କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଲେ ଅପରାଜିତା, ବିଏମ୍‌ସିକୁ କଲେ ଟାର୍ଗେଟ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ହାଟ ଭଙ୍ଗା ଘଟଣା ପରେ ମଙ୍ଗଳବାର କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ନୂଆ ମହାନଗର ନିଗମ ସକାରାତ୍ମକ ମନୋବୃତ୍ତି ଛାଡ଼ି ନକରାତ୍ମକ ଚିନ୍ତାଧାରା ଆପଣାଉଛି ବୋଲି ବିଏମସିକୁ ଟାର୍ଗେଟ କରି ସେ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅପରାଜିତା କହିଛନ୍ତି, ୪୩୦ ଲୋକଙ୍କୁ ରାତାରାତି ଜୀବିକା ହରାଇଲେ। ଭୁବନେଶ୍ୱର ବିକାଶ ହେଉ, ସୁନ୍ଦର ଦେଖାଯାଉ ଏହା ସମସ୍ତଙ୍କ ଦାୟିତ୍ୱ, କର୍ତ୍ତବ୍ୟ। କିନ୍ତୁ ବିକାଶ, ସୌନ୍ଦର୍ଯ୍ୟକରଣ କଥା ଉଠିଲେ ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା କଥା। ମାର୍କେଟ ବିଲ୍ଡିଂ ନାଁରେ ଝାରପଡା ହାଟରୁ ଯେଉଁମାନଙ୍କୁ ହଟାଗଲା, ମାର୍କେଟ ବିଲ୍ଡିଂ ହେଲେ ସେମାନେ ପ୍ରଥମେ ଥଇଥାନ ହେବା ଆବଶ୍ୟକ । ସମସ୍ତ ଉଠା ଦୋକାନୀ ଏବେ ଜୀବିକା ହରାଇଥିବା ବେଳେ ଆସନ୍ତା ୭ ଦିନ ଭିତରେ ସେମାନଙ୍କୁ ବିକଳ୍ପ ଜାଗା,ଯେଉଁଠି ବେପାର ହେବ ଦେଖାନ୍ତୁ। ସେମାନଙ୍କୁ ଥଇଥାନ ସହ କ୍ଷତିପୂରଣ ଦିଆଯାଉ ବୋଲି ସେ କହିଛନ୍ତି।

ସଂସଦ ଚାଲିଥିବାରୁ ସେ ଦିଲ୍ଲୀରେ ଥିଲେ। ସେ ଆସିବାର ଗୋଟିଏ ଦିନ ପୂର୍ବରୁ ଏଭଳି ଘଟଣା ଘଟିଲା। ସେ ଦିଲ୍ଲୀରେ ଥିବା ବେଳେ ଏହି କାମ କାହିଁକି ହେଲା। ମୁଁ ଏଠାକାର ଏମ୍‌ପି ହୋଇଥିବା ବେଳେ ମୋ ଆସିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେନାହିଁ। ମୋ’ ସହ କାହିଁକି ଆଲୋଚନା କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

ଏଥିସହ ସମସ୍ତଙ୍କ ଅଧିକାରକୁ ସେ ସମ୍ମାନ ଦେଉଛନ୍ତି। ଏଣୁ ତାଙ୍କ ଅଧିକାରକୁ ମଧ୍ୟ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ୱ । ସେ ଏଠାକାର ଏମ୍‌ପି । ମଙ୍ଗଳବାର ରାତି ସୁଦ୍ଧା କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇ ବିଏମ୍‌ସିକୁ ଦିଆଯିବ । ଏଥିସହ ୩ ଦାବି ସମ୍ପର୍କରେ ମଧ୍ୟ ଉକ୍ତ ଚିଠିରେ ଉଲ୍ଲେଖ ରହିବ । ଏହି ଚିଠି ସାର୍ବଜନୀନ ହେବ । ବିଏମସିର ପ୍ରଥମ ମହାନଗର ନିଗମ ମିଟିଂରେ ସ୍ଥାନୀୟ କର୍ପୋରେଟର ଏହି କଥା ଉଠାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri