Posted inଫୁରସତ

‘ସିଭେଟ୍‌’ ମଳରୁ ଦାମୀ କଫି

ନୂଆଦିଲ୍ଲୀ: କେଉଁ ଆବହମାନ କାଳରୁ କଫିକୁ ନେଇ ମଣିଷ ଭିତରେ ରହିଛି ସ୍ବତନ୍ତ୍ର ଆକର୍ଷଣ। କଫି ମୋହରେ ପଡ଼ିଥିବା ବ୍ୟକ୍ତି ପୃଥିବୀର ବିଭିନ୍ନ ସ୍ଥାନ ପରିକ୍ରମା କରି ଏହାର ସ୍ବାଦର ମଜା ନେଇଥିବା ନଜିର ରହିଛି। ହେଲେ ଆମେରିକାରେ ‘ସିଭେଟ୍‌’ ନାମକ ପ୍ରାଣୀ ମଳରୁ ସଂଗୃହୀତ କଫି ‘କୋପି ଲୁଓ୍ବାକ୍‌’ର ଚାହିଦା ଯେତିକି ଏହାର ଦାମ୍‌ ମଧ୍ୟ ସେତିକି।

ବିରାଡ଼ି ପ୍ରଜାତିର ଏକ ପ୍ରାଣୀ ହେଉଛି ସିଭେଟ୍‌। ଲମ୍ବାଲାଞ୍ଜ ସିଭେଟ୍‌କୁ ବିରାଡ଼ି ପ୍ରଜାତି ମଧ୍ୟରେ ସ୍ବତନ୍ତ୍ର କରିଥାଏ। ଜୈବବିବିଧତା ସନ୍ତୁଳନ ରକ୍ଷାରେ ଏହି ଜଙ୍ଗଲୀ ପ୍ରାଣୀର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରାଣୀ ଅପରିପକ୍ୱ କଫି ଫଳକୁ ଖାଦ୍ୟ ଭାବେ ଗ୍ରହଣ କରିଥାଏ। ହେଲେ ଅନ୍ତଃନଳୀରେ ପାଚକ ଏନ୍‌ଜାଇମ୍‌ ନ ଥିବାରୁ ଏହାକୁ ସିଭେଟ ହଜମ କରିପାରି ନ ଥାଏ। କିଛିଦିନ ପରେ କଫିର ମଞ୍ଜି ମଳରେ ନିର୍ଗତ ହୋଇଥାଏ। ଏହାକୁ ସଂଗ୍ରହ କରି ଆବଶ୍ୟକ ଶୁଦ୍ଧୀକରଣ ପରେ କଫି ପ୍ରସ୍ତୁତ କରାଯାଇଥାଏ। ଅନ୍ତଃନଳୀ ଭିତରେ ରହିବା ଭିତରେ କଫି ମଞ୍ଜିରେ ଏନ୍‌ଜାଇମ୍‌ ମିଶିଥାଏ। ଫଳରେ ଏହାର ପୌଷ୍ଟିକତା ଏବଂ ସ୍ବାଦ ଆହୁରି ବଢ଼ିଯାଏ। ସିଭେଟ୍‌ ମଳରୁ ସଂଗୃହୀତ ହେଉଥିବାରୁ ଏହା ‘ସିଭେଟ୍‌ କଫି’ ନାମରେ ଜଣାଶୁଣା।
ନ୍ୟାଶନାଲ ଜିଓଗ୍ରାଫିକ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ସିଭେଟ୍‌ର ଅନ୍ତଃନଳୀ ଦେଇ ମଳରେ ବାହାରିବା ଭିତରେ କଫି ମଞ୍ଜିର ପ୍ରୋଟିନ ସଂରଚନା ବଦଳିଯାଏ। ଏଥିରୁ କଫିରୁ ଅମ୍ଳ ବାହାରି ଯାଏ। ତେଣୁ ଏହାର ସ୍ବାଦ ବହୁଗୁଣରେ ବଢ଼ିଯାଏ। ଆମେରିକା, ୟୁରୋପ ସମେତ ମଧ୍ୟପ୍ରାଚ୍ୟ ଦେଶରେ ସିଭେଟ୍‌ କଫିର ଚାହିଦା ଖୁବ୍‌ ବେଶି। ଏହାକୁ ଧନୀକଙ୍କ ସଉକ୍‌ ବୋଲି ମଧ୍ୟ କୁହାଯାଏ।

ଦକ୍ଷିଣ ଭାରତୀୟ ରାଜ୍ୟ କର୍ନାଟକର କୁର୍ଗ ଜିଲାରେ ଏହି କଫି ବହୁଳ ପରିମାଣରେ ଚାଷ କରାଯାଏ। ସେହିପରି ପର୍ଯ୍ୟଟକୁ ଆକୃଷ୍ଟ କରୁଥିବା ଇଣ୍ଡୋନେସିଆରେ ସିଭେଟ୍‌ ସହାୟତାରେ କଫି ପ୍ରୋସେସିଂ କରାଯାଉଛି। ତେବେ ପ୍ରାଣୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା କେତେକ ସଂସ୍ଥା ଏହାକୁ ବିରୋଧ କରୁଛନ୍ତି। ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ, ନିଜର ସ୍ବାର୍ଥ ପାଇଁ ଅନେକ ଦେଶ ଏବେ ସିଭେଟ୍‌କୁ ବନ୍ଦୀ କରି ଏଭଳି କଫି ପ୍ରସ୍ତୁତ କରୁଛନ୍ତି। ଜିହ୍ବା ଲାଳସା ମେଣ୍ଟାଇବା ପାଇଁ ବନ୍ୟପ୍ରାଣୀଙ୍କୁ ଏଭଳି କାର୍ଯ୍ୟରେ ବ୍ୟବହାରକୁ ସେମାନେ ତୀବ୍ର ନିନ୍ଦା କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?