ଭୋଟରଙ୍କୁ ଅହଙ୍କାର ଦେଖାଉଛନ୍ତି ଅପରାଜିତା: ବିଜେଡି

ଭୁବନେଶ୍ୱର,୨୯ା୮(ଅନିଲଦାସ):ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରବିବାର ନିଜ ସଂସଦୀୟ କ୍ଷେତ୍ର ଗସ୍ତବେଳେ ଗିରିଙ୍ଗ ଛକରେ ମିଶନ ଶକ୍ତିର ମହିଳା ଓ ବିଜେଡି କର୍ମୀ ତାଙ୍କୁ ବିରୋଧ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋଶିଆଲ ମିଡିଆରେ ଟାର୍ଗେଟ୍‌ କରିଛନ୍ତି । ବିଜେଡି ପକ୍ଷରୁ ଏହା କଡ଼ା ବିରୋଧ କରାଯାଇଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଜବାବ ଦେଇ କହିଛନ୍ତି, ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ଆପଣ ଗୁଣ୍ଡା ବୋଲି କହିଛନ୍ତି। ା ଭୁବନେଶ୍ୱରର ମହିଳାମାନେ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପମାନିତ କରିଛନ୍ତି । ସେମାନେ ପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି, ଆପଣ କାହିଁକି ତାହାକୁ ଏଡ଼ାଉଛନ୍ତି ଏବଂ ସେମାନଙ୍କୁ ଗୁଣ୍ଡା ବୋଲି କହୁଛନ୍ତି। ଓଡ଼ିଆ ଲୋକଙ୍କୁ ଏବଂ ବିଶେଷକରି ଓଡ଼ିଶାର ମହିଳାମାନଙ୍କୁ ଗୁଣ୍ଡା ବୋଲି କହି ଅପମାନିତ ନ କରିବାକୁ ଶ୍ରୀମୟୀ କହିଛନ୍ତି। ପଥର ଧରିଥିବା କିଛି ନକଲି ଫଟୋ ପୋଷ୍ଟ କରି ମହିଳାମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ା ଜଣେ ଜନପ୍ରତିନିଧି ଭାବେ ସେମାନଙ୍କ ସେବା କରିବା ପାଇଁ ଅଛନ୍ତି, ସେମାନଙ୍କୁ ଏକଚ୍ଛତ୍ରବାଦୀ ଶାସନ କରିବା ପାଇଁ ନୁହେଁ। ଓଡ଼ିଶାର ଲୋକମାନେ ଆପଣଙ୍କର ଅହଙ୍କାର ଏବଂ ରାଜ୍ୟର ମହିଳା ଓ ପୁରୁଷମାନଙ୍କ ପ୍ରତି ଆଚରଣ ଦେଖୁଛନ୍ତି । ଏହାର ଉପଯୁକ୍ତ ଜବାବ ରାଜ୍ୟବାସୀ ଦେବେ ବୋଲି ଶ୍ରୀମୟୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri