Posted inଖେଳ

ଅଂଶୁ, ସୋନମଙ୍କୁ ଅଲିମ୍ପିକ ଯୋଗ୍ୟତା

ଅଲ୍‌ମାଟି (କାଜାଖସ୍ତାନ),୧୧ା୪(ପି.ଟି.)-ଏଠାରେ ଚାଲିଥିବା ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ ସହ ଭାରତର ଯୁବ ରେସ୍‌ଲର ଅଂଶୁ ମଲିକ ଓ ସୋନମ ମଲିକ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୯ ବର୍ଷୀୟା ଅଂଶୁ ଓ ୧୮ ବର୍ଷୀୟା ସୋନମ ଜୁନିୟରରୁ ଯାଇ ସିନିୟର ବିଭାଗରେ ଭାଗ ନେଇଥିଲେ। ଦୁହେଁ ପୂର୍ବରୁ ଯୋଗ୍ୟତା ହାସଲ କରିସାରିଥିବା ଭିନେଶ ଫୋଗତ (୫୩କେଜି) ସହ ଯୋଗ ଦେଇଛନ୍ତି। ଫଳରେ ଭାରତର ବର୍ତ୍ତମାନ ୩ଜଣ ରେସ୍‌ଲର ଅଲିମ୍ପିକ୍ସରେ ଭାଗନେବେ। ଭିନେଶ ପୂର୍ବରୁ ୨୦୧୯ ବିଶ୍ୱଚାମ୍ପିୟନଶିପ୍‌ ଜରିଆରେ ଯୋଗ୍ୟତା ଅର୍ଜନ କରିଥିଲେ। ଆସନ୍ତା ଟୋକିଓ ଗେମ୍ସ ପାଇଁ ପୁରୁଷ ବିଭାଗରେ ବଜରଙ୍ଗ ପୁନିଆ (୬୫କେଜି), ରବି ଡାହିୟା (୫୭କେଜି) ଏବଂ ଦୀପକ ପୁନିଆ (୮୬କେଜି) ପ୍ରମୁଖ ଫ୍ରିଷ୍ଟାଇଲରେ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରତିଯୋଗିତାରେ ଅଂଶୁ ୫୭କେଜି ଶ୍ରେଣୀରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେହିପରି ସୋନମ ପ୍ରଭାବୀ ପ୍ରଦର୍ଶନ ସହ ଅଲିମ୍ପିକ କୋଟା ହାସଲ କରି ରିଓ ଅଲିମ୍ପିକ ପଦକ ବିଜୟିନୀ ସାଖୀ ମଲିକଙ୍କ ପଥରୋଧ କରିଛନ୍ତି। ସୋନମ ନିକଟରେ ଟ୍ରାଏଲ୍‌ରେ ସାଖୀ ମଲିକଙ୍କୁ ୪ଥର ପରାସ୍ତ କରିବା ପରେ ୬୨କେଜି ଶ୍ରେଣୀ କାଟେଗୋରିରେ ନିଜକୁ ସାମିଲ କରିଥିଲେ। ଅଂଶୁ ତାଙ୍କ ଫାଇନାଲ ପଥରେ ମାତ୍ର ୨ ପଏଣ୍ଟ ବରଣ କରିଥିଲେ। ସେ ପ୍ରଥମେ କୋରିଆର ଜିଉନ୍‌ ଉମ୍‌ ପରେ କାଜାଖସ୍ତାନ ରେସଲର ଇମା ତିସିନା ଏବଂ ସେମିଫାଇନାଲରେ ଉଜବେକିସ୍ତାନର ଶୋଖିଡା ଅଖମେଦୋଭାଙ୍କୁ ସହଜରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ସୋନମ ତାଇପେର ହିନ୍‌ ପିଙ୍ଗ୍‌ ପାଇଙ୍କୁ ପରାସ୍ତ କରିବା ପୂର୍ବରୁ ଚାଇନାର ଜିଆ ଲଙ୍ଗ୍‌ଙ୍କ ବିପକ୍ଷରେ ୫-୨ରେ ବିଜୟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?