ସଲମାନ୍‌ଙ୍କୁ ପସନ୍ଦ କରନ୍ତିନି ବିରାଟ କୋହଲି: କାରଣ ଜାଣିଲେ…

ମହାମାରୀ କରୋନା ସମୟରେ କଳାକାରଙ୍କ ଥ୍ରୋବ୍ୟାକ୍‌ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏକ କାହାଣୀ ଭାଇରାଲ ହେଉଛି। ଏମିତିରେ ବର୍ତ୍ତମାନ ଦେଖିବାକୁ ଗଲେ ସଲମାନ୍‌ ତାଙ୍କ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବାବେଳେ ଅନୁଷ୍କା ନିଜ ଝିଅ ସହ ସମୟ ବିତାଉଛନ୍ତି।
ତେବେ ସଲମାନ୍‌-ଅନୁଷ୍କା ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ସୁଲତାନ୍‌ରେ ଏକାଠି କାମ କରିଥିଲେ। ଏହି ଫିଲ୍ମ ଏହା ସେହି ବର୍ଷର ସବୁଠାରୁ ହିଟ୍‌ ଫିଲ୍ମ ହୋଇଥିଲା। ଏଥିରେ ଉଭୟଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଫିଲ୍ମର ପ୍ରମୋଶନରେ ଅନୁଷ୍କା-ସଲମାନ୍‌ଙ୍କୁ ସବୁ ସମୟରେ ଏକାଠି ଦେଖିବାକୁ ମିଳୁଥିଲା। ହେଲେ ଅନୁଷ୍କା ଯେତେବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିବାହ କଲେ ସେ ପାର୍ଟିକୁ ସଲମାନ୍‌ଙ୍କ ଡାକି ନ ଥିଲେ।
ପ୍ରକୃତ କଥା ହେଲା, ୨୦୧୫ରେ ସଲମାନ୍‌ ଏକ ଅଳଙ୍କାର ଦୋକାନର ଲଞ୍ଚିଂ ପାଇଁ ଦୁବାଇ ଯାଇଥିଲେ। ଏହି ଅବସରରେ ସଲମାନ୍‌ଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା। ଏପରିକି ସଲମାନ୍‌ଙ୍କୁ ବିରାଟଙ୍କ ସହ ମଧ୍ୟ ତୁଳନା କରାଗଲା। ବିରାଟ-ଅନୁଷ୍କାଙ୍କ ମଧ୍ୟରେ ଯେତେବେଳେ ସଲମାନ୍‌ଙ୍କୁ ନେଇ କିଛି କୁହାଯାଇଥିଲା ସେ ତାହାକୁ ଖାରଜ କରିଥିଲେ। ଏଥିସହ ସଲମାନ୍‌ ବିରାଟଙ୍କୁ ମେଟ୍ରୋସେକ୍ସୁଆଲ ବୋଲି କହିଥିଲେ। ଏହାର ଅର୍ଥ ହେଉଛି, ଯେଉଁ ବ୍ୟକ୍ତି ନିଜ ଲୁକ୍‌କୁ ନେଇ ବହୁତ ଚିନ୍ତା କରିଥାଏ ଏବଂ ସପିଂ ପାଇଁ ସବୁଠାରୁ ଅଧିକ ସମୟ ବିତାଇଥାଏ। ଏହାପରେ ସଲମାନ୍‌ ନିଜ କଥାକୁ ବଦଳାଇ ଦେଇଥିଲେ। ମାତ୍ର ସଲମାନ୍‌ଙ୍କ ଏହି କଥା ବିରାଟଙ୍କୁ ଆଦୌ ହେଲେ ପସନ୍ଦ ଆସି ନ ଥିଲା। ତେଣୁ ସେ ନିଜ ବିବାହ ପାର୍ଟିକୁ କ୍ରିକେଟ ଏବଂ ବଲିଉଡ୍‌ର ଅଧିକାଂଶ ବ୍ୟକ୍ତିଙ୍କୁ ଡାକିଥିବା ବେଳେ ସଲମାନ୍‌ଙ୍କୁ ଡାକି ନ ଥିଲେ। ବିରାଟ ସଲମାନ୍‌ଙ୍କୁ ଏହି କାରଣ ପାଇଁ ପସନ୍ଦ କରନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri