ବିହାରରୁ ଆଉଜଣେ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଆଶାୟୀଙ୍କଠାରୁ ୬.୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣାରେ ଆଉ ଜଣେ ମାଷ୍ଟରମାଇଣ୍ଡ୍‌ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବିହାରରୁ ଗିରଫ କରିଛି। ସେ ହେଲେ ବିହାର ସିୱାନ ଜିଲା ମହାରାଜଗଞ୍ଜ ଅଞ୍ଚଳର ଅମିତ କୁମାର ସିଂ। ତାଙ୍କଠାରୁ ଠକେଇ ସମ୍ବନ୍ଧିତ ତଥ୍ୟ ଥିବା ଏକ ଲାପଟପ୍‌ ଜବତ ହୋଇଛି। ଅଭିଯୁକ୍ତ ଅମିତଙ୍କୁ ବୁଧବାର ଗିରଫ ପରେ ସ୍ଥାନୀୟ ସିୱାନସ୍ଥିତ ଏସିଜେଏମ୍‌-୬ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇ ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ମାସେ ତଳେ ମୁଖ୍ୟ ଅଭିଯୁକ୍ତ ଧରମପାଲ ସିଂ ଓ ୩ ସପ୍ତାହ ତଳେ ସହଯୋଗୀ ଜୟରାମ ତିୱାର ଗିରଫ ହୋଇ ଜେଲରେ ଅଛନ୍ତି। ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଏକ ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲିଥିଲେ। ଦିଲ୍ଲୀରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ସହ ମୁମ୍ବାଇ, ଭୋପାଳ ଓ ଡେରାଡୁନ୍‌ରେ ମଧ୍ୟ ଶାଖା ଖୋଲିଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଆଦି ୧୭ଟି ରାଜ୍ୟରେ ନେଟ୍‌ଓ୍ବର୍କ ତିଆରି କରିଥିଲେ। ପରେ ଉକ୍ତ ୱେବ୍‌ସାଇଟ୍‌ରେ ସରକାରୀ ଢାଞ୍ଚାରେ ବିଜ୍ଞାପନ ଦେଇ ଚାକିରି ଆଶାୟୀଙ୍କୁ ଫସାଇଥିଲେ। ଜିଲା ଓ ବ୍ଲକ୍‌ କୋଅର୍ଡିନେଟର ଆଦି ବହୁ ପଦବୀ ପାଇଁ ଖବରକାଗଜ ଜରିଆରେ ବିଜ୍ଞାପନ ଦେଉଥିଲେ। ୱେବ୍‌ସାଇଟ ମାଧ୍ୟମରେ ଆଶାୟୀମାନେ କେବଳ ଆବେଦନ କରିପାରିବେ ବୋଲି କୁହାଯାଉଥିଲା। ଅନ୍‌ଲାଇନ୍‌ ଫି’ ବାବଦକୁ ଜେନେରାଲ ଏବଂ ଓବିସି ବର୍ଗ ପାଇଁ ୩୭୦ ଟଙ୍କା ଥିବାବେଳେ ଜନଜାତି ପିଲାଙ୍କ ଲାଗି ୧୭୦ ଟଙ୍କା ରହିଥିଲା। ଫି’ ଦାଖଲ ସହ ଆବେଦନ କରୁଥିବା ଆଶାୟୀଙ୍କୁ ଅନ୍‌ଲାଇନ ଜରିଆରେ ପରୀକ୍ଷା ଓ ସାକ୍ଷାତ୍‌କାର ନେବାକୁ ଅଭିଯୁକ୍ତମାନେ କହୁଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଆଶାୟୀଙ୍କୁ ଅଯୋଗ୍ୟ କହି କାଟିଦେଉଥିଲେ। ହେଲେ ଫି’ ବାବଦକୁ ବହୁ କୋଟି ଟଙ୍କା ଠକି ନେଉଥିଲେ। ଏନେଇ ଅଭିଯୋଗ ପରେ ଜାନୁୟାରୀ ୨୫ରେ ଇଓଡବ୍ଲ୍ୟୁ ଏକ ମାମଲା (ନଂ.୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଅମିତ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି (ଆଇଟି)ରେ ସ୍ନାତକ କରିଥିବାବେଳେ ସେ ୱେବ୍‌ସାଇଟ୍‌ ତିଆରି କରିବା ସହ ପରିଚାଳନା କରୁଥିଲେ। ଏଥିସହ ବିଜ୍ଞାପନ ଦେବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ଏପରିକି ବିଭିନ୍ନ ୱାଲେଟ ଖୋଲି ବେଆଇନ ଟଙ୍କାକୁ ନେଣଦେଣ କରୁଥିଲେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?