ମିଳିଲା ଆଉ ଏକ ହାତୀ କଙ୍କାଳ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୫ ଦିନରେ ବଡ଼ମ୍ବା ବନାଞ୍ଚଳରୁ ତିନୋଟି ଦନ୍ତାହାତୀର କଙ୍କାଳ ମିଳିଛି। ଗତ ୨ ଓ ୩ ତାରିଖରେ ଭିନ୍ନ ଭିନ୍ନ ସ୍ଥାନରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦୁଇଟି ହାତୀ କଙ୍କାଳ ଜବତ କରିଥିବା ବେଳେ ଏବେ ଆଉ ଏକ ହାତୀ କଙ୍କାଳ ମଙ୍ଗଳବାର ଉଦ୍ଧାର ହୋଇଥିବା ଜଣାପଡ଼ିଛି। ୨ଟି ଦନ୍ତାହାତୀ କଙ୍କାଳ ମିଳିବା ଘଟଣା ଖୋଳତାଡ଼ ଚାଲିଥିବାବେଳେ ତୃତୀୟ ଦନ୍ତାହାତୀର କଙ୍କାଳ ମିଳିଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨ ଓ ୩ ତାରିଖରେ ବଡ଼ମ୍ବା ବନାଞ୍ଚଳରୁ ୨ ଦନ୍ତାହାତୀଙ୍କ କଙ୍କାଳ ଉଦ୍ଧାର ହେବା ପରେ ଏହି ଘଟଣାର ତଦନ୍ତ ଜୋରସୋରରେ ଚାଲିଥିଲା। ଏଥିରେ ବଡ଼ମ୍ବା ରେଞ୍ଜର, ଫରେଷ୍ଟର, ଗାର୍ଡ ଆଦି ୫ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୬ଜଣଙ୍କୁ ଗିରଫ କରାଯାଇଥିଲା। ଆଉ ଜଣେ ଫରେଷ୍ଟରଙ୍କୁ ଜେରା କରିବା ପାଇଁ ଡକାଯାଇଥିବା ବେଳେ ସେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ପାଚୋରି ଡେଇଁ ଫେରାର୍‌ ହୋଇଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କର ଖବର ମିଳିନାହିଁ। ତେବେ ଏହି ହାତୀ କଙ୍କାଳ ଉଦ୍ଧାର ଘଟଣାକୁ ଏବେ ବନ ବିଭାଗ ଗୁରୁତର ସହ ନେଇ ନିଜେ ତଦନ୍ତ କରିବା ଆରମ୍ଭ କରିଥିବାବେଳେ ବଡ଼ମ୍ବା ବନାଞ୍ଚଳରେ ଆଉ ଏକ ଦନ୍ତାର ମୃତଦେହ ପୋତା ଯାଇଥିବା ଖବର ମିଳିଥିଲା। ଖାରୋଡ଼ ଗ୍ରାମ ନିକଟରେ ଚନ୍ଦ୍ରଗିରି ପାହାଡ଼ ଅଞ୍ଚଳରୁ ମଙ୍ଗଳବାର ରାତିରେ ଆଉ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରାଯାଇଛି। ଖବର ପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ କଙ୍କାଳ ଉଦ୍ଧାର କରିଥିବା ବେଳେ ଏବେ ଆଠଗଡ଼ ବନ ବିଭାଗ ଏହାକୁ ଉଦ୍ଧାର କରିଛି। ଅପରପକ୍ଷରେ ସେହି ବନାଞ୍ଚଳରେ ଥିବା ଏକ ଡ୍ୟାମ ନିକଟରେ ଆଉ ଏକ ହାତୀ କଙ୍କାଳ ପୋତା ହୋଇଥିବା ଶୁଣିବାକୁ ମିଳୁଥିଲେ ହେଁ ଏ ନେଇ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ପୂର୍ବରୁ ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ଆଠଗଡ଼ ବନଖଣ୍ଡ ଭରପୂର ପ୍ରୟାସ କରିଥିବାବେଳେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି।
ହାତୀ କଙ୍କାଳ ବ୍ୟବଚ୍ଛେଦ କରିବା ପାଇଁ ବଡ଼ମ୍ବା ପ୍ରାଣୀଧନ ଚିକିତ୍ସକ ଛୁଟିରେ ଥିବାରୁ ମାଣିଆବନ୍ଧ ପ୍ରାଣୀ ଚିକିତ୍ସକ ଡ. ପ୍ରକାଶ ପଣ୍ଡିତ ଘଟଣାସ୍ଥଳକୁ ଯାଇ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ହାତୀର ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ୬ ମାସ ପୂର୍ବେ ହାତୀଟିକୁ ମାରି ପୋତା ଯାଇଥିବା ବେଳେ ତା’ର ଦାନ୍ତ ନ ଥିବା ସୂଚନା ମିଳିଛି। ଅର୍ଥାତ୍‌ ଶିକାରୀ ହାତୀ ଦାନ୍ତ ନେବା ପରେ ବନ ବିଭାଗ ଏହାକୁ ପୋତି ଦେଇ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି। ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫ୍‌ଓ ଯାଦବ କହିଛନ୍ତି।

 

ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳରୁ ଉଦ୍ଧାର ହୋଇଥିବା ଗୁଳିବିଦ୍ଧ ଦନ୍ତା ହାତୀର ମଙ୍ଗଳବାର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ରାଜ୍ୟରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଗୁରୁତର ସହ ନେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରୁଛନ୍ତି। ସେପେଟ ଏହି ଘଟଣା ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରିଥିଲେ। ତାଙ୍କ ଟୁଇଟ୍‌ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉତ୍ତର ଦେଇ ଲେଖିଛନ୍ତି, ହାତୀ ଆମର ଐତିହ୍ୟ ପ୍ରାଣୀ ଏବଂ ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଏହାକୁ ସର୍ବାଧିକ ସୁରକ୍ଷା ଦିଆଯାଇଛି। ଆଠଗଡ଼ ଗୁଳିବିଦ୍ଧ ହାତୀ ଘଟଣା ସମ୍ପର୍କରେ ମନ୍ତ୍ରଣାଳୟ ଅବଗତ ହୋଇଛି। ବନ୍ୟପ୍ରାଣୀ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି।
ମିଳିଥିବା ସୂଚନାନୁସାରେ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ମନ୍ତ୍ରଣାଳୟ ଅଧୀନ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଡିଭିଜନର ବୈଜ୍ଞାନିକ ଡ. କେ. ଏମ୍‌. ସେଲ୍‌ଭନ ଓଡ଼ିଶାର ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳରେ ଏକ ଗୁଳିବିଦ୍ଧ ଦନ୍ତା ହାତୀକୁ ନେଇ ବିଭିନ୍ନ ଗଣମାଧ୍ୟମ ପ୍ରକାଶ କରିଛନ୍ତି। ହାତୀର ୫ ରୁ ୬ଟି ସ୍ଥାନରେ ଗୁଳି ବାଜିଥିବା ସୂଚନା ମିଳିଛି। ତେଣୁ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ଶିକାରୀଙ୍କ ବରୋଧରେ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନର୍ଦ୍ଦେଶ ଦିଆଯାଇଛି। ଏଥି ସହିତ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ସେ ନେଇ ତୁରନ୍ତ ମନ୍ତ୍ରଣାଳୟକୁ ଇମେଲ୍‌ ମାଧ୍ୟମରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ, ଗୁଳିବିଦ୍ଧ ହାତୀ ସମ୍ପର୍କରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିବା ପରେ ବନ ବିଭାଗ ତତ୍ପରତା ଦେଖାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?