ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଭାଣେଜୀଙ୍କୁ ବିବାହ କରିଥିଲେ ଏହି ଭଜନ ସମ୍ରାଟ; ୨୮ ବର୍ଷୀୟା ଜସଲିନଙ୍କ ସହ ସମ୍ପର୍କକୁ ନେଇ ରହୁଛନ୍ତି ଚର୍ଚ୍ଚାରେ

ବମ୍ବେ: ଭଜନ ସମ୍ରାଟ ଅନୁପ ଜଲୋଟା ଉଭୟ ଗାୟକ ଏବଂ ଗୀତିକାର ଭାବେ ସଙ୍ଗୀତଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗାଇବା ବ୍ୟତିତ ସେ କିଛି ସମୟ ପାଇଁ ଟେଲିଭିଜନ ଉପସ୍ଥାପକ ଭାବେ କାମ କରିଥିଲେ। ଆଜି ତାଙ୍କ ଶୁଭ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଜୀବନକୁ ନେଇ କିଛି ରୋଚକ ତଥ୍ୟ….

ବିବାଦୀୟ ଶୋ’ ବିଗବସ୍‌ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଅନୁପ। ଏହି ସମୟରେ ୨୮ ବର୍ଷୀୟ ଜସଲିନ୍‌ ମଥାରୁଙ୍କ ସହ ତାଙ୍କର ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଏହାପୂର୍ବରୁ ଅନୁପଙ୍କର ତିନୋଟି ବିବାହ ହୋଇଥିଲା। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ସୋନାଲୀ ସେଠ। ସେ ଜଣେ ଗୁଜରାଟୀ ଝିଅ ଥିଲେ। ହେଲେ ଅନୁପଙ୍କ ପରିବାରଲୋକେ ତାଙ୍କୁ କେବେହେଲେ ଆପଣାଇ ନ ଥିଲେ। ବତ୍ତି ଯୋଗୁ ସେମାନେ ଭଲ ଦମ୍ପତି ପାଲଟିଥିଲେ। ହେଲେ ଏହା ବେଶୀ ଦିନ ଚାଲି ନ ଥିଲା। ଉଭୟ ଅଲଗା ହୋଇଯାଇଥିଲେ। ପରେ ସୋନାଲୀ ରୂପ କୁମାର ରାଠୋଡଙ୍କୁ ବିବାହ କରିଥିଲେ। ଏହାପରେ ଅନୁପ ବିନା ଭାଟିଆଙ୍କୁ ବିବାହ କରି ଛାଡ଼ପତ୍ର ଦେଇଥିଲେ। ତୃତୀୟ ଥର ପାଇଁ ସେ ମେଧା ଗୁଜ୍‌ରାଲଙ୍କୁ ବିବାହ କରିଥିଲେ। ଏହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ ସେ ପୂର୍ବ ପ୍ରଧାନମନ୍ତ୍ରୀ ଆଇ. କେ ଗୁଜରାଲଙ୍କ ଭାଣେଜୀ ଥିଲେ। ଉଭୟଙ୍କ ଏକ ପୁଅ ଆର୍ଯ୍ୟମାନ ଜନ୍ମ ହୋଇଥିଲା। ପରେ ଯକୃତ ଖରାପ ହୋଇଯିବା କାରଣରୁ ମେଧାଙ୍କ ଦେହାନ୍ତ ହୋଇଥିଲା।

ପ୍ରେମସମ୍ପର୍କ ବ୍ୟତିତ କଲେଜ ଦିନରେ ଅନୁପ ଜଣେ ଭଲ କ୍ରିକେଟର ଭାବେ ଜଣାଥିଲେ। ପରେ ରେଡିଓ ତାଙ୍କୁ ଖ୍ୟାତି ଦେଇଥିଲା। ଗୋଟିଏ ପରେ ଗୋଟିଏ ଗୀତ ହିଟ୍‌ ହେବା କାରଣରୁ ସେ ଭଜନ ସମ୍ରାଟ ଭାବେ ଜଣାଶୁଣା ହୋଇଥିଲେ। ଭାରତ ସରକାରଙ୍କ ପକ୍ଷରୁ ତାଙ୍କର ସଙ୍ଗୀତ କ୍ଷେତ୍ରରେ ଅବଦାନକୁ ଦେଖି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri