ଦୃଷ୍ଟି ଆକର୍ଷଣ କଲା ବିରାଟ କୋହଲିଙ୍କ ଟି-ଶର୍ଟ

ମୁମ୍ବାଇ,୧୬।୧୧: ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶର ଲୋକପ୍ରିୟ କପଲ୍‌ ଭାବେ ଜଣାଶୁଣା। ପ୍ରଶଂସକମାନେ ବିରୁଷ୍କାଙ୍କୁ ଏକାଠି ଦେଖିବାକୁ ସର୍ବଦା ଆଗ୍ରହୀ ଥାନ୍ତି। ନିକଟରେ ଉଭୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ କିନ୍ତୁ ଝିଅ ଭାମିକା ତାଙ୍କ ସହ ନ ଥିଲେ। ଏହି ସମୟରେ ବିରାଟଙ୍କ ଟି-ଶର୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଟି-ଶର୍ଟରେ ସ୍ତ୍ରୀ ଅନୁଷ୍କାଙ୍କ ନାମର ପ୍ରଥମ ଅକ୍ଷର ଏ ସହ ଏକ ଲଭ୍‌ ଚିହ୍ନ ଥିଲା।
ବିରାଟ ଏବଂ ଅନୁଷ୍କାଙ୍କୁ ଦେଖିବାକୁ ବିମାନବନ୍ଦରରେ ଭିଡ ଜମିଥିଲା। ଉଭୟ ତାରକା ଏକତ୍ର ବହୁତ ଖୁସି ଜଣାପଡୁଥିଲେ। ଉଭୟ ମଧ୍ୟ କାରରୁ ଓହ୍ଲାଇ ଗଣମାଧ୍ୟମ ପାଇଁ ପୋଜ ଦେଇଥିଲେ। ବିରାଟ ଏବଂ ଅନୁଷ୍କା ୨୦୧୭ରେ ଇଟାଲୀରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୦ରେ ବସ୍‌ ଧର୍ମଘଟ ହେବ ନା ନାହିଁ? ବଡ଼ ଘୋଷଣା କଲା ବସ୍‌ ମାଲିକ ସଂଘ

ଭୁବନେଶ୍ୱର, ୫।୬: ୧୦ରେ ହେବନି ବସ୍‌ ଧର୍ମଘଟ। ଶୁକ୍ରବାର ଏସ୍‌ଟିଏ କମିଶନଙ୍କ ସହ ଆଲୋଚନା ପରେ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଏଥିସହିତ ରାଜ୍ୟ…

ଭାଜପାରୁ କଟିଲା ଟିକେଟ୍, ଏବେ ମନ୍ତ୍ରୀ ପଦ ବି ଯିବ! କିଏ ସେହି ୨ ହେଭିୱେଟ୍ ନେତା ?

ନୂଆଦିଲ୍ଲୀ,୫।୬: ରାଜ୍ୟ ସଭା ଟିକେଟ ବଣ୍ଟନକୁ ନେଇ ମୋଦି କ୍ୟାବିନେଟରେ ଅଦଳବଦଳ ହେବାର ଗୁଞ୍ଜରଣ ଆରମ୍ଭ ହୋଇଛି। ପ୍ରକୃତରେ, ମୋଦି ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ରାଜ୍ୟ ସଭା…

୬ରୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ୩ ନମ୍ବର ଭରସା ଯୋଗ୍ୟ ବ୍ୟାଟର କିଏ, ଜାଣନ୍ତୁ…

ମୁଲାନପୁର,୫ା୬ ଆସନ୍ତା ୬ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ଡବ୍ଲ୍ୟୁଟିସି ସାଇକେଲର ଅଂଶବିଶେଷ ନୁହେଁ। କିନ୍ତୁ ଭାରତୀୟ ଦଳର…

ଦେଶରେ ବନ୍ଦ ହୋଇଯିବ ATM? ଆଉ ମିଳିବନି କ୍ୟାଶ୍‌!

ନୂଆଦିଲ୍ଲୀ,୫।୬: ଆମକୁ ଯେତେବେଳେ ବି କ୍ୟାଶ (ନଗଦ ଟଙ୍କା) ର ଆବଶ୍ୟକତା ପଡ଼ିଥାଏ, ଆମେ ଏଟିଏମ (ATM) ଯାଇ ତୁରନ୍ତ ବାହାର କରିନେଇଥାଉ। କିନ୍ତୁ ଏବେ ସମସ୍ୟା…

ଏମିତି ଭାବେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣଇଲେ ମୋଦି

ନୂଆଦିଲ୍ଲୀ,୫।୬: ଶୁକ୍ରବାର (ଜୁନ ୫) ଦିନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ…

ବଦଳାଇବାକୁ ପଡିବ ଆମ ଅଭ୍ୟାସ: ଏହି କାରଣରୁ ବିଶ୍ୱ ପରିବେଶ ଦିବସ ନିରାଡମ୍ବର ଭାବେ ପାଳନ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲାସ୍ତରୀୟ…

ଚିହ୍ନ ବଦଳିଲା, ହେଲେ ଗାଡ଼ି ନମ୍ବର ବଦଳିଲା ନାହିଁ

ଧର୍ମଶାଳା,୫ା୬(ଶିବ ପ୍ରସାଦ ମହାନ୍ତି): ରାଜନୀତିରେ ରାଜନେତାମାନେ ନିଜର ଦବଦବା ଦେଖାଇ ଥାଆନ୍ତି। ରାଜ ଉଆସ ପରି ଘର ସାଙ୍ଗକୁ ନାମୀଦାମୀ ଅନେକ ଗାଡ଼ି ମଧ୍ୟ ବ୍ୟବହାର କରିଥାନ୍ତି…

ଆନ୍ନାମଲାଇ ଦଳ ଛାଡ଼ିବା ପରେ ବିଗିଡ଼ିଲା ଭାଜପାର ପ୍ଲାନ, ହାଇକମାଣ୍ଡ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ ଭାରତୀୟ ଜନତା ପାର୍ଟି (ଭାଜପା) ଭିତରେ ଅଶାନ୍ତି ରହିଛି। ରାଜ୍ୟର ଦଳର ପ୍ରମୁଖ ଚେହେରା ଏବଂ ଫାୟାରବ୍ରାଣ୍ଡ ନେତା, ପୂର୍ବତନ ରାଜ୍ୟ ସଭାପତି ଆନ୍ନମଲାଇ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri