ଦାନା ବାନ୍ଧୁଛି ଆଉ ଏକ ବାତ୍ୟା, ଫିକା ପଡ଼ିବ ଦଶହରା!

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୁଣି ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଦିଗକୁ ଆସିପାରେ ବୋଲି ଟୁଇଟ୍‌ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରିଣ ଓ କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ହୋଇଛି। କାଶିନଗର, ପାଲଲହଡ଼ା ଓ ବେତନଟୀରେ ଅଧିକ ବର୍ଷା ହୋଇଛି। ଆଗାମୀ ୫ ଦିନ ଧରି ଓ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଜିଲାରେ ବଜ୍ରପାତ ହେବାର ଆଶଙ୍କା କରାଯାଇଛି। ଏହିଛ ଅନ୍ୟ ଜିଲାରେ ମଧ୍ୟ ବଜ୍ରପାତ ହୋଇପାରେ ।

ଅପରପକ୍ଷେ ଆଇଏମ୍‌ଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲଘୁଚାପଟି ବାତ୍ୟାରେ ପରିଣତ ହେଲେ ତାର ନାଁ ‘ଜାଓ୍ବାଦ’ ରଖାଯିବ। ତେବେ ଏହା ଓଡ଼ିଶା ଆଡ଼କୁ ଆସିବାର ସମ୍ଭାବନା ଥିବାରୁ ଚଳିତ ବର୍ଷ ଦଶହରା ଉତ୍ସବ ଫିକା ପଡ଼ିବାର ସମ୍ଭାବନା ରହିଛି। କରୋନା କଟକଣା ଯୋଗୁ ପୂର୍ବରୁ ଦଶହରାକୁ ନେଇ ଲୋକଙ୍କ ମନରେ ଉତ୍ସାହ କମ୍‌ ଥିଲା। ଏବେ ବାତ୍ୟା ସମ୍ଭାବନା ଥିବାରୁ ଏହା ସମ୍ପୂର୍ଣ୍ଣ ଧୋଇଯିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଏବେ ଚରମ ସୀମାରେ ପହଞ୍ଚତ୍ଛି। ମଙ୍ଗଳବାର ଅନୁଭବଙ୍କ...

ଜିଲାରୁ ୧୧,୭୩,୫୨୯ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ଜଗତ୍‌ସିଂହପୁର ଅଫିସ, ୮ା୧: ଚଳିତ ଖରିଫ ଋତୁ ପାଇଁ ଜିଲାର ପ୍ରଥମ ଧାନମଣ୍ଡି ରଘୁନାଥପୁର ବ୍ଲକର ତରିକୁନ୍ଦଠାରେ ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ପାରୁଲ ପଟୱାରୀ ଏହାକୁ...

୧୮ ବରିଷ୍ଠ ବିଜେଡି ନେତ୍ରୀଙ୍କୁ ଜିଲା ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩ା୭(ବ୍ୟୁରୋ)-ବିଜେଡିର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ କମିଟିରେ ଥିବା ବରିଷ୍ଠ...

ପରିବହନ ବନ୍ଦ ବିରୋଧରେ ଧାରଣା:ପ୍ରଶାସନ ସହ ଆଲୋଚନା ବିଫଳ

ଅନୁଗୋଳ ଅଫିସ, ୨୯ା୧୦ କୋଇଲା ପରିବହନ ନେଇ ବିବାଦ ଯୋଗୁ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି।...

ଅବ୍ୟବସ୍ଥାରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର

ଚଣ୍ଡିଖୋଲ,୨।୧୨(ଡି.ଏନ.ଏ.): ଶୀତ ଋତୁ ଆସିଲେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଗତ ବର୍ଷ କୋଭିଡ୍‌ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇ ନ ଥିଲା। ଚଳିତ...

ରାଜ୍ୟରେ ୪୦୦ ଟପିଲା ମୃତ୍ୟୁ ସଂଖ୍ୟା: ଆଉ ପୁଣି ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବଲାଙ୍ଗୀରର ୪୭ ବର୍ଷୀୟ ବ୍ୟକ୍ତି, କଟକର ୮୭ ବର୍ଷୀୟା ବୃଦ୍ଧା ଓ ୭୫...

ଏବେ ଖୋଲିବନି ମନ୍ଦିର

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ। ଏ ନେଇ ହାଇକୋର୍ଟରେ ନିଜର ଜବାବ ଦାଖଲ କଲେ ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କିତ...

କୋର୍ଟଙ୍କ ଆଦେଶ ଜୁଡିସିଆଲ ଅଧିକାରୀ ମାନୁନାହାନ୍ତି

କଟକ ଅଫିସ,୪ା୮:କୋର୍ଟଙ୍କ ଆଦେଶକୁ ଜୁଡିସିଆଲ ଅଧିକାରୀ ମାନୁ ନ ଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ...

Advertisement
Archives

Model This Week