୩୦ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏପରିକି ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଲଘୁଚାପ ଫଳରେ ଓଡ଼ିଶାରେ ୨ ତାରିଖରୁ ଲଘୁଚାପ ଜନିତ ବର୍ଷା ହେବାର ଆଶଙ୍କା ରହିଛି।

ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଡିସେମ୍ବର ୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଡିସେମ୍ବର ୨ରୁ ବର୍ଷା ଆରମ୍ଭ ହୋଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶାର କେଉଁ ଜିଲାରେ ଓ କେଉଁ ଅଞ୍ଚଳରେ ଅଧିକ ବର୍ଷା ହେବ ସେ ନେଇ ପୂର୍ବାନୁମାନ କରାଯାଇ ପାରିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବା ପରେ ବାତ୍ୟା ସମ୍ଭାବନା ସ୍ପଷ୍ଟ ହେବ। ତେବେ ନିର୍ଦ୍ଧିଷ୍ଟ ଭାବେ କେଉଁଠି ପ୍ରଭାବ ପଡ଼ିବ ତାହା ଏବେ କହି ହେବ ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷେ ସମ୍ଭାବ୍ୟ ଲଘୁଚାପକୁ ନେଇ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆର୍‌ସି) ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସମେତ ୬ ଜିଲାରେ ବର୍ଷା ଆଶଙ୍କା ରହିଛି। ଅନ୍ୟପକ୍ଷେ ବାତ୍ୟା ଆଶଙ୍କାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଲାଣି। ଚାଷ ଅମଳ ହେବାକୁ ବସିଥିବା ବେଳେ ଏବେ ଯଦି ବାତ୍ୟା ହୁଏ ତେବେ ସବୁ ଫସଲ ନଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଲେଜ ହେବ କ୍ୱାରାଣ୍ଟାଇନ ସେଣ୍ଟର: ସାନିଟାଇଜର ସାମଗ୍ରୀ ପ୍ରଦାନ କରିବ ଗ୍ରାସୀମ କମ୍ପାନୀ

ଗଞ୍ଜାମ,୧୭।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁବାରେ ଲାଗିଛି। ଏଥିପାଇଁ କେନ୍ଦ୍ର...

ସାନି ନିର୍ବାଚନ ତାରିଖ ଘୋଷଣା: ମେ’ ୧୩ରେ ପିପିଲି ଉପନିର୍ବାଚନ

ଭୁବନେଶ୍ବର,୧୭।୪: ପିପିଲି ଉପନିର୍ବାଚନ ପାଇଁ ସାନି ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ମେ ୧୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ୧୬ରେ...

ବିଜେଡି ସଚେତନତା ଯାତ୍ରାକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର, ୩।୧୦(ବ୍ୟୁରୋ):  ବିଜେଡି ପକ୍ଷରୁ ଶୁକ୍ରବାର ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀଠାରୁ ମାସେବ୍ୟାପୀ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜେଡି ଗାଁକୁ ଯାଇ ଲୋକମାନଙ୍କୁ କରୋନା...

୨୦୩୦ ସୁଦ୍ଧା ଏଚ୍‌ଆଇଭି ମୁକ୍ତ ଓଡ଼ିଶା

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଜନସାଧାରଣଙ୍କୁ ଏଚ୍‌ଆଇଭି ତଥା ଏଡ୍‌ସ ବିଷୟରେ ଅଧିକ ସଚେତନ କରିବାକୁ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ଦ୍ୱାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ...

ଏବେ ବି ଖୋର୍ଦ୍ଧା ଶୀର୍ଷରେ

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୩,୬୨୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୧୫ ଜଣ ସଂକ୍ରମିତ ପିଲା...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୨୦୭୪ କରୋନା ଆକ୍ରାନ୍ତ...

ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରି ବାସଭବନ ଛାଡ଼ିଲେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଜିଲା ଗସ୍ତର ଦ୍ବିତୀୟ ଦିନର ଯାତ୍ରା ଆରମ୍ଭ କରିଥିଲେ। ଶୁକ୍ରବାର ସକାଳୁ ଘରୁ...

ରୋଡିଂଶପ୍‌ର ପ୍ରସ୍ତୁତି ଆରମ୍ଭ:ଆକର୍ଷଣ ସାଜିବ ଘାସ ତୋରଣ

ବଅଁରପାଳ, ୧୦।୯ (ଡି.ଏନ୍‌.ଏ) ଅନୁଗୋଳ ଜିଲା ନାଲ୍‌କୋ ନଗରରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ଚଳିତ ବର୍ଷ ୨୩ଟି ମଣ୍ଡପରେ ବିରାଜମାନ ହେବେ ଦେବଶିଳ୍ପୀ। ପୂଜାକୁ ଆଡ଼ମ୍ବର...

Advertisement
Archives

Model This Week