Posted inଜାତୀୟ

ଲୋକ ସଭା ନିର୍ବାଚନ ଲଢିପାରନ୍ତି ଅପର୍ଣ୍ଣା ଯାଦବ, ଦିଲ୍ଲୀରେ ଭାଜପା ନେତାଙ୍କୁ ଭେଟିବା ପରେ ଚର୍ଚ୍ଚା

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସୋମବାର ଦିଲ୍ଲୀରେ ଭାଜପା ନେତାଙ୍କ ସହ ତାଙ୍କର ସାକ୍ଷାତ ପରେ ଏହାକୁ ନେଇ ଅଧିକ ଚର୍ଚ୍ଚା ଜୋର ଧରିଛି। ଅନୁମାନ କରାଯାଉଛି ଯେ ଏହି ସଂପର୍କରେ ଅପର୍ଣ୍ଣା ଯାଦବ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ସେ ଦଳର ଜାତୀୟ ସଂଗଠନ ମନ୍ତ୍ରୀ ବି.ଏଲ ସନ୍ତୋଷ ଏବଂ ମହାସଚିବ ସୁନୀଲ ବଂଶଲଙ୍କୁ ଭେଟିଛନ୍ତି। ଯାହା ପରେ ଉତ୍ତରପ୍ରଦେଶ ରାଜନୀତିରେ ଅପର୍ଣ୍ଣା ଯାଦବ ନିର୍ବାଚନ ଲଢିବାର ଚର୍ଚ୍ଚା ତୀବ୍ର ହୋଇଛି। ଏହା ମଧ୍ୟ କୁହାଯାଉଛି, ଅପର୍ଣ୍ଣା ନିଜେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି।

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭାଜପା ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ କରିବା ପରେ ଅପର୍ଣ୍ଣା ଯାଦବଙ୍କୁ ଅନ୍ଦରଖାନେ ଫୁଲପୁର ସଂସଦୀୟ ଆସନରୁ ପ୍ରାର୍ଥୀ କରିବା ନେଇ କଳ୍ପନାଜଳ୍ପନା ଚାଲିଥିଲା। ୟୁପି ରାଜନୀତିରେ ତାଙ୍କ ନାମକୁ ନେଇ ଚାଲିଥିବା ଆଲୋଚନା ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଥିଲା। ଦଳର ଅଧିକାରୀମାନେ ମଧ୍ୟ ଏ ବିଷୟରେ କିଛି କହିବାକୁ ପ୍ରସ୍ତୁତ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ପାଇଁ ୭.୫ କୋଟି ଡଲାର ସହାୟତା ଦେବ ଗୁଗଲ୍‌

ନୂଆଦିଲ୍ଲୀ,୨୦।୧୨: ଭାରତକୁ ଏକ ପ୍ରମୁଖ ରପ୍ତାନି ଅର୍ଥନୀତି ଭାବରେ ବର୍ଣ୍ଣନା କରିଛନ୍ତି ଗୁଗଲର ସିଇଓ ସୁନ୍ଦର ପିଚାଇ। ସେ କହିଛନ୍ତି, ଗୁଗଲ ଏଠାରେ ୧୦୦ରୁ ଅଧିକ...

ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି

ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା...

ଆସ୍ଥା ଭୋଟ୍‌ରେ ଜିତିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧।୯: ଦିଲ୍ଲୀ ବିଧାନସଭାରେ ଉତ୍ତେଜନା ମଧ୍ୟରେ ଅରବିନ୍ଦ କେଜ୍‌ରିୱାଲ ଆସ୍ଥା ଭୋଟ୍‌ରେ ଜିତିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ୫୮ ଜଣ ସଦସ୍ୟ ବିଶ୍ୱାସ ମତ ପ୍ରସ୍ତାବକୁ ସମର୍ଥନ...

ବିମାନବନ୍ଦରରେ ଏମ୍‌ପିଙ୍କୁ ସୁବିଧା ସୁଯୋଗ ନ ମିଳିବା ଅଭିଯୋଗ, ଇଣ୍ଡିଗୋକୁ ସମନ

ନୂଆଦିଲ୍ଲୀ,୨୧।୮: ଲୋକ ସଭାର ପ୍ରିଭିଲେଜ୍‌ କମିଟି ଇଣ୍ଡିଗୋ ଏୟାରଲାଇନ୍ସର ଏମଡି ରାହୁଲ ଭାଟିଆଙ୍କୁ ସମନ ପଠାଇ ଅଗଷ୍ଟ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ...

ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟିକେଟକୁ ବାତିଲ କଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୪।୫: ଜୁନ୍‌ ୩୦ ଅବା ଏହା ପୂର୍ବରୁ ଯେଉଁ ଯାତ୍ରୀମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିଥିଲେ ସେମାନଙ୍କୁ ଲାଗିଛି ଝଟ୍‌କା। କାରଣ ଭାରତୀୟ ରେଲଓ୍ବେ ଜୁନ...

୬ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

ଲକ୍ଷ୍ନୌ,୭।୧: କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୬ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ...

କମିଛି ଦୁର୍ନୀତିି; ଲାଞ୍ଚ କାରବାର ୧୦ ପ୍ରତିଶତ ହୋଇଛି କମ୍‌: ସର୍ଭେ

ନୂଆଦିଲ୍ଲୀ,୨୭।୧୧: ଗତ ଏକ ବର୍ଷ ମଧ୍ୟରେ ଦେଶର କେତେକ ରାଜ୍ୟରେ ଦୁର୍ନୀତି କମିଛି। ସେହିପରି ଏହି ସମୟ ମଧ୍ୟରେ ଲାଞ୍ଚ କାରବାର ୧୦ ପ୍ରତିଶତ କମ୍‌...

ପଛରେ ପଡିଲେ ଶତ୍ରୁ

ପାଟନା,୨୩।୫: ବିହାରର ପାଟନା ସାହିବ ଆସନରୁ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଲାଗିଛି ଝଟକା। ଅଭିନେତାରୁ ନେତା ପାଲଟିଥିବା ସିହ୍ନା ଶେଷ ମୁହୂର୍ତ୍ତରେ ଭାଜପା ଛାଡି...

Advertisement
Archives

Model This Week