Posted inଜାତୀୟ

୨ ସପ୍ତାହ ମଧ୍ୟରେ ଉତ୍ତର ଦିଅ

ନୂଆଦିଲ୍ଲୀ,୨୧।୧: ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନ ଥିବାରୁ ଗଞ୍ଜାମ ଜିଲାପାଳଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଶୁକ୍ରବାର ନୋଟିସ ଜାରି କରିଛନ୍ତି। ଜିଲାରେ ଥିବା ଟେକ୍‌ ହୋମ୍‌ ରାଶନ ଛତୁଆ ଫ୍ୟାକ୍ଟ୍ରିକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ଲାଗି ପୂର୍ବରୁ ଏନ୍‌ଜିଟି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇନାହିଁ। ନ୍ୟାୟିକ ସଦସ୍ୟ ବି. ଅମିତ୍‌ ଷ୍ଟାଲେକର ଏବଂ ବିଶେଷଜ୍ଞ ସଦସ୍ୟ ସାଇବାଲ ଦାସଗୁପ୍ତା ଜିଲାପାଳଙ୍କୁ ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ନିର୍ଦ୍ଦେଶ ପାଳନ କରି ନ ଥିବାରୁ ଏନ୍‌ଜିଟି ଆଇନ ୨୦୧୦ ଅନୁଯାୟୀ ଜିଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଖଣ୍ଡପୀଠ ସତର୍କ କରାଇଦେଇଛନ୍ତି।
ଟେକ୍‌ ହୋମ ରାଶନ ଛତୁଆ କାରଖାନା ପରିବେଶର କ୍ଷତି କରିଥିବାରୁ ଏହାଠାରୁ ୧.୮୭ କୋଟି ଟଙ୍କା ପରିବେଶ କ୍ଷତିପୂରଣ ଆଦାୟ ଲାଗି ପଦକ୍ଷେପ ନେବାକୁ ୨୦୨୧ ଅକ୍ଟୋବରରେ ଟ୍ରିବ୍ୟୁନାଲ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ ଇନ୍ଦ୍ରାଖିଠାରେ ବଜରଙ୍ଗବାଲି ମହିଳା ସ୍ବୟଂସହାୟକ ଗୋଷ୍ଠୀର ଉକ୍ତ କାରଖାନାକୁ ବନ୍ଦ କରିଦେବା ଲାଗି ଖଣ୍ଡପୀଠ ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅବମାନନା କଲେ ଏହାର ଲାଇସେନ୍ସ ରଦ୍ଦ କରିବାକୁ କୁହାଯାଇଥିଲା। କ୍ଷତିପୂରଣ ଆଦାୟ ଲାଗି ଉକ୍ତ କାରଖାନା ବିରୋଧରେ ମାମଲା ରୁଜୁ ହୋଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତ୍ୟପାଠ ମାଧ୍ୟମରେ ଏନ୍‌ଜିଟିଙ୍କୁ ଜଣାଇଥିବାବେଳେ ଗଞ୍ଜାମ ଜିଲାପାଳ କୌଣସି ସତ୍ୟପାଠ ଦାଖଲ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍‌ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…

ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ...

ରେଭନ୍ଥ ମୁଖ୍ୟମନ୍ତ୍ରୀ-ମଲ୍ଲୁ ଭଟ୍ଟି ଉପମୁଖ୍ୟମନ୍ତ୍ରୀ…

ହାଇଦ୍ରାବାଦ,୭।୧୨ : ରେଭନ୍ଥ ରେଡ୍ଡୀ ଗୁରୁବାର ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ଜନସମାଗମରେ...

ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା...

ଦୟାକରି ମୋତେ ମୋଦି ଜୀ ଡାକନ୍ତୁ ନାହିଁ: କାହିଁକି ଭାଜପା ଏମ୍‌ପିମାନଙ୍କୁ ଏପରି ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛି। ମୋଦି ପହଞ୍ଚିବା ପରେ ଭାଜପା ଏମ୍‌ପିମାନେ ‘ମୋଦି ଜୀ ସ୍ବାଗତ ହୈ’ ସ୍ଲୋଗାନ...

ଟଙ୍କା ଧାରକରଜ କରି ଲଢ଼ିଥିଲେ ନିର୍ବାଚନ, ବିଜୟୀ ହେବା ପରେ ବାଇକରେ ବିଧାନସଭା ପହଞ୍ଚିଲେ ବିଧାୟକ..

.ଭୋପାଳ,୭।୧୨ : ମଧ୍ୟପ୍ରଦେଶର ରାଜନୀତିରେ ସରପଞ୍ଚ, ଜିଲା ପରିଷଦ ସଦସ୍ୟ ତଥା ଜିଲା ପଞ୍ଚାୟତ ସଦସ୍ୟଙ୍କ ଭଳି ଅଧିକାରୀଙ୍କର ମଧ୍ୟ ନିଜସ୍ବ କାର ଅଛି, କିନ୍ତୁ...

ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା: ଏହି ଦିନ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୭।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ବିଷୟରେ ଶୁଣିବା ପରେ କ୍ରିକେଟ ପ୍ରେମୀମାନେ ଉତ୍ସାହିତ ହୋଇଯାଆନ୍ତି। ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri