ନିର୍ଦ୍ଦେଶକ-ଅଭିନେତାଙ୍କ ମଧ୍ୟରେ ଟୁଇଟର୍‌ ଯୁଦ୍ଧ

ଆଜିକାଲି ବଲିଉଡ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ରଖୁଥିବା ଦେଖାଯାଉଛି। ଏସବୁ ଭିତରେ ସେମାନଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହେଉଛି। ନିକଟରେ କଙ୍ଗନା ରାଣାଓ୍ବତ ଏବଂ ଦିଲଜିତ ଦୋସାଞ୍ଝ ଟୁଇଟରରେ କୃଷକ ଆନ୍ଦୋଳନ ନେଇ ଝଗଡା ଲାଗିଥିଲା। ଏବେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତା ଅନିଲ କପୁରଙ୍କ ମଧ୍ୟରେ ସେମିତି କିଛି ଘଟିଛି। ଅନୁରାଗ କଶ୍ୟପ ଅନିଲ କପୁରଙ୍କ ‘ମୂଲ୍ୟହୀନ ଚଳଚ୍ଚିତ୍ର’ର ତାଲିକା ଦେଇଥିବାବେଳେ ଅନିଲ କପୁର ତାଙ୍କୁ ଅନୁରାଗଙ୍କ ଫ୍ଲପ୍‌ ଫିଲ୍ମ ‘ବମ୍ବେ ଭେଲଭେଟ’ଏବଂ ତାଙ୍କର ଅଟକି ରହିଥିବା କ୍ୟାରିୟର ବିଷୟରେ ମଧ୍ୟ ମନେ ପକାଇ ଦେଇଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଟୁଇଟର୍‌ ଝଡ ଲାଗିଥିଲା। ରବିବାର ଅନିଲ କପୁର ଅନ୍ତର୍ଜାତୀୟ ଏମି ପୁରସ୍କାର ଜିତିଥିବା ଫିଲ୍ମ ‘ଡେଲି କ୍ରାଇମ’କୁ ଟୁଇଟର୍‌ରେ ଅଭିନନ୍ଦନ ଜଣାଇଥିଲେ। ଅନୁରାଗ କଶ୍ୟପ ଏଥିରେ ମଜା ନେଇ ତୁମ ଓସ୍କାର କେଉଁଠାରେ ବୋଲି ପଚାରିଥିଲେ। ଅନିଲ କପୁର ଏହା ଉପରେ ନୀରବ ନ ରହି କହିଥିଲେ, ଯେତେବେଳେ ଆପଣ ଏହି ଫିଲ୍ମକୁ ଟିଭିରେ ଦେଖିଲେ ଓସ୍କାର ଆପଣଙ୍କ ନିକଟତର ଥିଲା। ଅନିଲ କହିଥିଲେ, ମୋ ଗାଡି ତ ୪୦ ବର୍ଷ ପର୍ଯ୍ୟନ୍ତ ଚାଲିଲା, ତୁମର ଏପର୍ଯ୍ୟନ୍ତ ଗ୍ୟାରେଜ୍‌ରେ ପଡି ରହିଛି। ଏହା ପରେ ଅନୁରାଗ କହିଥିଲେ, ଯଦି ମୁଁ ଭୁଲ ନୁହେଁ, ତେବେ ଆପଣ ନିଜେ ଏହି ଚଳଚ୍ଚିତ୍ର ପାଇଁ ଦ୍ୱିତୀୟ ପସନ୍ଦ ଥିଲେ। ଏମିତି ଉଭୟଙ୍କ ମଧ୍ୟରେ ଟୁଇଟର୍‌ ଯୁଦ୍ଧ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ଶେଷ କରି ଜିମ୍‌ରେ ପହଞ୍ଚିଲେ ସୋନମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଫେରିଯାଇଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ କରୋନା ସଙ୍କଟ ଯୋଗୁ...

ରୁହି-ୟଶଙ୍କ ବିନା ଆମେରିକାରେ ଜନ୍ମଦିନ ପାଳିବେ କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ଏଥର ତାଙ୍କ ୪୭ ତମ ଜନ୍ମଦିନ ଆମେରିକାରେ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏଥିରେ...

ଓଟିଟିରେ ରିଲିଜ ହେବ ଏହି ଫିଲ୍ମ , ସାଟେଲାଇଟ ସଂଯୋଗ ମାଧ୍ୟମରେ ମଧ୍ୟ ଦେଖିପାରିବେ

ଚଳଚ୍ଚିତ୍ର ନିର୍ମାତା ଅଲି ଅବ୍ବାସ ଜାଫରଙ୍କ ପ୍ରଥମ ଫିଲ୍ମ ‌‘ଖାଲି ପିଲି’ ଓଟିଟିରେ ମୁକ୍ତିଲାଭ ପାଇଁ ଘୋଷଣା ହୋଇଛି। ନିର୍ମାତାଙ୍କ ନିଷ୍ପତ୍ତି ଅନୁଯାୟୀ, ମକବୁଲ ଖାନଙ୍କ...

ଅଭିନେତା କୁନାଲଙ୍କ ଘରେ ନୂଆ ଅତିଥି: ପୁତ୍ର ସନ୍ତାନ ଜନ୍ମଦେଲେ ନୈନା

ଅଭିନେତା କୁନାଲ କପୁର ଏବଂ ସ୍ତ୍ରୀ ନୈନା ବଚ୍ଚନଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ନୈନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।...

ଭାଇଜାନ୍‌ଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ସଲମାନଙ୍କୁ ମିଳିଛି ହତ୍ୟା ଧମକ୍‌। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଆସନ୍ତା ଶୁକ୍ରବାର ଅର୍ଥାତ ୨୭ ସେପ୍ଟେମ୍ବରରେ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର...

କ୍ୟାଟ୍ରିନାଙ୍କ ଭଉଣୀଙ୍କ ପ୍ରେମରେ ପଡିଛନ୍ତି ସଲମାନ!

ମୁମ୍ବାଇ: ବଲିଉଡ୍‌ର ହଟ୍ ତଥା ସୁନ୍ଦରୀ ନାୟିକା ହେଉଛନ୍ତି କ୍ୟାଟ୍ରିନା କୈଫ । ଲକ୍ଷେ ଦିଲ କି ଧଡକନ କ୍ୟାଟ୍ରିନାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ୍...

ଚର୍ଚ୍ଚାରେ ରଣବୀରଙ୍କ ଏୟାରପୋର୍ଟ ଲୁକ୍‌

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ ଲୁକ୍‌କୁ ନେଇ ସେବୁବେଳେ ଚର୍ଚ୍ଚାରେ। ଏବେ ରଣବୀରଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ବିଭିନ୍ନ ମେମେ...

ବିଜ୍ଞାପନରୁ ସର୍ବାଧିକ ଆୟ କରିଛନ୍ତି କରିନା-ଅକ୍ଷୟ!

ମୁମ୍ବାଇ: ସମୟ ଥିଲା ଯେତେବେଳେ ବିଜ୍ଞାପନରେ ସବୁଠାରୁ ଆଗରେ ଥିଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ହେଲେ ୨୦୨୦ରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି...

Advertisement
Archives

Model This Week