ଅପରାଜିତା-ପିନାକୀ କଥା କଟାକଟି

ଭୁବନେଶ୍ୱର,୩।୪(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଗୁରୁବାର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଲୋକ ସଭାରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଏହାର ଜବାବ ଦେବାକୁ ଯାଇ ବିଜେଡି ଏମ୍‌ପି ପିନାକୀ ମିଶ୍ର କହିଥିଲେ, ଶ୍ରୀମନ୍ଦିର ପାଖରେ କେବଳ ୪ଟି ଶୌଚାଳୟ ନିର୍ମାଣ କରାଯାଉଛି। ଏହାଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।
ପିନାକୀଙ୍କ ମନ୍ତବ୍ୟକୁ ବିରୋଧ କରି ଶ୍ରୀକ୍ଷେତ୍ରରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହା ପରେ ଶନିବାର ପିନାକୀ ମିଶ୍ର ସ୍ପଷ୍ଟୀକରଣ ରଖିଛନ୍ତି। ଖଣ୍ଡିଏ କାଗଜ ଦେଖାଇ ସେ କହିଛନ୍ତି, ଏହା ହେଉଛି ଗତ ସେପ୍ଟେମ୍ବର ୪ ତାରିଖରେ ଏନ୍‌ଏମ୍‌ଏ ଦେଇଥିବା ଏନ୍‌ଓସି। ଏହି ଏନ୍‌ଓସି ମୁତାବକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କ୍ଲକ୍‌ ରୁମ୍‌, ମିନି କ୍ଲକ୍‌ ରୁମ୍‌, ସେଲ୍ଟର ପାଭିଲିଅନ, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟଏଲେଟ ନିର୍ମାଣ କରିବାକୁ ଅନୁମତି ମିଳିଛି। କିନ୍ତୁ ସମୟ ଅଭାବରୁ ସଂସଦରେ କେବଳ ଟଏଲେଟ କଥା କହିଦେଇଥିଲି। ସଂସଦରେ କିଛି ମିଛ କହିନି। ସତ୍‌ସାହସ ଥିଲେ ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ କହିଛନ୍ତି।
ଏନ୍‌ଓସି ମନ୍ତବ୍ୟର ଜବାବ ଦେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପ୍ରଥମ କଥା ହେଉଛି- କୌଣସି ଐତିହ୍ୟ ସ୍ଥଳର ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ଅନୁମତି ଦେବାକୁ ଏନ୍‌ଏମ୍‌ଏ (ନ୍ୟାଶନାଲ୍‌ ମନୁମେଣ୍ଟ ଅଥରିଟି)ର କ୍ଷମତା ନାହିଁ। କେବଳ ଏଏସ୍‌ଆଇ ଡିଜିଙ୍କ ସ୍ବତନ୍ତ୍ର ଅନୁମତି କ୍ରମେ କିଛିଟା ସୁବିଧା ନିର୍ମାଣ ହୋଇପାରିବ। କିନ୍ତୁ କଥା ହେଉଛି, ଯେଉଁ ସବୁ କାର୍ଯ୍ୟ ହୋଇଛି, ସେଥିରେ ୪ଟା ଶୌଚାଳୟ ହେଉଛି ବୋଲି ସେ ବାରମ୍ବାର କହିଥିଲେ। କିନ୍ତୁ ଶନିବାର କହୁଛନ୍ତି ଆହୁରି ଅନେକ କାମ ହେଉଛି। ଏତେସବୁ କାମ ପାଇଁ ଏନ୍‌ଓସି ମିଳିଥିବା କଥା କହୁଛନ୍ତି। କିନ୍ତୁ ସେ ଯାହାକୁ ଏନ୍‌ଓସି କହୁଛନ୍ତି, ସେ କାଗଜ ମୋ ପାଖରେ ମଧ୍ୟ ରହିଛି। ସେଇଟା ଏନ୍‌ଏମ୍‌ଏର ଚିଠି, ଏନ୍‌ଓସି ନୁହେଁ। ଏନ୍‌ଓସିର ଫର୍ମାଟ୍‌ ଅଲଗା ହୋଇଥାଏ। ସେଥିରେ ଡିଟେଲ୍‌ ଦିଆଯାଏ। ୧୦୦ ମିଟର ଭିତରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ଯଦି କିଛି ମରାମତି ହୁଏ, ତାହାହେଲେ ଏଏସ୍‌ଆଇ ଡିଜି ଅନୁମତି ଦେବେ। ଶନିବାର ମଧ୍ୟ ମୁଁ ଏଏସ୍‌ଆଇଙ୍କ ସହିତ କଥା ହୋଇଛି। ସତ ଜାଣିବାକୁ ହେଲେ ସମସ୍ତେ ଏଏସ୍‌ଆଇଙ୍କ ସହିତ କଥା ହୋଇଯାଆନ୍ତୁ। ସତ କ’ଣ ଓଡ଼ିଶାର ଲୋକ ଜାଣିଗଲେଣି। ଓଡ଼ିଶାର ଲୋକମାନେ ବହୁ ଅଭିଜ୍ଞ। ସେମାନେ ସବୁ କଥା ଠିକ୍‌ ଭାବେ ବୁଝୁଛନ୍ତି। କାରଣ ଏଇଟା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାର କଥା। ସେଥିପାଇଁ ମୁଁ ଥରେ ଲୋକ ସଭାରେ କହିଛି। ଦରକାର ପଡ଼ିଲେ ବାରମ୍ବାର ଲୋକ ସଭାରେ କହିବି। କିନ୍ତୁ ଯେଉଁଟା ଠିକ୍‌ ସେଇଟା କହିବି। ୧୦୦ ମିଟର ଭିତରେ ନିର୍ମାଣ କରିବା ପାଇଁ ଏଏସ୍‌ଆଇ କୌଣସି ଅନୁମତି ଦେଇନାହିଁ। କିନ୍ତୁ ଦେଖାଯାଉଥିବା କାଗଜଟି ହେଉଛି ଏନ୍‌ଏମ୍‌ଏର ଚିଠି। ଏନ୍‌ଓସି ନୁହେଁ ବୋଲି ଅପରାଜିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?