ଭୁବନେଶ୍ୱର କୋର୍ଟରୁ ଧରାପଡ଼ିଲେ ଆଉଜଣେ ନକଲି ଜାମିନଦାର

ଭୁବନେଶ୍ୱର,୨୨।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ବୁଲୁଛନ୍ତି ନକଲି ଜାମିନଦାର। ଅଭିଯୁକ୍ତଙ୍କ ଜାମିନଦାର ସାଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କପିଳେଶ୍ୱର ଅଞ୍ଚଳର ବାଉରୀବନ୍ଧୁ ପତି ନାମକ ଜଣେ ନକଲି ଜାମିନଦାରଙ୍କୁ କମିଶନରେଟ ପୋଲିସ ଗିରଫ କରି ଗୁରୁବାର ଜେଲ ପଠାଇଥିଲା। ତେବେ କୋର୍ଟରେ ବାଉରିବନ୍ଧୁଙ୍କ ଭଳି ଏକାଧିକ ନକଲି ଜାମିନଦାର ରହିଥିବା ଜଣାପଡ଼ିବା ପରେ ଏହାର ତଦନ୍ତକୁ ପୋଲିସ ବ୍ୟାପକ କରିଛି। ବଡ଼ଗଡ଼ ଥାନା ପୋଲିସ ଟିମ୍‌ ଛଦ୍ମବେଶରେ କୋର୍ଟ ପରିସରରେ ଆଉ ଜଣେ ନକଲି ଜାମିନଦାରଙ୍କୁ ଗିରଫ କରିଛି। ସେ ହେଲେ କପିଳେଶ୍ୱର ଅଞ୍ଚଳରେ ରହୁଥିବା ବାମନ ଚରଣ ସାମନ୍ତରାୟ ଓରଫ ବାମନ ଚରଣ ଦ୍ୱିବେଦୀ। ବାମନ ଚରଣଙ୍କ ଦୁଇଟି ସାଙ୍ଗିଆ ଥିବା ପରିଚୟ ମିଳିବା ପରେ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି। ଏପରିକି ତାଙ୍କ ପାଖରୁ ୩ଟି ଆଧାର କାର୍ଡ ମଧ୍ୟ ଜବତ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ନିଜଆଡୁ ଏକ ମାମଲା (ନଂ.୩୯୫/୨୦୨୩) ରୁଜୁ କରି ଶୁକ୍ରବାର ବାମନ ଚରଣଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ପୋଲିସ ଟିମ୍‌ କୋର୍ଟ ପରିସରକୁ ଛଦ୍ମବେଶରେ ଯାଇଥିଲା। ସେଠାରେ ପୋଲିସ କର୍ମଚାରୀମାନେ ବୁଲି ଯାଞ୍ଚ କରିବା ସହ ସାମନ୍ତରାୟ ସାଙ୍ଗିଆରେ ଜାମିନଦାର ଦରକାର ବୋଲି ସେମାନେ କହିଥିଲେ। ଏହାପରେ ବାମନ ଚରଣ ନିଜେ ସାମନ୍ତରାୟ ସାଙ୍ଗିଆର ବୋଲି କହିବା ସହ ବେଲ୍‌ କରାଇଦେବେ ବୋଲି କହିଥିଲେ। ସେହି ସମୟରେ ପୋଲିସ ଟିମ୍‌ ତାଙ୍କୁ କାବୁ କରିଥିଲା। ତେବେ ଏଭଳି ଏକାଧିକ ନକଲି ଜାମିଦାର କୋର୍ଟରେ ବୁଲୁଥିବା ଚର୍ଚ୍ଚା ହେଉଛି। ଏହି ଯାଞ୍ଚପ୍ରକ୍ରିୟାକୁ ଆଗକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ନକଲି ଜାମିନଦାର ଓଡ଼ିଶାର ବିଭିନ୍ନ କୋର୍ଟରେ ଥିବା ଜଣେ ଆଇନଜୀବି କହିଛନ୍ତି। ତେଣୁ ପୋଲିସ ପକ୍ଷରୁ ବିଭିନ୍ନ କୋର୍ଟରେ ଯାଞ୍ଚ କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri