ବୟସ ମାତ୍ର ୧୮; ପ୍ରଥମେ ‘ଖତରୋ କେ ଖିଲାଡି’; ଏବେ ୫୦ ଲକ୍ଷର ବିଏମ୍‌ଡବ୍ଲୁ କିଣି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ବୟସ ଅଠର। ହେଲେ ଲୋକପ୍ରିୟତାରେ ସେ ବଡ଼ ବଡ଼ ସେଲିବ୍ରିଟିଙ୍କୁ ପଛରେ ପକାଇବେ। ଆମେ କଥା ହେଉଛୁ ଅଭିନେତ୍ରୀ ଅନୁଷ୍କା ସେନ୍‌ଙ୍କ କଥା। ବହୁତ କମ୍‌ ବୟସରୁ ସେ ଅଭିନୟ ଆରମ୍ଭ କରିଥିଲେ। ଅନେକ ଲୋକପ୍ରିୟ ଶୋ’ କରିବା ପରେ ଏବେ ସେ ‘ଖତରୋ କେ ଖିଲାଡି-୧୧’ରେ ଭାଗ ନେଇଛନ୍ତି। ବୟସ ଅନୁଯାୟୀ ଷ୍ଟଣ୍ଟ ଆଧାରିତ ରିଆଲିଟି ଶୋ’ କରିଥିବା ସବୁଠାରୁ କମ୍‌ ବୟସ୍କ ପ୍ରତିଯୋଗୀ ସେ ପାଲଟିଛନ୍ତି। କେବଳ ଏତିକି ନୁହେଁ ଧିରେ ଧିରେ ସେ ନିଜର ସ୍ବପ୍ନ ପୂରଣ କରୁଥିବା ପ୍ରକାଶ କରନ୍ତି।

ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଅନୁଷ୍କା। ଲଗାତାର ଭାବେ ସେ ନିଜର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ତାଙ୍କର ସେଭଳି ଏକ ଫଟୋ ଚର୍ଚ୍ଚାରେ। ଫଟୋରେ ସେ ଲାଇଟ୍‌ ଜିନ୍ସ, ବ୍ଲାକ୍‌ ଲେଦର ସୁଜ୍‌, ପିଙ୍କ ଟି-ଶର୍ଟ ପିନ୍ଧିଛନ୍ତି। ସେ ଏକ ବିଏମ୍‌ଡବ୍ଲୁ ଆଗରେ ଛିଡ଼ା ହୋଇଛନ୍ତି। ଗାଡ଼ିଟିର ଦାମ ୫୦.୪୬ ଲକ୍ଷ ଥିବା ବେଳେ ନିକଟରେ ଅନୁଷ୍କା ଏହାକୁ କିଣିଛନ୍ତି।

ଅନୁଷ୍କାଙ୍କର ଏହ ପ୍ରଥମ ବିଏମ୍‌ଡବ୍ଲୁ। ତାଙ୍କୁ ସବୁବେଳେ ସ୍ପୋଟ୍ସ କାର୍‌ ପସନ୍ଦ ଥିଲା। ଏବେ ତାଙ୍କର ସେହି ସ୍ବପ୍ନ ସାକାର ହୋଇଛି। ଏହା ଏକ ବଡ଼ ଉପଲବ୍ଧି। ଭଗବାନ ତାଙ୍କର ଇଚ୍ଛାକୁ ପୂରଣ କରିବାକୁ ସାହାଯ୍ୟ କରିଛନ୍ତି। ଏହାଛଡ଼ା ସେ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri