ଶ୍ରବଣବାଧିତଙ୍କୁ ଚିକିତ୍ସା ଯୋଗାଇବେ ଅନୁରାଧା ପଡ୍‌ୱାଲ

ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ, ୩।୨:ସୂର୍ଯ୍ୟୋଦୟ ଫାଉଣ୍ଡେଶନ ସଭାପତି ତଥା ବିଶିଷ୍ଟ ଗାୟିକା ପଦ୍ମଶ୍ରୀ ଅନୁରାଧା ପଡ୍‌ୱାଲ ଓଡ଼ିଶାରେ ସେବା କରିବାକୁ ମନ ବଳାଇଛନ୍ତି। ଏଥିପାଇଁ ତାଙ୍କ ସୂର୍ଯ୍ୟୋଦୟ ଫାଉଣ୍ଡେଶନ, ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆର ମିଳିତ ଉଦ୍ୟମରେ ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟାଙ୍ଗଙ୍କୁ ମାଗଣାରେ ଚିକିତ୍ସା କରିବା ସହ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯିବ। ଏନେଇ ଗୁରୁବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁରାଧା ସୂଚନା ଦେଇଛନ୍ତି। ଓଡ଼ିଶାର ଅନୁନ୍ନତ, ଆଦିବାସୀ ବହୁଳ ଓ ଉପାନ୍ତ ଅଞ୍ଚଳରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ। ପୁରୀଠାରୁ ଏହି ଶ୍ରବଣ ଯନ୍ତ୍ର ବଣ୍ଟନ ଓ ଚିକିତ୍ସା କାର୍ଯ୍ୟକ୍ରମ ଆରମ୍ଭ ହେବ l ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, କେନ୍ଦୁଝର, କଟକ, ଭଦ୍ରକ, ବାଲେଶ୍ୱର ଆଦି ଜିଲାର ବିଭିନ୍ନ ଅଞ୍ଚଳରେ ଏହି ସେବା ଯୋଗାଇ ଦିଆଯିବ। ଖବରଦାତା ସମ୍ମିଳନୀରେ ସୁନାମଧନ୍ୟ କେଶ ପ୍ରତିରୋପଣ ଡାକ୍ତର ଡା. ପ୍ରଦୀପ ସେଠୀ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଓ୍ବାଇଡେକ୍ସ ଇଣ୍ଡିଆର ପ୍ରଜ୍ଞା ଜୈନ, ଗୌରବ ଲଲାଣି, ହେମରାଜ ଅଗ୍ରୱାଲ, ପ୍ରସନ୍ନ ବିଶୋଇ ଓ ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉ କି, ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆ ଶ୍ରବଣ ଯନ୍ତ୍ର ନିର୍ମାଣକାରୀ ସଂସ୍ଥା ହୋଇଥିବାବେଳେ ସୂର୍ଯ୍ୟୋଦୟ ଫାଉଣ୍ଡେଶନ ସ୍ବାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ , ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି l
ଅପରାହ୍ନରେ ଅନୁରାଧା ପଡୱାଲ ପୁରୀ ଯାଇ ଶ୍ରୀମନ୍ଦିର ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ଭିତର ବେଢ଼ା ପରିସରରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ କରିଥିଲେ। ପରେ କିଛି ସମୟ ଶ୍ରୀମନ୍ଦିର ପରିସରରେ ରହି ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିଥିଲେ। ପଡୱାଲଙ୍କ ଆସିଥିବା ଦୁଇଜଣ ଅତିଥି ମଧ୍ୟ ତାଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri