ପଜିଟିଭ ଚିହ୍ନଟ ପରେ ଆସନ୍ନପ୍ରସବା ହଟହଟା: ଡାକ୍ତରଖାନାରୁ ରାତାରାତି ଚାଲିଯିବାକୁ କୁହାଗଲା

ବୌଦ୍ଧ,୨୩ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନାର ଆଉ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । କରୋନା ପଜିଟିଭ ଚିହ୍ନଟ ହେବା ପରେ ଜଣେ ଆସନ୍ନପ୍ରସବାଙ୍କୁ ଡାକ୍ତରଖାନାରୁ ରାତାରାତି ଚାଲିଯିବାକୁ କୁହାଯିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ଏହି ସମ୍ବେଦନଶୀଳ ଘଟଣା ସାଧାରଣରେ ଗଭୀର ଆଲୋଡନ ସୃଷ୍ଟି କରିଛି।

ପ୍ରକାଶ ଯେ, ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପୁରୁଣାମାନତ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତ୍ରିମଣ୍ଡଳ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ପରିବାର ଲୋକେ ଶୁକ୍ରବାର ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଚିକିତ୍ସା ପୂର୍ବରୁ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ମହିଳା ଜଣକ କରୋନା ପଜିଟିଭ ବୋଲି ରିପୋର୍ଟ ଆସିଥିଲା ା ଏହାପରେ ଚିକିତ୍ସାଳୟ ପକ୍ଷରୁ ରାତି ପ୍ରାୟ ୪ଟା ବେଳେ ତାଙ୍କୁ ବୁର୍ଲା ନେଇଯିବାକୁ ପରିବାର ଲୋକଙ୍କୁ କୁହାଯାଇଥିଲା। ଏହି ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ପାଖରେ ଟଙ୍କା ନ ଥିବା ଜଣାଇଥିଲେ ା ଏହାସତ୍ତ୍ୱେ ତାଙ୍କୁ ଡାକ୍ତରଖାନା ଛାଡି ଚାଲିଯିବାକୁ କୁହାଯାଇଥିଲା। ଫଳରେ ପରିବାର ଲୋକେ ଆସନ୍ନ ପ୍ରସବାଙ୍କୁ ଚିକିତ୍ସାଳୟ ପରିସରରେ ଖୋଲା ଆକାଶ ତଳେ ପକାଇ ରଖିଥିଲେ ା ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଅନ୍ୟମାନେ ଦେଖଣାହାରୀ ସାଜିଥିଲେ ା ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏ ସମ୍ପର୍କରେ ଖବରପାଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଯଥାଶୀଘ୍ର ତାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ତାଗିଦ ପରେ ମହିଳାଙ୍କୁ ପୁଣି ଥରେ ଚିକିତ୍ସାଳୟ ଭିତରକୁ ନିଆଯାଇ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା। ପରେ ଚିକିତ୍ସାଳୟ ପକ୍ଷରୁ ଶନିବାର ସକାଳ ସାଢେ ୮ଟା ସମୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ କହିଛନ୍ତି, ମହିଳା ଜଣକ କୋଭିଡ ସଂକ୍ରମିତ ଥିବା ପରୀକ୍ଷା ପରେ ଜଣାପଡିଥିଲା। ତେବେ ଗର୍ଭସ୍ଥ ଶିଶୁର ମୁଣ୍ଡ ବଡ ଥିବାରୁ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଥିଲା। ଏଠାରେ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ କୌଣସି ସୁବିଧା ନ ଥିବାରୁ ତାଙ୍କୁ ବୁର୍ଲା ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ସେମାନେ ସେଠାକୁ ଯିବାକୁ ଅରାଜି ହେବା ସହ ଘରକୁ ଚାଲିଯିବାକୁ ବାହାରି ଥିଲେ। ସକାଳୁ ଚିକିତ୍ସାଳୟ ପକ୍ଷରୁ ଆମ୍ବୁଲାନ୍ସ ସୁବିଧା କରି ମହିଳାଙ୍କୁ ବୁର୍ଲା ଡାକ୍ତରଖାନା ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri