ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଭାଣେଜୀଙ୍କୁ ବିବାହ କରିଥିଲେ ଏହି ଭଜନ ସମ୍ରାଟ; ୨୮ ବର୍ଷୀୟା ଜସଲିନଙ୍କ ସହ ସମ୍ପର୍କକୁ ନେଇ ରହୁଛନ୍ତି ଚର୍ଚ୍ଚାରେ

ବମ୍ବେ: ଭଜନ ସମ୍ରାଟ ଅନୁପ ଜଲୋଟା ଉଭୟ ଗାୟକ ଏବଂ ଗୀତିକାର ଭାବେ ସଙ୍ଗୀତଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗାଇବା ବ୍ୟତିତ ସେ କିଛି ସମୟ ପାଇଁ ଟେଲିଭିଜନ ଉପସ୍ଥାପକ ଭାବେ କାମ କରିଥିଲେ। ଆଜି ତାଙ୍କ ଶୁଭ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଜୀବନକୁ ନେଇ କିଛି ରୋଚକ ତଥ୍ୟ….

ବିବାଦୀୟ ଶୋ’ ବିଗବସ୍‌ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଅନୁପ। ଏହି ସମୟରେ ୨୮ ବର୍ଷୀୟ ଜସଲିନ୍‌ ମଥାରୁଙ୍କ ସହ ତାଙ୍କର ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଏହାପୂର୍ବରୁ ଅନୁପଙ୍କର ତିନୋଟି ବିବାହ ହୋଇଥିଲା। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ସୋନାଲୀ ସେଠ। ସେ ଜଣେ ଗୁଜରାଟୀ ଝିଅ ଥିଲେ। ହେଲେ ଅନୁପଙ୍କ ପରିବାରଲୋକେ ତାଙ୍କୁ କେବେହେଲେ ଆପଣାଇ ନ ଥିଲେ। ବତ୍ତି ଯୋଗୁ ସେମାନେ ଭଲ ଦମ୍ପତି ପାଲଟିଥିଲେ। ହେଲେ ଏହା ବେଶୀ ଦିନ ଚାଲି ନ ଥିଲା। ଉଭୟ ଅଲଗା ହୋଇଯାଇଥିଲେ। ପରେ ସୋନାଲୀ ରୂପ କୁମାର ରାଠୋଡଙ୍କୁ ବିବାହ କରିଥିଲେ। ଏହାପରେ ଅନୁପ ବିନା ଭାଟିଆଙ୍କୁ ବିବାହ କରି ଛାଡ଼ପତ୍ର ଦେଇଥିଲେ। ତୃତୀୟ ଥର ପାଇଁ ସେ ମେଧା ଗୁଜ୍‌ରାଲଙ୍କୁ ବିବାହ କରିଥିଲେ। ଏହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ ସେ ପୂର୍ବ ପ୍ରଧାନମନ୍ତ୍ରୀ ଆଇ. କେ ଗୁଜରାଲଙ୍କ ଭାଣେଜୀ ଥିଲେ। ଉଭୟଙ୍କ ଏକ ପୁଅ ଆର୍ଯ୍ୟମାନ ଜନ୍ମ ହୋଇଥିଲା। ପରେ ଯକୃତ ଖରାପ ହୋଇଯିବା କାରଣରୁ ମେଧାଙ୍କ ଦେହାନ୍ତ ହୋଇଥିଲା।

ପ୍ରେମସମ୍ପର୍କ ବ୍ୟତିତ କଲେଜ ଦିନରେ ଅନୁପ ଜଣେ ଭଲ କ୍ରିକେଟର ଭାବେ ଜଣାଥିଲେ। ପରେ ରେଡିଓ ତାଙ୍କୁ ଖ୍ୟାତି ଦେଇଥିଲା। ଗୋଟିଏ ପରେ ଗୋଟିଏ ଗୀତ ହିଟ୍‌ ହେବା କାରଣରୁ ସେ ଭଜନ ସମ୍ରାଟ ଭାବେ ଜଣାଶୁଣା ହୋଇଥିଲେ। ଭାରତ ସରକାରଙ୍କ ପକ୍ଷରୁ ତାଙ୍କର ସଙ୍ଗୀତ କ୍ଷେତ୍ରରେ ଅବଦାନକୁ ଦେଖି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?