦିହୋଇ ରହିଛି। ରେରା ଆଇନ-୨୦୧୬ର ସେକ୍ସନ-୧୭ ଅନୁଯାୟୀ ଘର ସହିତ କମନ ଏରିଆ ଆପାର୍ଟମେଣ୍ଟ ଓନର୍ସ ଆସୋସିଏଶନ ନାମରେ ରେଜିଷ୍ଟ୍ରେଶନ କରିବା ବାଧ୍ୟତାମୂଳକ। ଆସୋସିଏଶନ ନ ଥିଲେ ସବୁ ଟଙ୍କା ଦେଇଥିଲେ ମଧ୍ୟ ଘର ବୁକିଂ କରିଥିବା ବ୍ୟକ୍ତିଙ୍କ ନାମରେ ଆପାର୍ଟମେଣ୍ଟ ପଞ୍ଜୀକରଣ କରାଯାଇ ପାରିବ ନାହିଁ। ରାଜ୍ୟରେ ୨୦୧୭ରେ ଓରେରା ଗଠନ କରାଯାଇଥିଲେ ମଧ୍ୟ ରେରା ଆଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରି ଆପାର୍ଟମେଣ୍ଟ ପଞ୍ଜୀକରଣ ଚାଲିଥିଲା। ଏହା ବିରୋଧରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୦୨୨ ମେ’୧୨ ତାରିଖରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି। ରେରା ଆଇନ ଅନୁଯାୟୀ ପଞ୍ଜୀକରଣ କରିବାକୁ ହାଇକୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆପାର୍ଟମେଣ୍ଟ ଓନର୍ସ ଆସୋସିଏଶନ ଗଠନ ପାଇଁ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩ ଗତ ବିଧାନସଭା ଅଧିବେଶନର ଅନୁମୋଦନ ପାଇଁ ଉପସ୍ଥାପନ କରିଥିଲେ। ବିଲ୍‌ ପାସ୍‌ ହୋଇଥିଲେ ରେଜିଷ୍ଟ୍ରେଶନ ପାଇଁ ବାଟ ଫିଟିିଥାଆନ୍ତା । ମାତ୍ର ଏହି ବିଲ୍‌କୁ ସରକାର ବିନା ଆଲୋଚନାରେ ପ୍ରତ୍ୟାହାର କରି ନେଇଛନ୍ତି। ସରକାର ଅଧ୍ୟାଦେଶ(ଅର୍ଡିନାନ୍ସ) ଆଣି ଏହି ବିଲ୍‌କୁ କାର୍ଯ୍ୟକାରୀ କରିବେ କି ଆସନ୍ତା ଅଧିବେଶନରେ ବିଲ୍‌କୁ ଅନୁମୋଦନ ପାଇଁ ଅପେକ୍ଷା କରିବେ ତାହା ଏବେ ବି ଅସ୍ପଷ୍ଟ ରହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ବିଲ୍‌ରେ କିଛି ତ୍ରୁଟି ରହିଛି। ସେସବୁର ସଂଶୋଧନ ପରେ ବିଧାନସଭାରେ ଉପସ୍ଥାପନ କରାଯିବ।
କ୍ରେଡାଇ ଚେୟାରମ୍ୟାନ ଡି.ଏସ୍‌. ତ୍ରିପାଠୀ କହିଛନ୍ତି,ବର୍ଷେ ହେବ ଆପାର୍ଟମେଣ୍ଟ ବିକ୍ରି ହୋଇପାରୁ ନାହିଁ। ଉଭୟ କ୍ରେତା ଓ ବିକ୍ରେତା ଚାପରେ ଅଛନ୍ତି। ବିଲ୍‌ ପାସ୍‌ ହେଲା ନାହିଁ। ସରକାର ଅର୍ଡିନାନ୍ସ ମାଧ୍ୟମରେ ବିଲ୍‌କୁ କାର୍ଯ୍ୟକାରୀ କରିବେ ବୋଲି ଶୁଣାଯାଉଥିଲା। ଏ ପର୍ଯ୍ୟନ୍ତ କିଛି ହୋଇ ନାହିଁ। ବିଲ୍‌ରେ କିଛି ସମସ୍ୟା ରହିଛି। କମନ ଏରିଆ ରେଜିଷ୍ଟ୍ରେଶନ ହେବା ପରେ ବୁକିଂ କରିଥିବା ଲୋକମାନଙ୍କର ରେଜିଷ୍ଟ୍ରେଶନ ହେବ। ରେରା ଆଇନ ଅନୁଯାୟୀ ପ୍ରକଳ୍ପର ୫୦ ପ୍ରତିଶତ ବୁକିଂ ନ ହେଲେ ଆସୋସିଏଶନ ଗଠନ କରାଯାଇପାରିବ ନାହିଁ। ଆସୋସିଏଶନ ଏକ ନନ୍‌ପ୍ରଫିଟେବଲ ସଂସ୍ଥା ହୋଇଥିବାରୁ କମନ ଏରିଆ ରେଜିଷ୍ଟ୍ରେଶନ ଫି’ ଛାଡ଼ କରିବାକୁ ଆମେ ଦାବି କରିଛୁ। ଏହାଛଡ଼ା ୨୦୧୭ ପୂର୍ବରୁ ଯେଉଁ ଆସୋସିଏଶନ ଅଛି ସେ ସବୁକୁ ଏହି ନୂଆ ରୁଲ୍‌ରୁ ଅଲଗା ରଖିବାକୁ ଦାବି କରାଯାଇଛି। ନୂଆ ରୁଲ୍‌ ଆସିବା ବିଳମ୍ବ ହେବା ଦ୍ୱାରା ବିଲ୍‌ଡରଙ୍କୁ ବକେୟା ଅର୍ଥ ମିଳିପାରୁ ନାହିଁ। ଏସବୁକୁ ଦୃଷ୍ଟିରେ ରଖି ବିଲ୍‌ଡର ଆସୋସିଏଶନ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହାକୁ ସରକାର ଗ୍ରହଣ କରି ବିଲ୍‌ ଆଣିବା ଦରକାର, ଯଦ୍ଦ୍ବାରା ଉଭୟ ବିଲ୍‌ଡର ଓ ଘର ବୁକିଂ କରିଥିବା ଲେକମାନେ ଆର୍ଥିକ ବୋଝରୁ ମୁକ୍ତି ପାଇବେ ଓ ପଞ୍ଜୀକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିବ।
ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ଚେୟାରମ୍ୟାନ ସିଦ୍ଧାନ୍ତ ଦାସ କହିଛନ୍ତି, ଯେ ପର୍ଯ୍ୟନ୍ତ ନୂଆ ରୁଲ୍‌ ଆସି ନାହିଁ ସେ ପର୍ଯ୍ୟନ୍ତ ରେଜିଷ୍ଟ୍ରେଶନ ହୋଇପାରିବ ନାହିଁ। ହାଇକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ନୂଆ ରୁଲ୍‌ ଆସିବା ପରେ ପଞ୍ଜୀକରଣ ଆରମ୍ଭ ହେବ। ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ଆପାର୍ଟମେଣ୍ଟ ବୁକ୍‌ କରିଥିବା ଶୈଳେନ୍ଦ୍ର ନାୟକ କହିଛନ୍ତି, ଘର ପାଇଁ ଋଣ କରି ସବୁ ଟଙ୍କା ଜମା କରି ଦେଇଛି। ଏ ପର୍ଯ୍ୟନ୍ତ ଘର ମିଳିପାରୁ ନାହିଁ। ଘରଭଡ଼ା ଦେବା ସହ ଆପାର୍ଟମେଣ୍ଟ ବୁକିଂ ପାଇଁ ମାସିକ କିସ୍ତି ଦେବାକୁ ପଡୁଛି । ସରକାର ତୁରନ୍ତ ନୂଆ ରୁଲ୍‌ କାର୍ଯ୍ୟକାରୀ କରନ୍ତୁ। ନଚେତ୍‌ ପଞ୍ଜୀକରଣ ପାଇଁ ଅନୁମତି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା...

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ...

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ...

ଚେକିଂ ବେଳେ କାର୍‌ରୁ ବିପୁଳ ପରିମାଣର ଟଙ୍କା ଜବତ

ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍‌ରୁ...

ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି

ନୂଆପଡ଼ା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲା ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ସୋମବାର ପୋଲିଂ ପାର୍ଟି ଭୋଟ ଗ୍ରହଣ ଶେଷ କରି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ବିଜେଡି ଏମ୍‌ପି, ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ସୋମବାର ବିନିକା ବ୍ଲକ...

୨ ପ୍ରିଜାଇଡିଂ ଅଫିସର୍‌ଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩।୫: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ମତଦାନ ସୁରୁଖୁରୁରେ ଚାଲିଛି। ଏସବୁ ଭିତରେ ଗଞ୍ଜାମର ୨୭ ଏବଂ...

ଓଡ଼ିଶା ଆସିବେ ରାହୁଲ-ଖାର୍ଗେ, ଭୁବନେଶ୍ବରରେ କରିବେ ପ୍ରେସମିଟ୍‌

ଭୁବନେଶ୍ୱର,୧୩।୫: ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri