ଆଉ ଜଣେ ଉଠାଦୋକାନୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୧୨।୧(ବ୍ୟୁରୋ): ମାର୍କେଟ ବିଲ୍ଡିଂରୁ ଉଠା ଦୋକାନକୁ ଉଠାଇ ଦିଆଯିବା ପରେ ଜୀବିକା ହରାଇଥିବା ଜଣକ ପରେ ଜଣେ ବ୍ୟବସାୟୀ ଜୀବନ ହାରିବାରେ ଲାଗିଛନ୍ତି। ରବିବାର ବେଡ୍‌ଶିଟ୍‌ ବ୍ୟବସାୟୀ ଅଜିତ୍‌ ସାହାଣୀ ଆତ୍ମହତ୍ୟା କରିଥିବାବେଳେ ମଙ୍ଗଳବାର ପୁଣି ଆଉଜଣେ ଉଠା ଦୋକାନୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଡ଼ଗଡ଼ ଥାନା ଅନ୍ତର୍ଗତ ନୂଆସାହିରେ ରହୁଥିବା ବିହାର ସମଷ୍ଟିପୁର ଜିଲା ପଟୋରୀ ଥାନାଞ୍ଚଳର ସୁବାସ ପଣ୍ଡିତ(୩୫)। ସେ ମାର୍କେଟ ବିଲ୍ଡିଂରେ ପ୍ଲାଷ୍ଟିକ୍‌ ଦୋକାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମୃତ ସୁବାସଙ୍କ ୨ଟି ଝିଅ ଅଛନ୍ତି। ଜଣଙ୍କର ବୟସ ୧୦ ବର୍ଷ ହୋଇଥିବାବେଳେ ଆଉ ଜଣେ ୫ ବର୍ଷର। ସେ ୨୦ ବର୍ଷ ତଳେ ଭୁବନେଶ୍ୱର ଆସିଥିଲେ। କିଛିଦିନ ମାର୍କେଟ୍‌ ବିଲ୍ଡଂରେ ଦୋକାନ ପକେଇବା ପରେ ଅସୁବିଧା ହେବାରୁ ରାମମନ୍ଦିର ନିକଟରେ ଦୋକାନ କରିଥିଲେ। ସେଠାରୁ ଉଠାଇ ଦିଆଯିବା ପରେ ପୁଣି କିଛି ମାସ ହେବ ମାର୍କେଟ ବିଲ୍ଡିଂରେ ଭିଶାଲ୍‌ ମଲ୍‌ ସାମ୍ନାରେ ପ୍ଲାଷ୍ଟିକ୍‌ ଦୋକାନ କରିଥିଲେ। ତେବେ କରୋନା ପାଇଁ ଦୋକାନ ବନ୍ଦ ହୋଇଯିବାରୁ ଆର୍ଥିକ ସମସ୍ୟା ଦେଖାଯାଇଥିଲା। ସ୍ଥିତି ସୁଧୁରିବା ପରେ ମାର୍କେଟ ବିଲ୍ଡିଂରେ ପୁଣି ଦୋକାନ ଖୋଲିଥିଲେ। କିଛି ମାସ ହେବ ସେ ବ୍ୟବସାୟ ପାଇଁ ଫାଇନାନ୍ସରେ ଏକ ବାଇକ୍‌ ଆଣିଥିଲେ। ଏଥିସହ ମହିଳା ସମିତି ମାଧ୍ୟମରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରିଥିଲେ। ଗତ ମଙ୍ଗଳବାର ଉଠାଦୋକାନୀଙ୍କୁ ଉଚ୍ଛେଦ ଦାବିରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ବଜାର ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବାରୁ ସୁବାସଙ୍କ ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଶୁକ୍ରବାର ମାର୍କେଟ ବିଲ୍ଡିଂ ଖୋଲିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପଦକ୍ଷେପ ଯୋଗୁ ଉଠାଦୋକାନୀଙ୍କ ବ୍ୟବସାୟକୁ ବାରଣ କରାଯାଇଛି। ବ୍ୟବସାୟ ବନ୍ଦ ହୋଇଯିବା ପରେ ସୁବାସ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ୨ଝିଅ ଟିଉଶନ ଯାଇଥିଲେ। ଘରେ ଥିବା ସ୍ତ୍ରୀ ରୋଜାଲିନ ପଣ୍ଡିତ୍‌ ବାଥ୍‌ରୁମ୍‌ ଯାଇଥିଲେ। ଏହି ସମୟରେ ସୁବାସ ଏକ ଷ୍ଟୋଲ୍‌କୁ ବେକରେ ବାନ୍ଧି ଝୁଲି ପଡିଥିଲେ। କିଛି ସମୟ ପରେ ସ୍ତ୍ରୀ ଏହା ଦେଖି ଚିତ୍କାର କରି ଡାକ ପକାଇବାରୁ ନିକଟରେ ବଢ଼େଇ କାମ କରୁଥିବା ଜଣେ ପଡ଼ୋଶୀ ଛୁରି ଆଣି ଉକ୍ତ ଷ୍ଟୋଲ୍‌କୁ କାଟି ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?