ଶିକ୍ଷୟିତ୍ରୀଙ୍କ ଚାକିରି ନିୟମିତ କରିବାକୁ ୩ ଲକ୍ଷ ଠକେଇ

ବ୍ରହ୍ମପୁର ଅଫିସ,୨୨ା୫: ରେଳ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଅଭିଯୋଗରେ ଗୋଷାଣି ନୂଆଗାଁ ପୋଲିସ ଦ୍ୱାରା ଗିରଫ ହୋଇ କାରାଗାରରେ ଥିବା ହିଲପାଟଣାର ଗଣେଷ ହୋତା ନାଁରେ ପୁଣି ଏକ ମାଲା ରୁଜୁ ହୋଇଛି। ଅଭିଯୁକ୍ତ ଗଣେଷ ଜଣେ ଶିକ୍ଷୟିତ୍ରୀଙ୍କ ଚାକିରି ନିୟମିତ କରାଇଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୩ ଳକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ନଂ. ୮୦/୨୨ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ମାମଲାକୁ ମିଶାଇ ଗୋଷାଣିନୂଆଗାଁ ପୋଲିସ ଗଣେଷ ନାଁରେ ମୋଟ ୪ ଠକେଇ ମାମଲା ରୁଜୁ କରିଛି। ହିଲପାଟଣାର ବିଦ୍ୟୁତ୍‌ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ଚାକିରି ନିୟମିତ ହୋଇ ନ ଥିଲା। ଏଭଳି ସ୍ଥିତିରେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ସଂସ୍ପର୍ଶରେ ଆସି ଚାକିରି ନିୟମିତ କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗଣେଷଙ୍କ କଥାରେ ବିଶ୍ୱାସ କରି ଶିକ୍ଷୟିତ୍ରୀ ଜଣକ ୨୦୨୦ ଏପ୍ରିଲରେ ନଗଦ ୩ ଲକ୍ଷ ଟଙ୍କା ଦେଇଥିଲେ। ପରେ କରୋନା ମହାମାରୀ ଆସିଯାଇଥିଲା। ଆଉ ଗଣେଷ ବିଭିନ୍ନ ବାହାନା କରି ସମୟ ଗଡାଇ ଚାଲିଥିଲେ। କଟକଣା ହଟିବା ପରେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଚାକିରି ନିୟମିତ ନ ହେବାରୁ ସେ ବାରମ୍ବାର ଅଭିଯୁକ୍ତଙ୍କୁ ପଚାରିଥିଲେ। ହେଲେ ଗଣେଷ ଏହାର ସନ୍ତୋଷଜନକ ଉତ୍ତର ନ ଦେବାରୁ ଶିକ୍ଷୟିତ୍ରୀ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ନ ମଳିବାରୁ ଠକେଇର ଶିବାର ହୋଇଥିବା ସେ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧ୍ୟାକରଣ ଯୋଜନା ଫେଲ୍‌

ବ୍ରହ୍ମପୁର ଅଫିସ,୭ା୬- ବ୍ରହ୍ମପୁର ମହାନଗର ନିଗମରେ ଗୋରୁଗୁଡିକ ଅବାଧ ଚଳପ୍ରଚଳ କରୁଛନ୍ତି ା ଏହା ସହ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସହରବାସୀଙ୍କ ପାଇଁ...

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ କରିବେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ ) ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନିତ, ଦରମା ହାର ଲେବଲ ୫ର ୨୧ହଜାର ୭୦୦ରୁ ଲେବଲ ୯ର ୩୫ହଜାର...

ନୋ-ପାର୍କିଂରୁ ଗାଡ଼ି ଉଠାଇଲା ପୋଲିସ

ବ୍ରହ୍ମପୁର ଅଫିସ,୫।୬: ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଞ୍ଚଳର ନୋ-ପାର୍କିଂରେ ରଖାଯାଉଥିବା ଗାଡ଼ି ହଟାଇବା ଅଭିଯାନ ଟ୍ରାଫିକ୍‌ ପୋଲିସ ଆରମ୍ଭ କରିଛି। ଏଣୁ ଟ୍ରାଫିକ୍‌ ପୋଲିସ ନୋ-ପାର୍କିଂରେ...

ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ବ୍ରହ୍ମପୁର ଅଫିସ,୨୭ା୨: ରଶି ଲଗାଇ ଏକ ଗଛରେ ଝୁଲୁଥିବା ଜଣେ ଯୁବକଙ୍କ ମୃତଦେହ ରେଲଓ୍ବେ ପୋଲିସ ସୋମବାର ଜବତ କରିଛି। ମୃତକଙ୍କ ପକେଟରୁ ମିଳିଥିବା ମୋବାଇଲ...

ବୁଗୁଡ଼ା ବ୍ଲକର ବାଲିପଦର, କାଦପଡ଼ାରେ ୨ ପିଙ୍କ୍‌ ବୁଥ୍‌

ବୁଗୁଡ଼ା,୧୭।୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ୧୮ରେ ଭୋଟ ଗ୍ରହଣ ହେବ। ବୁଗୁଡ଼ା ବ୍ଲକର ୨୮୭ଟି ବୁଥ୍‌ ମଧ୍ୟରୁ ବାଲିପଦର ଗ୍ରାମସ୍ଥ ନୋଡାଲ୍‌...

ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଗଞ୍ଜାମ, ୧୦।୨(ଡି.ଏନ.ଏ.): ଗଞ୍ଜାମ ଥାନା ଦୁର୍ଗାଦେବୀ ସାହି ସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମଠାରେ ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ବାଳକୃଷ୍ଣ ପଣ୍ଡାଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି...

ଡ୍ରେନେଜ୍‌ ଡିଭିଜନ ଦୁର୍ନୀତିର ତଦନ୍ତ ଦାବି : ଭିଜିଲାନ୍ସ ଅଫିସ ଘେରାଉ କରିବ ଭାଜପା

ବ୍ରହ୍ମପୁର ଅଫିସ,୨୯ା୧୦-ରେଶମ ନଗରୀ ପରିମଳ ବ୍ୟବସ୍ଥାରେ ବ୍ରହ୍ମପୁରର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଥିବା ବାହାନା ଓ ସାପୁଆ ନାଳ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ...

ଡିସେମ୍ବରରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପର୍ବ: କୂଳ ଲଂଘୁଛି ସମୁଦ୍ର, ଅଣ୍ଡାଦାନ ପ୍ରଭାବିତ ଆଶଙ୍କା

ଗଞ୍ଜାମ,୧୧ା୧୧(ଡି.ଏନ.ଏ.)-ଗଞ୍ଜାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଏବଂ ଠିକ ମାସେ ପରେ ଅର୍ଥାତ ଜାନୁୟାରୀରେ ଅନୁକୂଳ ପାଗ ଓ ଦକ୍ଷିଣା...

Advertisement
Archives

Model This Week