ଅପରାଜିତାଙ୍କୁ ଦେଖାଦେଲେନି ଭାଜପା ନେତା

ବ୍ରହ୍ମପୁର ଅଫିସ,୨୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗତ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତ ବେଳେ ତାଙ୍କୁ ଦେଖାଦେଲେନି ଭାଜପା ନେତା। ଏହା ବିରୋଧୀ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ସେ ଦଳୀୟ କାର୍ଯ୍ୟକ୍ରମରେ ଆସି ନ ଥିଲେ। ପୁରୁଷୋତ୍ତମପୁର ନିକଟ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିବସରେ ମା’ଙ୍କୁ ଦର୍ଶନ ଏବଂ ଛତ୍ରପୁର ଠାକୁରାଣୀ ଯାତ୍ରା ଦେଖିବା ଓ ଦର୍ଶନ କାର୍ଯ୍ୟକ୍ରମ ରଖିଥିଲେ। ତେବେ ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ନେତାମାନେ କାହିଁକି ସୌଜନ୍ୟମୂଳକ ସାକ୍ଷାତ କଲେ ନାହିଁ ଗୁଞ୍ଜରଣ ସୃଷ୍ଟି ହୋଇଛି।
ଗଞ୍ଜାମରେ ଭାଜପାର ଦୁଇ ସାଙ୍ଗଠନିକ ଜିଲା ଅଛି। ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ତାରାତାରିଣୀ ପୀଠ ଘୁମୁସର ସାଙ୍ଗଠନିକ ଜିଲାରେ ଅଛି। ପୁରୁଷୋତ୍ତମପୁର ବ୍ଲକର ସମୁଦାୟ ପଞ୍ଚାୟତ ମଧ୍ୟରୁ କେତେକ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ବେଳେ ଆଉ କେତେକ କବିସୂର୍ଯ୍ୟନଗର ବିଧାନସଭା କ୍ଷେତ୍ରରେ ଅନ୍ତର୍ଭୁକ୍ତ। ବରିଷ୍ଠ ନେତ୍ରୀଙ୍କ ଗସ୍ତ ବେଳେ ଉପରୋକ୍ତ ଦୁଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ଅନୁପସ୍ଥିତ ରହିବା ପ୍ରଶ୍ନବାଚୀ ହୋଇଛି। ଅପରପକ୍ଷରେ ଘୁମୁସର ଜିଲା ସଭାପତି ଗୋକୁଳାନନ୍ଦ ମଲିକ ସେହିଦିନ ବୁଗୁଡ଼ା ତହସିଲ ଅଫିସ ଆଗରେ ହୋଇଥିବା ଆନ୍ଦୋଳନରେ ଥିବା ଖବର ମିଳିଛି।
ଅପରପକ୍ଷରେ ଗଞ୍ଜାମ ସାଙ୍ଗଠନିକ ଜିଲା ଅନ୍ତର୍ଭୁକ୍ତ ଛତ୍ରପୁର ନିର୍ବାଚନ ମଣ୍ଡଳୀ। ଅପରାଜିତା ଆସିବା ବେଳେ ଏହାର ସଭାପତି ବିଭୂତି ଜେନା ଭୁବନେଶ୍ୱର ଘରୋଇ କାର୍ଯ୍ୟରେ ଯାଇଥିଲେ ଓ ସେଠାରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀ ପଳାଇଥିଲେ। ତେବେ ବ୍ରହ୍ମପୁରର ନେତାମାନେ ଏବଂ ଗତ ସାଧାରଣ ନିର୍ବାଚନର ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର ମଧ୍ୟ ଦେଖା କରିନଥିଲେ। ପୁରୁଷୋତ୍ତମପୁର ଡାକବଙ୍ଗଳା ଓ ଛତ୍ରପୁର ସର୍କିଟ ହାଉସ୍‌ରେ କେତେକ କର୍ମୀଙ୍କ ସହିତ ଷଡ଼ଙ୍ଗୀ ଆଲୋଚନା କରିଥିଲେ।
ନାମ ଗୋପନ ରଖି ଜଣେ ପଦ୍ମ ଦଳ ନେତାଙ୍କ କହିବାନୁସାରେ ଭାଜପା ରାଜ୍ୟ ସଂଗଠନରେ ଅପରାଜିତା ବିବାଦୀୟ ହୋଇଛନ୍ତି। ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ନେତା ଓ କର୍ମୀ ନିଲମ୍ବିତ ହେଉଛନ୍ତି। ତେଣୁ ତାଙ୍କ ମନ୍ଦିର କାର୍ଯ୍ୟକ୍ରମ ବେଳେ ଗଞ୍ଜାମର ନେତା ଓ ବିଧାୟକ ପ୍ରାର୍ଥୀମାନେ ନିଲମ୍ବନ ହେବା ଭୟରେ ଦେଖାକରିନାହାନ୍ତି। ଏହା ଯଦି ସତ୍ୟ ହୋଇଥାଏ ତେବେ ଅନ୍ୟ ବିରୋଧୀ ଦଳ ଭଳି ଭାଜପାରେ ମଧ୍ୟ ଅନ୍ତଃକନ୍ଦଳ ବିସ୍ଫୋରକ ହୋଇଥିବା ଅନୁମାନ କରାଯାଇଛି। ସୂଚନାଯୋଗ୍ୟ, ୯୦ ଦଶକର ଦ୍ୱିତୀୟ ଭାଗରେ ଷଡ଼ଙ୍ଗୀ ଗଞ୍ଜାମର ଅତିରିକ୍ତ ଜିଲାପାଳ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକଥର ମା’ଙ୍କ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri