Posted inଜାତୀୟ

ଉତ୍ତର ପ୍ରଦେଶ ନିର୍ବାଚନ: ଭୋଟ ଦେଲେନି ମୁଲାୟମଙ୍କ ପତ୍ନୀ, ବୋହୂ , ପୁଅ!

ଲକ୍ଷ୍ନୌ,୨୧ ।୨: ଉତ୍ତର ପ୍ରଦେଶର ଇଟାୱାରେ ଯେ କୌଣସି ନିର୍ବାଚନ ହେଉନା କାହିଁକି ସମସ୍ତଙ୍କର କିନ୍ତୁ ନଜର ଥାଏ ମୁଲାୟମ ସିଂ ଯାଦବଙ୍କ ପରିବାର ଉପରେ । ୟୁପି ବିଧାନସଭା ଲାଗି ରବିବାର ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ହେଲେ ଏଥିରେ ମୁଲୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣ ଯାଦବ, ପତ୍ନୀ ସାଧନା ଓ ପୁଅ ପ୍ରତିକ ଭୋଟ ଦେଇ ନ ଥିବା ସୂଚନା ମିଳିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନାମ ସୈଫଇ ମତଦାନ ତାଲିକାରେ ରହିଛି । ୪ ଦିନ ପୂର୍ବରୁ ଲକ୍ଷ୍ନୌର ସୈଫଇ ଆସିଥିବା ମୁଲାୟମ ସିଂ ଯାଦବ ମୈନପୁରୀ କରହଲରେ ପୁଅ ଅଖିଳେଶ ଯାଦବଙ୍କ ଲାଗି ଜନସଭାକୁ ସାମ୍ବାଧନ କରିବା ପରେ ଭୋଟ ଦେବାକୁ ସେଠାରେ ରହିଯାଇଥିଲେ । ସୈଫଇର ଅଭିନବ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ମୁଲାୟମ ସିଂ ଯାଦବ, ତାଙ୍କ ପୁଅ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ, ଶିବପାଲ ସିଂ ଯାଦବଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ହେଲେ ମୂଲାୟମଙ୍କ ବୋହୂ ଅପର୍ଣ୍ଣା, ପତ୍ନୀ ସାଧନା ଓ ପୁଅ ପ୍ରତିକ ଶେଷ ପର୍ଯ୍ୟନ୍ତ ଭୋଟ ଦେବାକୁ ଆସି ନ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ନିକଟରେ ଅପର୍ଣ୍ଣା ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ନିର୍ବାଚନରେ କୌଣସି ପ୍ରସଙ୍ଗ ନ ରହିଲେ ମୁମ୍ବାଇରୁ ହେବ ପାର୍ସଲ: ସଞ୍ଜୟ ରାଉତ

ମୁମ୍ବାଇ, ୨୬।୯: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବଲିଉଡ୍‌କୁ ଜାଣିଶୁଣି ଡ୍ରଗ୍ସ୍‌ ମାମଲାରେ ଛନ୍ଦି ଦିଆଯାଇଥିବା ଶିବସେନା...

କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ

ନୂଆଦିଲ୍ଲୀ, ୬।୯: ହାଇଦ୍ରାବାଦ୍‌ର କମ୍ପାନୀ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ...

ବସ୍‌ ସହ ୪ ଯାତ୍ରୀ ଦଗ୍ଧ, ୨୦ ଆହତ

କଟ୍ରା,୧୪।୫: ଜମ୍ମୁ-କଶ୍ମୀରର କଟ୍ରା ନିକଟରେ ଶୁକ୍ରବାର ଏକ ତୀର୍ଥଯାତ୍ରୀ ବସ୍‌ରେ ନିଆଁ ଲାଗିଯିବାରୁ ୪ ଯାତ୍ରୀ ଜୀବନ୍ତ ଦଗ୍ଧ ହେବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ...

ଖାଦ୍ୟ ପାଇଁ ସଂଗ୍ରାମ: କର୍ବେଟ ଅଭୟାରଣ୍ୟରେ ବଢୁଛି ହାତୀ-ବାଘ ମୁହାଁମୁହିଁ ଘଟଣା

ଡେରାଡୁନ୍‌,୯।୬: ଉତ୍ତରାଖଣ୍ଡରେ ଥିବା କର୍ବେଟ ଅଭୟାରଣ୍ୟରେ ହାତୀ-ବାଘ ମୁହାଁମୁହିଁ ଘଟଣା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୨୦୧୪ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ ବର୍ଷରେ ଏଠାରେ ୨୧...

‘ମୁଁ ୨୪ କ୍ୟାରେଟ କଂଗ୍ରେସ ଲୋକ’

ଜମ୍ମୁ,୨୭।୧୨: “ମୁଁ ୨୪ କ୍ୟାରେଟ୍‌ କଂଗ୍ରେସ ଲୋକ”। ଏଭଳି କହି କଂଗ୍ରେସ ଛାଡ଼ୁଥିବା ନେଇ ଚାଲିଥିବା ଅନିଶ୍ଚତତାରେ ପୂର୍ଣ୍ଣଛେଦ ପକାଇଛନ୍ତି ଗୁଲାମ ନବି ଆଜାଦ। ଦୁଇ...

ପାକିସ୍ତାନ ଜେଲରୁ ମୁକୁଳିବେ କି କୁଳଭୂଷଣ, ଆଜି ଆସିବ ରାୟ

ନୂଆଦିଲ୍ଲୀ, ୧୭।୭: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ବୁଧବାର ପ୍ରକାଶ ପାଇବ।...

ନୌସେନାକୁ ସଫଳତା, ପାକିସ୍ତାନ ବାଟେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ…

ନୂଆଦିଲ୍ଲୀ, ୧୨।୨ : ଚୋରା ଡଗ୍ସ୍‌ କାରବାର ରୋକିବାରେ ଭାରତୀୟ ନୌସେନାକୁ ବଡ଼ ଧରଣର ସଫଳତା ମିଳିଛି। ଆରବ ସାଗରରେ ପାକିସ୍ତାନ ବାଟେ ଆସୁଥିବା ୨୦୦୦...

ଯୋଗୀଙ୍କ କ୍ୟାବିନେଟରେ ୮ମହିଳାଙ୍କୁ ମିଳିପାରେ ମନ୍ତ୍ରୀପଦ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶ ସରକାରଙ୍କ ନୂଆ ମନ୍ତ୍ରୀଙ୍କ ନାମ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ। ଅନେକ ପୁରୁଣା ମନ୍ତ୍ରୀଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିପାରେ। କେତେକ ନୂଆ ଚେହେରା...

Advertisement
Archives

Model This Week