ଆଣ୍ଟିଡିପ୍ରେସାଣ୍ଟ ଔଷଧ ବଢ଼ାଉଛି ହୃଦ୍‌ଘାତ

ଭିଏନା, ୧ା୪: ଆଣ୍ଟିଡିପ୍ରେସାଣ୍ଟ (ଅବସାଦ ନିରୋଧୀ ଔଷଧ)କୁ ଲମ୍ବା ସମୟ ଧରି ସେବନ କରିବା ଦ୍ୱାରା ଆକସ୍ମିକ ହୃଦ୍‌ଘାତ ହେବାର ଆଶଙ୍କା ବଢ଼ିଥାଏ। ଅଷ୍ଟ୍ରିଆର ରାଜଧାନୀ ୟୁରୋପିଆନ ସୋସାଇଟି ଅଫ୍‌ କାର୍ଡିଓଲୋଜି ପକ୍ଷରୁ କରାଯାଇଥିବା ‘ଇଏଚ୍‌ଆର୍‌ଏ ୨୦୨୫ କଂଗ୍ରେସ’ କାର୍ଯ୍ୟକ୍ରମରେ ଏନେଇ ଏକ ଅଧ୍ୟୟନକୁ ପ୍ରଦର୍ଶିତ କରାଯାଇଛି। ଡେନ୍‌ମାର୍କର କେତେଜଣ ବୈଜ୍ଞାନିକ ଏହି ଅଧ୍ୟୟନକୁ ପ୍ରସ୍ତୁତ କରିଛନ୍ତି। ଉକ୍ତ ଅଧ୍ୟୟନରେ ବୈଜ୍ଞାନିକମାନେ ୧୮ରୁ ୯୦ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁର ବିଶ୍ଲେଷଣ କରିଥିଲେ। ସେମାନେ ମୃତ୍ୟୁ ପ୍ରମାଣପତ୍ର ଏବଂ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ସମୀକ୍ଷା କରିଥିଲେ। ଏହି ଅଧ୍ୟୟନରେ ଆଣ୍ଟିଡିପ୍ରେସାଣ୍ଟ ନେଉଥିବା ୬ ଲକ୍ଷ ୪୩ ହଜାର ୯୯୯ ଲୋକଙ୍କ ସହ ସାଧାରଣ ଜନସଂଖ୍ୟାର ୪୩ ଲକ୍ଷ ଲୋକଙ୍କ ସହ ତୁଳନା କରାଯାଇଥିଲା। ଆଣ୍ଟିଡିପ୍ରେସାଣ୍ଟ ନେଇଥିବା ଲୋକଙ୍କ ମଧ୍ୟରୁ ୧,୯୮୧ ଜଣଙ୍କର ହୃଦ୍‌ଘାତରେ ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା। ଆଣ୍ଟିଡିପ୍ରେସାଣ୍ଟ ଔଷଧ ସେବନ କରୁ ନ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୪,୦୨୧ ରହିଛି।

ଉକ୍ତ ଅଧ୍ୟୟନରେ କୁହାଯାଇଛି, ଯେଉଁମାନେ ଲମ୍ବା ସମୟ ଧରି ଆଣ୍ଟିଡିପ୍ରେସାଣ୍ଟ ବ୍ୟବହାର କରୁଛନ୍ତି, ସେମାନଙ୍କୁ ନିଜ ହୃଦୟର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ସୁସ୍ଥ ଜୀବନ ଶୈଳୀ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଆଦିର ଆବଶ୍ୟକତା ରହିଛି, ଯାହାଫଳରେ ହୃଦ୍‌ଘାତର ସମ୍ଭାବନାକୁ କମ୍‌ କରାଯାଇପାରିବ। ସେହିପରି ଏହି ଅଧ୍ୟୟନ ଅନୁଯାୟୀ, ୧ରୁ ୫ ବର୍ଷ ଧରି ଆଣ୍ଟିଡିପ୍ରେସାଣ୍ଟ ଔଷଧ ସେବନ କରୁଥିବା ଲୋକଙ୍କ ନିକଟରେ ସାଧାରଣ ଜନସଂଖ୍ୟାଠାରୁ ୫୬% ଅଧିକ ହୃଦ୍‌ଘାତର ଆଶଙ୍କା ରହିଛି। ୬ ବର୍ଷରୁ ଅଧିକ ସମୟ ଧରି ଆଣ୍ଟିଡିପ୍ରେସାଣ୍ଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ହେବାର ଆଶଙ୍କା ସାଧାରଣ ଜନସଂଖ୍ୟାଠାରୁ ୨.୨ ଗୁଣା ଅଧିକ ରହିଛି।

ସେହିପରି ଅଧିକ ଦିନ ଧରି ଆଣ୍ଟିଡିପ୍ରେସାଣ୍ଟର ବ୍ୟବହାର କରୁଥିବା ଯୁବପିଢ଼ିଙ୍କ ଠାରେ ହୃଦ୍‌ଘାତର ଆଶଙ୍କା ବେଶି ବୋଲି ଏହି ଅଧ୍ୟୟନ କହିଛି। ଅଧ୍ୟୟନର କୋ-ଅଥର ଡାକ୍ତର ଜସ୍‌ମିନ ମୁଜ୍‌କାନୋଭିକ କହିଛନ୍ତି, ଯେତେ ଅଧିକ ସମୟ ଧରି ଆଣ୍ଟିଡିପ୍ରେସାଣ୍ଟର ସେବନ କରାଯାଇଥାଏ, ହୃଦ୍‌ଘାତର ଆଶଙ୍କା ମଧ୍ୟ ସେତେ ଅଧିକ ହୋଇଯାଏ। ଆଣ୍ଟିଡିପ୍ରେସାଣ୍ଟର ପ୍ରତିକୂଳ ପ୍ରଭାବ ଯୋଗୁ ହୃଦ୍‌ଘାତ ଘଟୁଥାଇପାରେ ବୋଲି ସେ କହିଛନ୍ତି। ତେବେ ଉଦାସୀନତା, ଜୀବନଶୈଳୀ ଅଭ୍ୟାସ, ହୃଦୟର ସ୍ବାସ୍ଥ୍ୟକୁ ଅଣଦେଖା, ଡାକ୍ତରୀ ପରାମର୍ଶ ନେବାରେ ବିଳମ୍ବ ଆଦି ହୃଦ୍‌ଘାତ ହେବାର ବିଭିନ୍ନ କାରଣ ବୋଲି ଡାକ୍ତର ମୁଜ୍‌କାନୋଭିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?