ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର ହୋଇଛି। କୋର୍ଟ ଆହୁରି ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟସୀମା ବୃଦ୍ଧି କରିବା ଲାଗି ବିଏଫ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି, ଫଳରେ ଅନୁରାଗ ପ୍ରାର୍ଥତ୍ପତ୍ର ଦାଖଲ କରିପାରିବେ।

ଅନୁରାଗ ହେଉଛନ୍ତି ହାମିରପୁର ଲୋକ ସଭା ନିର୍ବାଚନମଣ୍ଡଳୀର ଜଣେ ଏମ୍‌ପି। ଗତ ମାର୍ଚ୍ଚ ୭ରେ ବିଏଫ୍‌ଆଇ ସଭାପତି ଅଜୟ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। କେବଳ ନିର୍ବାଚିତ ସଦସ୍ୟମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ସେ ଏଥିରେ ଉଲ୍ଲେଖ କରିଥିଲେ, ଫଳରେ ଅନୁରାଗ ନିର୍ବାଚନରେ ଭାଗ ନେବା ଲାଗି ଅଯୋଗ୍ୟ ବିବେଚିତ ହୋଇଥିଲେ।

ଅନୁରାଗ ହିମାଚଳ ପ୍ରଦେଶ ବକ୍ସିଂ ଆସୋସିଏଶନରୁ ଇଲେକ୍ଟୋରାଲ କଲେଜରେ ପ୍ରତିନିଧିତ୍ୱ କରିବାକୁ ଚାହିଁଥିଲେ। ମାତ୍ର ତାଙ୍କୁ ନିର୍ବାଚିତ ସଦସ୍ୟ ରୂପେ ବିବେଚନା କରାଗଲା ନାହିଁ। ମାର୍ଚ୍ଚ ୧୩ରେ ରିଟର୍ନିଂ ଅଫିସର ଆର.କେ. ଗୌବାଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା ଇଲେକ୍ଟୋରାଲ କଲେଜରୁ ଠାକୁରଙ୍କ ନାମ ବାଦ ଦିଆଯିବା ଆଇନଗତ ଦୃଷ୍ଟିରୁ ଏହା ସ୍ଥାୟୀ ନୁହେଁ ବୋଲି ଜଷ୍ଟିସ ଅଜୟ ମୋହନ ଗୋଏଲ୍‌ ଗୁରୁବାର ତାଙ୍କ ରାୟରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ଶ୍ରୀନଗର,୨୫।୪: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି। ଏନଆଇଏ ମଧ୍ୟ ଜମ୍ମୁ ଏବଂ କାଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର...

‘ହମାସ ନେତାମାନେ POK ଗସ୍ତ କରିଥିଲେ’: ଇସ୍ରାଏଲ କୂଟନୀତିକଙ୍କ ଦାବି, ପାକିସ୍ତାନ ଓ ଲସ୍କର ସହ ହମାସର ସମ୍ପର୍କ

ନୂଆଦିଲ୍ଲୀ, ୨୫।୪: ଇସ୍ରାଏଲର ଜଣେ ବରିଷ୍ଠ କୂଟନୀତିକ ଏକ ଚାଞ୍ଚଲ୍ୟକର ଦାବି କରି କହିଛନ୍ତି ଯେ, ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସର ନେତାମାନେ ପାକିସ୍ତାନ ଅଧିକୃତ...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

ପହଲଗାମ ଆତଙ୍କବାଦୀ ଆକ୍ରମଣ ରିପୋର୍ଟକୁ ନେଇ ନ୍ୟୁୟର୍କ ଟାଇମ୍ସକୁ ପାଠ ପଢାଇଲେ ଆମେରିକା ସରକାର

ନୂଆଦିଲ୍ଲୀ/ୱାଶିଂଟନ,୨୫।୪: ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ...

ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ: ସବୁଠି ବିରୋଧର ନିଆଁ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ହମଲା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ...

ଢାବା ମାଲିକଙ୍କ ଉପରେ ଗୁଳିମାଡ଼

ରାଉଲକେଲା,୨୫।୪(ସଂଗୀତା ଜେନା):ବିସ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗ୍ରୁ ଢାବାରୁ ୭ ରୁ ୮ ଜଣ ବ୍ୟକ୍ତି ବନ୍ଧୁକ ମୁନରେ ଏବଂ ଛୁରି ଦେଖାଇ ଡକାୟତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri