NICLରେ ଏଓ-ଆସିଷ୍ଟାଣ୍ଟ ଭ୍ୟାକାନ୍ସି: କରନ୍ତୁ ଏଭଳି ଆବେଦନ…

ନୂଆଦିଲ୍ଲୀ,୨୨।୧ : ସରକାରୀ ଚାକିରି ପାଇବା ପାଇଁ ସ୍ନାତକ ହାସଲ କରିଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ରହିଛି। ନ୍ୟାଶନାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ (ଏଆଇସିଏଲ) ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି।

ସମ୍ପ୍ରତି ୨୭୪ ଆଡମିନିଷ୍ଟ୍ରେଟିଭ ଅଫିସର ନିଯୁକ୍ତି (NICL AO 2024) ପାଇଁ ଆବେଦନ ଚାଲିଛି। ଯାହା ପାଇଁ ଆଜି ଆବେଦନ କରିବାର ଶେଷ ଦିନ । ଆସନ୍ତା ମାସରେ, ଆସିଷ୍ଟାଣ୍ଟର ୩୦୦ ପଦବୀ ପୂରଣ ପାଇଁ ନିଯୁକ୍ତି ଆରମ୍ଭ ହେବ। ଆବେଦନ କରିବାକୁ ଚାହୁଁଥିବା ଯୁବବର୍ଗମାନଙ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ nationalinsurance.nic.co.in ରେ ଲଗଇନ କରିବାକୁ ପଡିବ ।

ବିଜ୍ଞପ୍ତି ଅନୁଯାୟୀ ସାଧାରଣ ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ଏବଂ ଅନ୍ୟ ବର୍ଗ ଯୁବକ, ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ୨୫୦ ଟଙ୍କା ଅଛି। ଅନଲାଇନେୀ ଦେୟ ଦେବାର ଏକ ବିକଳ୍ପ ରହିଛି। ଦରମା ପ୍ରାୟ ୫୦ ରୁ ୮୫ ହଜାର ଟଙ୍କା ହେବ। ନିଯୁକ୍ତି ପାଇଁ ଦୁଇଥର ଲିଖିତ ପରୀକ୍ଷା ହେବ। ପ୍ରଥମେ ପ୍ରିଲିମସ ପରୀକ୍ଷା ହେବ, ତା’ପରେ ମୁଖ୍ୟ ପରୀକ୍ଷା ଏବଂ ଯେଉଁମାନେ ପାସ କରିବେ ସେମାନଙ୍କ ମେରିଟ ତାଲିକା ପ୍ରସ୍ତୁତ ହୋଇ ପ୍ରକାଶ ପାଇବ ।

ମିଡିଆ ରିପୋର୍ଟ ଅନୁଯାୟୀ, ଏନଆଇସିଏଲରେ ୩୦୦ ସହାୟକ ନିଯୁକ୍ତ ହେବେ। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଯଦିଓ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ, କିନ୍ତୁ ସୂତ୍ର ଅନୁଯାୟୀ, ୧ ଫେବୃଆରୀ ୨୦୨୪ ରୁ ନିଯୁକ୍ତି ପାଇଁ ଅନଲାଇନ ଆବେଦନ କରାଯାଇପାରିବ ଏବଂ ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୧୫ ହେବ। ବିଜ୍ଞପ୍ତି ଏବଂ ନିଯୁକ୍ତି ପ୍ରକ୍ରିୟା ପାଇଁ nationalinsurance.nic.co.in ଉପରେ ନଜର ରଖନ୍ତୁ ।

ନିଯୁକ୍ତି ଆବେଦନ ପାଇଁ ଅନଲାଇନରେ ପ୍ରଥମେ Nationalinsurance.nic.co.in କୁ ଲଗ ଇନ କରନ୍ତୁ ।
ମୂଳପୃଷ୍ଠାରେ ନିଯୁକ୍ତି ବିକଳ୍ପ ଟ୍ୟାପ କରନ୍ତୁ। ଆବେଦନ କରିବାକୁ ଲିଙ୍କରେ କ୍ଲିକ କରନ୍ତୁ। ଫର୍ମ ପୁରଣ କରନ୍ତୁ ଏବଂ ଡକ୍ୟୁମେଣ୍ଟଗୁଡିକ ସଂଲଗ୍ନ କରନ୍ତୁ । ଫଟୋ ଏବଂ ଦସ୍ତଖତ ଅପଲୋଡ କରନ୍ତୁ। ଫର୍ମ ପୂରଣ କରିବା ପରେ ଦେୟ ଦିଅନ୍ତୁ। PDF ଦାଖଲ ଏବଂ ଡାଉନଲୋଡ କରନ୍ତୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?