ଅପରାଜିତାଙ୍କ ୪ର୍ଥ ବର୍ଷର ରିପୋର୍ଟ କାର୍ଡ

ଭୁବନେଶ୍ବର, ୧୫ା୭(ସୁନିତ୍‌ ମିଶ୍ର): ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ତାଙ୍କ ୪ର୍ଥ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପିତ କରିଛନ୍ତି। ଅପରାଜିତା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଜରିଆରେ ଏନେଇ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ତାଙ୍କୁ ଭୋଟ ଦେଇ ପାର୍ଲାମେଣ୍ଟ ପଠାଇଛନ୍ତି ସେମାନଙ୍କର ଜାଣିବାର ଅଧିକାର ରହିଛି, ନିର୍ଦ୍ଦିଷ୍ଟ ଭାବେ କି କାମ ସବୁ ହୋଇଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ୬୪୬୨ କୋଟି ଟଙ୍କାର ପ୍ରକଳ୍ପ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇଛି। ୩୦ଟି ଗାଡ଼ି ଯିବା ଲାଗି ଅଣ୍ଡର ପାସ୍‌, ୯ଟି ଫ୍ଲାଇଓଭର, ୪ଟି ଫୁଟ୍‌ ଓଭରବ୍ରିଜ୍‌ ଏବଂ କ୍ୟାପିଟାଲ ରିଜନ ରିଂରୋଡ୍‌ ହେବ। ଏହି ରିଂରୋଡ୍‌ ଦ୍ୱାରା ରାମେଶ୍ୱର-ଖୋର୍ଦ୍ଧାଠାରୁ ଟାଙ୍ଗୀ-କଟକ ପର୍ଯ୍ୟନ୍ତ ୧୧୧ କୋଟି ଟଙ୍କାର କାମ ଆରମ୍ଭ ହୋଇଛି। ଖୋର୍ଦ୍ଧା ଟାଉନରୁ ବାଇପାସ୍‌ ରୋଡ୍‌ କିପରି ହେବ ଏହା ସବୁଠାରୁ ବଡ଼ ଚିନ୍ତା ଥିଲା। ଏହି କାମ ମଧ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏନ୍‌ଏଚ୍‌-୫୭ ଖୋର୍ଦ୍ଧା ବାଇପାସ୍‌ ରୋଡ୍‌ର କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଏଥିଲାଗି ୧୫୭ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି। ପ୍ରତ୍ୟେକ ସପ୍ତାହରେ କାର୍ଯ୍ୟଗୁଡିକର ସମୀକ୍ଷା କରାଯାଉଛି। ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସେହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଲୋକଙ୍କ ଦାବି ରହିଥିବା କସ୍‌ମୋପଲିସ ପାଖରେ ଓଭରବ୍ରିଜ କାର୍ଯ୍ୟ ୩୧ ଅକ୍ଟୋବର ୨୦୨୩ ସୁଦ୍ଧା ଶେଷ ହେବ। ଏମ୍‌ସ ନିକଟରେ ଥିବା ଭେହିକିଲ ଅଣ୍ଡରପାସ୍‌ ମଧ୍ୟ ଏହି ସମୟ ଭିତରେ ସାରିବାକୁ କୁହାଯାଇଛି। କ୍ରାଉନ ହୋଟେଲ ନିକଟରେ ଫୁଟ୍‌ ଓଭରବ୍ରିଜ୍‌ କାର୍ଯ୍ୟ ଟେଣ୍ଡର କାମ ସରିଲାଣି ୩୧ ଡିସେମ୍ବର ୨୦୨୩ ସୁଦ୍ଧା ଏହା ସରିବ। ସତ୍‌ସଙ୍ଗ ବିହାର ନିକଟରେ ଫୁଟ୍‌ ଓଭର ବ୍ରିଜ୍‌ରେ ଲିଫ୍ଟ ଲାଗିବାର ବ୍ୟବସ୍ଥା ହେବ। ପଳାଶୁଣୀରେ ସ୍ଥାନୀୟ ସମସ୍ୟା ନେଇ ଫୁଟ୍‌ ଓଭର ବ୍ରିଜ କାର୍ଯ୍ୟ ହୋଇପାରିନାହିଁ। ଏହା କିପରି ତୁରନ୍ତ ହୋଇପାରିବ ସେଥିଲାଗି ସମସ୍ତଙ୍କୁ ସହଯୋଗ କରି କାମ କରିବାକୁ ପଡିବ ବୋଲି ସେ କହିଛନ୍ତି। ନହରକଣ୍ଟା ଏବଂ ହଂସପାଳ ପାଖରେ ଆରମ୍ଭ ହୋଇଥିବା ଫୁଟ୍‌ ଓଭର ବ୍ରିଜ୍‌ କାର୍ଯ୍ୟ ଡିସେମ୍ବର ୩୧ ସୁଦ୍ଧା ସରିବ ବୋଲି ଅପରାଜିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri