ବିହାରରୁ ଆଉଜଣେ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଆଶାୟୀଙ୍କଠାରୁ ୬.୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣାରେ ଆଉ ଜଣେ ମାଷ୍ଟରମାଇଣ୍ଡ୍‌ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବିହାରରୁ ଗିରଫ କରିଛି। ସେ ହେଲେ ବିହାର ସିୱାନ ଜିଲା ମହାରାଜଗଞ୍ଜ ଅଞ୍ଚଳର ଅମିତ କୁମାର ସିଂ। ତାଙ୍କଠାରୁ ଠକେଇ ସମ୍ବନ୍ଧିତ ତଥ୍ୟ ଥିବା ଏକ ଲାପଟପ୍‌ ଜବତ ହୋଇଛି। ଅଭିଯୁକ୍ତ ଅମିତଙ୍କୁ ବୁଧବାର ଗିରଫ ପରେ ସ୍ଥାନୀୟ ସିୱାନସ୍ଥିତ ଏସିଜେଏମ୍‌-୬ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇ ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ମାସେ ତଳେ ମୁଖ୍ୟ ଅଭିଯୁକ୍ତ ଧରମପାଲ ସିଂ ଓ ୩ ସପ୍ତାହ ତଳେ ସହଯୋଗୀ ଜୟରାମ ତିୱାର ଗିରଫ ହୋଇ ଜେଲରେ ଅଛନ୍ତି। ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଏକ ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲିଥିଲେ। ଦିଲ୍ଲୀରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ସହ ମୁମ୍ବାଇ, ଭୋପାଳ ଓ ଡେରାଡୁନ୍‌ରେ ମଧ୍ୟ ଶାଖା ଖୋଲିଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଆଦି ୧୭ଟି ରାଜ୍ୟରେ ନେଟ୍‌ଓ୍ବର୍କ ତିଆରି କରିଥିଲେ। ପରେ ଉକ୍ତ ୱେବ୍‌ସାଇଟ୍‌ରେ ସରକାରୀ ଢାଞ୍ଚାରେ ବିଜ୍ଞାପନ ଦେଇ ଚାକିରି ଆଶାୟୀଙ୍କୁ ଫସାଇଥିଲେ। ଜିଲା ଓ ବ୍ଲକ୍‌ କୋଅର୍ଡିନେଟର ଆଦି ବହୁ ପଦବୀ ପାଇଁ ଖବରକାଗଜ ଜରିଆରେ ବିଜ୍ଞାପନ ଦେଉଥିଲେ। ୱେବ୍‌ସାଇଟ ମାଧ୍ୟମରେ ଆଶାୟୀମାନେ କେବଳ ଆବେଦନ କରିପାରିବେ ବୋଲି କୁହାଯାଉଥିଲା। ଅନ୍‌ଲାଇନ୍‌ ଫି’ ବାବଦକୁ ଜେନେରାଲ ଏବଂ ଓବିସି ବର୍ଗ ପାଇଁ ୩୭୦ ଟଙ୍କା ଥିବାବେଳେ ଜନଜାତି ପିଲାଙ୍କ ଲାଗି ୧୭୦ ଟଙ୍କା ରହିଥିଲା। ଫି’ ଦାଖଲ ସହ ଆବେଦନ କରୁଥିବା ଆଶାୟୀଙ୍କୁ ଅନ୍‌ଲାଇନ ଜରିଆରେ ପରୀକ୍ଷା ଓ ସାକ୍ଷାତ୍‌କାର ନେବାକୁ ଅଭିଯୁକ୍ତମାନେ କହୁଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଆଶାୟୀଙ୍କୁ ଅଯୋଗ୍ୟ କହି କାଟିଦେଉଥିଲେ। ହେଲେ ଫି’ ବାବଦକୁ ବହୁ କୋଟି ଟଙ୍କା ଠକି ନେଉଥିଲେ। ଏନେଇ ଅଭିଯୋଗ ପରେ ଜାନୁୟାରୀ ୨୫ରେ ଇଓଡବ୍ଲ୍ୟୁ ଏକ ମାମଲା (ନଂ.୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଅମିତ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି (ଆଇଟି)ରେ ସ୍ନାତକ କରିଥିବାବେଳେ ସେ ୱେବ୍‌ସାଇଟ୍‌ ତିଆରି କରିବା ସହ ପରିଚାଳନା କରୁଥିଲେ। ଏଥିସହ ବିଜ୍ଞାପନ ଦେବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ଏପରିକି ବିଭିନ୍ନ ୱାଲେଟ ଖୋଲି ବେଆଇନ ଟଙ୍କାକୁ ନେଣଦେଣ କରୁଥିଲେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଲଗାଣ ବର୍ଷା: ୨ ଦିନ ପାଇଁ ସବୁ ସ୍କୁଲ ଛୁଟି

ମାଲକାନଗିରି, ୨।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ସମସ୍ତ ସ୍କୁଲକୁ ଦୁଇଦିନ ଅର୍ଥାତ୍‌ ଶୁକ୍ରବାର ଓ ଶନିବାର ପାଇଁ ଜିଲାପାଳ...

୨୪୫୧ ବେଡ୍‌ ବିଏମ୍‌ସିକୁ ନିଅଣ୍ଟ: ଘରେ ଚିକିତ୍ସିତ ହେବେ ଲକ୍ଷଣ ନ ଥିବା ରୋଗୀ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହେବେ ବୋଲି ବିଏମ୍‌ସି ନୂଆ ନିର୍ଦ୍ଦେଶନାମା ଜାରି...

ଜୀବନ ସହ ସାଂଘାତିକ ଖେଳ: ଫୋନ୍‌ରେ ରକ୍ତ ନାଁରେ ମିଛ ପ୍ରଚାର

ପୁରୁଣା ଭୁବନେଶ୍ୱର, ୧୦। ୭ (ଡି.ଏନ.ଏ.): ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି ଏକ ମିଥ୍ୟା ଖବର। ସରକାର ‘ବ୍ଲଡ୍‌ ଅନ୍‌ କଲ୍‌’ ନାମରେ ଏକ ନୂଆ...

ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଘରୁ ଡକାୟତି : ଦୁର୍ବୃତ୍ତ ଲୁଟିନେଲେ ୨୦ ହଜାର ଟଙ୍କା, ସୁନା ଗହଣା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର (ଡି.ଏନ.ଏ): ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଦିବ୍ୟବିହାର ଲେନ୍‌-୭ ପ୍ଲଟ ନଂ. ୫୩/୧୩୯ରେ ଭଡ଼ା ରହୁଥିବା ବ୍ୟାଙ୍କ୍‌ ମ୍ୟାନେଜର ଶର୍ମିଷ୍ଠା ସ୍ବାଇଁଙ୍କ...

ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ: ଓଇଆର୍‌ସି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ(ଓଇଆର୍‌ସି) ଚେୟାରମ୍ୟାନ୍‌ ହେବେ ସୁରେଶ ମହାପାତ୍ର। ରବିବାର ତାଙ୍କର ନୂଆ ନିଯୁକ୍ତି ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...

ଆଜି ରାଜ୍ୟରେ ସୁସ୍ଥ ହେଲେ ୬୧୦୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟରେ ଦୈନିକ କୋଭିଡ୍‌ ସଂକ୍ରମଣ ଗ୍ରାଫ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ମଧ୍ୟ ବୃଦ୍ଧିପାଉଛି। ଶୁକ୍ରବାର ରାଜ୍ୟରେ ୬୧୦୯ ଜଣ କରୋନା ଆକ୍ରାନ୍ତ...

ପୂର୍ଣ୍ଣ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ଆର.ଉଦୟଗିରି,୧୧ା୬(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ତାବରଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ (୬୫) ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ। ୨ ମାସ ୧୮...

ତବଲା, ବୀଣାର ଫ୍ୟୁଜନରେ ମନ୍ଦିରର ଇତିହାସ

ଭୁବନେଶ୍ୱର, ୨୪ା୨ (ବ୍ୟୁରୋ): ୧୬୦ତମ ଏକାମ୍ର ପଦଯାତ୍ରା ରବିବାର ପୁରୁଣା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରିଜିଓନାଲ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌ ଏଜୁକେଶନ (ଆରଆଇଇ)ର ୨୦ ବିଇଡି ଛାତ୍ରୀଛାତ୍ର...

Advertisement
Archives

Model This Week