ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ବିରୋଧି ମେଳି

ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.)-ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଲକାନଗିରି ଜିଲା ଯୋଡ଼ାମ୍ବ ଥାନା ଅଧୀନ ଖଜୁରୀଗୁଡ଼ା ଗ୍ରାମର ଦାସୁ ଖେମୁଡୁ ହତ୍ୟାକାଣ୍ଡ ଏବଂ ଅନ୍ୟ ୩ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ଘଟଣା ପରେ ଗାଁ ଅଶାନ୍ତ ହୋଇପଡ଼ିଛି। ମାଓବାଦୀଙ୍କ ହିଂସାକାଣ୍ଡ ବିରୋଧରେ ଅଞ୍ଚଳବାସୀ ଏକାଠି ହୋଇଛନ୍ତି। ରବିବାର ମାଓବାଦୀ କାର୍ଯ୍ୟକଳାପ ବିରୋଧରେ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ସେହିପରି ସୋମବାର ଖଜୁରୀପଡ଼ାରେ ଶତାଧିକ ଆଦିବାସୀ ଏକତ୍ରିତ ହୋଇ ପ୍ଲାକାର୍ଡ ଏବଂ ପୋଷ୍ଟର ଧରି ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ମାଓବାଦୀଙ୍କ ବିରୋଧରେ ବର୍ଷିବା ସହ ହିଂସା ନୁହେଁ ଆମେ ଶାନ୍ତି ଚାହୁଁ ବୋଲି କହିଛନ୍ତି। ପଞ୍ଚାୟତବାସୀ ଏକତାର ସହ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ପଣସପୁଟ, ଯନ୍ତ୍ରୀ ଓ ଅଣ୍ଡିରାପାଲି ଗ୍ରାମବାସୀଙ୍କୁ ଆହ୍ବାନ କରିଛନ୍ତି। ମାଓବାଦୀମାନେ ଆଦିବାସୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେମାନେ ମିଳିମିଶି ଲଢ଼େଇ କରିବାକୁ ଅଣ୍ଟାଭିଡ଼ିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?