ଭଲ କ୍ୟାପଶନ୍‌ ଦେଲେ ଘରକୁ ଡକାଇବେ ଅନୁପମ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ତାଙ୍କର ଅନନ୍ୟ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ଅନୁପମ ଖେର ପ୍ରାୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। କେବଳ ସେତିକି ନୁହେଁ ଅନେକ ଘଟଣା ଏବଂ ପ୍ରସଙ୍ଗରେ ମଧ୍ୟ ସେ ନିଜର ମତ ଦେଇଥାନ୍ତି। ନିକଟରେ ଅନୁପମ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ କାଠ ବାଥ୍‌ଟବରେ ଶୋଇଥିବାର ନଜର ଆସିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଂଶସକ ବେଶ୍‌ ପସନ୍ଦ କରିଛନ୍ତି। ଶେୟାର ହୋଇଥିବା ଫଟୋରେ ନିଜ ମାତାର ଗର୍ଭରେ ଯେଉଁଭଳି ଜଣେ ଶିଶୁ ଶୋଇଥାଏ ସେଭଳି ଶୋଇଥିବାର ଦେଖିବାକୁ ମିଳିଛି। ଏହାକୁ ଶେୟାର କରି ଅନୁପମ କ୍ୟାପଶନ୍‌ରେ ଲେଖିଛନ୍ତି, ଏହି ଫଟୋ ମୋତେ ବହୁ ପସନ୍ଦ, ଆଶା କରୁଛି ସମସ୍ତଙ୍କୁ ପସନ୍ଦ ଆସିଥିବ। ତେଣୁ ଏହି ଫଟୋ ପାଇଁ ସେ ପ୍ରଂଶସକଙ୍କୁ କ୍ୟାପଶନ୍‌ ପଠାଇବାକୁ ଅନୁରୋଧ କରିଛନ୍ତି। ଏଥିସହ ଯାହାର କ୍ୟାପଶନ୍‌ ବହୁ ପସନ୍ଦ ଆସିବ ସେମାନଙ୍କ ମଧ୍ୟରୁ ଅତି କମ୍‌ରେ ୫ଜଣଙ୍କୁ ସେ ଘରକୁ ଡାକିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଅନୁପମଙ୍କ ଏଭଳି କହିବା ପରେ ଲଗାତର ଭାବେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ କମେଣ୍ଟର ଲମ୍ବାଲାଇନ ଲାଗିଯାଇଛି। କିଏ ମା’ଙ୍କ ଗର୍ଭରେ ଥିବା ଶିଶୁ ଭଳି ଲେଖିଥିବା ବେଳେ ଆଉ କିଏ ଦିଲ୍‌ ତ ବଚ୍ଚା ହେ ଜି ବୋଲି କମେଣ୍ଟ କରିଛନ୍ତି। ସେହିଭଳି ଆଉ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ହ୍ବାଟ ଏନ୍‌ ଆଇଡିଆ ସର ଜି।

 


Enter your email to get our daily news in your inbox.

All Right Reserved By Dharitri.Com

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?