ବଖାଣିଲେ ରାହୁଲ ଉଦ୍ଧାର ଅନୁଭୂତି

ଢେଙ୍କାନାଳ ଅଫିସ, ୧୬।୬: ସେପଟେ ଜଗିଥିଲା ମୃତ୍ୟୁ। ଏପଟେ ମୃତ୍ୟୁ ପଞ୍ଝାରୁ ଜୀବନକୁ ଛଡ଼ାଇ ଆଣିବାକୁ ଚାଲିଥିଲା ସଂଘର୍ଷ। ୧୦୬ ଘଣ୍ଟାର କଷ୍ଟକର ସମୟ। ଛତିଶଗଡ଼ ସରକାର, ମାଇନିଂ ଏକ୍ସପର୍ଟ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ସେନା ଯବାନ, ସ୍ଥାନୀୟ ପୋଲିସଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ଅବିରତ ଉଦ୍ୟମ ଫଳରେ ସଫଳ ହୋଇଛି ‘ଅପରେଶନ ଜିନ୍ଦେଗୀ’। ୮୦ ଫୁଟ ବୋରଓ୍ବେଲରେ ୫ଦିନ ଧରି ଫସି ରହିଥିବା ଛତିଶଗଡ଼ର ୧୧ ବର୍ଷୀୟ ବାଳକ ରାହୁଲ ସାହୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଅପରେଶନ ସଫଳ ହେବା ପରେ ଏଥିରେ ନିୟୋଜିତ କର୍ମଚାରୀଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି ଦେଶବାସୀ। ହେଲେ ‘ଅପରେଶନ ଜିନ୍ଦେଗୀ’ ଏତେ ସହଜ ନ ଥିଲା। ପଥର ପ୍ରାଚୀର ଫୁଟାଇ ରାହୁଲଙ୍କ ପାଖରେ ପହଞ୍ଚତ୍ବା, ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ଏବଂ ଗ୍ରୀନ୍‌ କରିଡରରେ ମେଡିକାଲ ପଠାଇବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀର ଅଙ୍ଗେନିଭା ଅନୁଭୂତି ବଖାଣିଛନ୍ତି ୩୨ ଜଣିଆ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ନେତୃତ୍ୱ ନେଇଥିବା ଢେଙ୍କାନାଳ ମାଟିର ପୁଅ ଇନ୍ସପେକ୍ଟର ମହାବୀର ମହାନ୍ତି (୪୦)।
ଛତିଶଗଡ଼ ଝାଞ୍ଜିଗିର ଚାମ୍ପାର ମାଲଖରୋଡ଼ା ବ୍ଲକ ପିହରିଡ଼ ଗ୍ରାମର ରାହୁଲ ବୋରଓ୍ବେଲରେ ଖସିପଡ଼ିଥିବା ଘଟଣା ଉପରେ ଅଟକିଥିଲା ସାରା ଦେଶବାସୀଙ୍କ ନଜର। ଦିନ ଯେତେ ଗଡୁଥିଲା କୋମଳମତି ଦିବ୍ୟାଙ୍ଗ ପୁଅକୁ କିପରି ବିରାଟ ଗର୍ତ୍ତରୁ ବାହାର କରାଯିବ ସେ ନେଇ ଚିନ୍ତା ସେତିକି ବଢ଼ିଚାଲିଥିଲା। ଏଭଳି ଏକ ସମୟ ଆସିଥିଲା, ଯେଉଁଠି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିଲା ରାହୁଲଙ୍କ ଜୀବନ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏନ୍‌ଡିଆର୍‌ଏଫ୍‌କୁ ମିଳିଥିଲା ଗୁରୁଦାୟିତ୍ୱ ଏବଂ ଆରମ୍ଭ ହୋଇଥିଲା ‘ଅପରେଶନ ଜିନ୍ଦେଗୀ’, ଯାହାର ନେତୃତ୍ୱ ନେଇଥିଲେ ମହାବୀର। ଏହା ସଫଳ ହେବା ପରେ ଶାନ୍ତିରେ ନିଃଶ୍ୱାସ ମାରିଥିଲେ କୋଟି କୋଟି ଜନସାଧାରଣ।
ଉଦ୍ଧାର ସମୟର ସଂଘର୍ଷ ବିଷୟରେ ସୂଚନା ଦେଇ ମହାବୀର କହିଛନ୍ତି, ବୋରୱେଲରେ ପଡ଼ିଯାଇଥିବା ରାହୁଲଙ୍କୁ ଉଦ୍ଧାର ପାଇଁ ଗତ ୧୦ ତାରିଖ ସନ୍ଧ୍ୟା ୫ଟା ୪୫ରେ ତାଙ୍କ ନିକଟକୁ ଫୋନ ଆସିଥିଲା। କାଳ ବିଳମ୍ବ ନ କରି ସେ ତୁରନ୍ତ ଏନ୍‌ଡିଆରଏଫ୍‌ର ୩୨ଜଣିଆ ଯବାନଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପ୍ରଥମେ ରାହୁଲଙ୍କ ଜୀବନ ରକ୍ଷା ପାଇଁ ବୋରଓ୍ବେଲ ଭିତରକୁ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ଏହାପରେ ସିସିଟିଭି କ୍ୟାମେରା ଲଗାଯାଇ କଥାବାର୍ତ୍ତା ହେବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିଲା। ଏସବୁ ସହିତ ସମାନ୍ତରାଳ ଭାବେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ପଥର ଚଟାଣ କାଟି ରାହୁଲଙ୍କ ପାଖରେ ପହଞ୍ଚତ୍ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। କାଳେ କିଛି ଅଘଟଣ ଘଟିବ ତେଣୁ, ସବୁ କାମ ଜଗିରଖି କରିବାକୁ ପଡୁଥିଲା। ଦିନରାତି ଅନିଦ୍ରା ରହି ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ତାହାର ମୂଲ୍ୟ ମିଳିଲା ମଙ୍ଗଳବାର ରାତି ପ୍ରାୟ ୧୨ଟାରେ। ରାହୁଲ ବାହାରକୁ ଆସିବା ସମୟର ଅନୁଭବ ପ୍ରକାଶ କରିବା ଅସମ୍ଭବ। ଏକ ଜୀବନ ବଞ୍ଚତ୍ୟାଇଥିବାରୁ ସେ ଉଦ୍ଧାରକାରୀ ଦଳର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଭଳି ଉଦ୍ଧାର କାର୍ଯ୍ୟ ସମ୍ଭବତଃ ଦେଶରେ ପ୍ରଥମ। ଦେଶବାସୀଙ୍କ ଆଗରେ ବିଶ୍ୱାସଭାଜନ ହୋଇପାରିଥିବାରୁ ଏହା ଖୁସିର ବିଷୟ ବୋଲି ମହାବୀର କହିଛନ୍ତି। ଅନ୍ୟପଟେ ମହାବୀର ଉଦ୍ଧାରର ନେତୃତ୍ୱ ନେଇଥିବା ପ୍ରଚାର ହେବାପରେ ମହାବୀରଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ବ୍ଲକ ନାଗିଆପଶି ଗ୍ରାମର ସ୍ବର୍ଗତ ଅନନ୍ତ ଚରଣ ମହାନ୍ତିଙ୍କ ୪ ସନ୍ତାନଙ୍କ ମଧ୍ୟରୁ ମହାବୀର ହେଉଛନ୍ତି ସାନ। ସେ ଦିଲ୍ଲୀରେ ସିଆରପିଏଫ୍‌ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବାବେଳେ ଗତବର୍ଷ ଜୁଲାଇରେ ତାଙ୍କୁ ଏନ୍‌ଡିଆରଏଫ୍‌ ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଥିଲା। ଓଡ଼ିଶାର ମୁଣ୍ଡଳୀ ଏନ୍‌ଡିଆରଏଫ୍‌ର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଛତିଶଗଡ଼ର ଭିଲାଇଠାରେ ରହିଛି। ମହାବୀର ସେଠାରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ପ୍ରଧାନ ମୁଣ୍ଡଳୀ ଏନ୍‌ଡିଆରଏଫ୍‌ ଆଇନ ବିଭାଗର ଏସ୍‌ଆଇ ଭାବେ କାର୍ଯ୍ୟରତ। ଉଲ୍ଲେଖଯୋଗ୍ୟ, ମହାବୀରଙ୍କ ବାପା ଅନନ୍ତ ଚରଣ ୧୮ ବର୍ଷ ଧରି ଗ୍ରାମର ମୁଖିଆ ଥିଲେ। ନାଗିଆପଶି ପଞ୍ଚାୟତ ମାନ୍ୟତା ପାଇବା ଏବଂ ଗ୍ରାମରେ ହାଇସ୍କୁଲ ପ୍ରତିଷ୍ଠା କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ମହାବୀର ଜଣେ ସାହସୀ ଯୁବକ। ତାଙ୍କ ପାଇଁ ଆଜି ଆମ ଗଁା ଗର୍ବିତ ବୋଲି ଗ୍ରାମର ଅଶୋକ ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?