Posted inଫୁରସତ

କରୋନା ଛୁଇଁ ପାରିନି ଏହି ଗାଁକୁ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ବି କାୟା ବିସ୍ତାର କରିଚାଲିଛି। ଏହି ଦୁଇବର୍ଷ ଭିତରେ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ମହାମାରୀ କାହାକୁ ରକ୍ଷା ଦେଇ ନ ଥିଲା। ଗୋଟିଏ ପରେ ଗୋଟିଏ ଲହର ଲୋକଙ୍କୁ ଆତଙ୍କିତ କରିଚାଲିଛି। ଯଦିଓ ଏହି ମହାମାରୀ ପାଇଁ ବିଶ୍ୱବ୍ୟାପୀ ଟିକା ଉପଲବ୍ଧ ହେଲାଣି ତଥାପି ଏହି ରୋଗରୁ ସମ୍ପୂର୍ଣ୍ଣ ମିଳିନାହିଁ। ସତର୍କତା ହିଁ ଏକମାତ୍ର ଉପାୟ। ଦୁନିଆରେ କୌଣସି ସ୍ଥାନ ନାହିଁ ଯେଉଁଠାରେ କରୋନାର ପ୍ରଭାବ ଦେଖାଯାଇ ନାହିଁ। ମାତ୍ର ଏମିତି ଏକ ଗାଁ ରହିଛି, ସେଠାରେ କରୋନା ପଶି ପାରିନାହିଁ।

ଏପରି ସ୍ଥାନ ରହିଛି ଆମ ଦେଶ ଭାରତରେ। ଏହି ସ୍ଥାନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଅଛି। ଏହି ସ୍ଥାନର ନାମ ହେଉଛି ସେଣ୍ଟିନେଲ ଦ୍ୱୀପ। ଯାହାକି ଆଣ୍ଡାମାନ ଏବଂ ନିକୋବର ଉତ୍ତରରେ ଅବସ୍ଥିତ। ସ୍ଥାନୀୟ ଜନଜାତି ବ୍ୟତୀତ ଏହି ଦ୍ୱୀପରେ ଅନ୍ୟ କୌଣସି ସମ୍ପ୍ରଦାୟ ବାସ କରନ୍ତି ନାହିଁ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପକୁ ବିଶ୍ୱର ସବୁଠାରୁ ନିଛାଟିଆ ସ୍ଥାନ ଭାବେ ବିବେଚନା କରାଯାଏ।
ଏଠାକାର ଆଦିବାସୀମାନେ ପ୍ରାୟ ୬୦ ହଜାର ବର୍ଷ ଧରି ଏହି ଦ୍ୱୀପରେ ବାସ କରି ଆସୁଛନ୍ତି। ଏହି ଜନଜାତିର ଲୋକମାନେ ପୁରୁଣା ଜୀବନଶୈଳୀ ଦ୍ୱାରା ବଞ୍ଚନ୍ତି। ସେମାନେ ଆଧୁନିକ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ଜନଜାତିର ଭାରତ ସମେତ ସମଗ୍ର ବିଶ୍ୱ ସହିତ କୌଣସି ସମ୍ପର୍କ ନାହିଁ ।
କରୋନାକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ବର୍ତ୍ତମାନ ଏହିପରି ଭାବରେ ଏହି ଦ୍ୱୀପର ଲୋକମାନେ ସମଗ୍ର ବିଶ୍ୱଠାରୁ ଦୂରତା ରକ୍ଷା କରିଥିଲେ। ଏହି ଦ୍ୱୀପକୁ କେହି ବାହାରୁ ଆସନ୍ତି ନାହିଁ ଏବଂ ଦ୍ୱୀପରୁ କେହି ବି ଛାଡ଼ନ୍ତି ନାହିଁ। ସେଥିପାଇଁ ଏଠାରୁ ଏପ ପର୍ଯ୍ୟନ୍ତ ଗୋଟିଏ ହେଲେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତ।

ଏହି ଲୋକମାନେ ଧନୁତୀର ଚଳାଇବାରେ ପାରଙ୍ଗମ। ଏହି ଜନଜାତି କୃଷି କିପରି କରାଯାଏ ଜାଣନ୍ତି ନାହିଁ। ଏହି ଦ୍ୱୀପରେ ଅନେକ ଘନ ଜଙ୍ଗଲ ଅଛି। ଏଥିରୁ ଏହା ଅନୁମାନ କରାଯାଇପାରେ ଯେ, ସେମାନେ ପଛୁଆ ଅଟନ୍ତି। ଦ୍ୱୀପର ଲୋକମାନେ ବନ୍ୟଜନ୍ତୁ ଶିକାର କରି ଫଳମୂଳ ଖାଇ ଜୀବିକା ନିର୍ବାହ କରନ୍ତି। ତେଣୁ କରୋନା ପରି ମହାମାରୀ ସେମାନଙ୍କର କୌଣସି କ୍ଷତି କରିପାରବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri